ETV Bharat / bharat

ରୋଗକୁ ନିୟନ୍ତ୍ରିଣ କରିବ ‘Smart cell’ - degronLOCKR

ରୋଗକୁ ନିୟନ୍ତ୍ରଣ ପାଇ ବର୍ତ୍ତମାନ ମନୁଷ୍ୟର ଆବଶ୍ୟକତା ପଡିବ ନାହିଁ । ଶରୀର ନିଜେ ନିଜର ସୁରକ୍ଷା କରିପାରିବ । ସ୍ମାର୍ଟକୋଷର ସହାୟତାରେ ଅନେକ ରୋଗର ନିରାକରଣ ହେବା ସହ ଥେରାପି ନେବାର ସଠିକ ସମୟକୁ ଆକଳନ କରିପାରିବ ସ୍ମାର୍ଟକୋଷ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 13, 2019, 12:01 PM IST

ହାଇଦ୍ରାବାଦ: ସଠିକ୍ ମାତ୍ରାରେ ମେଡିକାଲ ଥେରାପି ଦିଆଗଲେ ଏହା ସୁରକ୍ଷିତ ମାତ୍ର ଏହାର ମାତ୍ରାରେ ବୃଦ୍ଧି କିମ୍ବା କମ୍ ହେଲେ ଏହା ହାନିକାରକ ହୋଇପାରେ । ସମୟାନୁସାରେ ଥେରାପି ଦେବା ଜରୁରୀ ହୋଇଥାଏ । ଯଦି ଏଥିରେ ବ୍ୟତିକ୍ରମ ହୁଏ ଓ ରୋଗୀର ଜୀବନ ପ୍ରତି ବିପଦ ଆସିଥାଏ ସେତେବେଳେ ଆମେ ଡାକ୍ତରଙ୍କୁ ଦୋଷୀ ମାନିଥାଉ । କିନ୍ତୁ ସେମାନେ ମଧ୍ୟ ମଣିଷ, ସେକଥା ଭୁଲିଯାଉ । ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ‘Smart cell’ର ଆବିଷ୍କାର କରିଛନ୍ତି । ଏହା ଭବିଷ୍ୟତରେ ରୋଗକୁ ଚିହ୍ନଟ କରିବା ସହ ସଠିକ ସମୟରେ ନିରାକରଣ କରିପାରିବ ।

ବିନା ମନୁଷ୍ୟ ସହାୟତାରେ ଏହା ପରିଚାଳିତ ହେବ । ଜୀବିତ କୋଷ ମଧ୍ୟରେ କମ୍ପ୍ୟୁଟର ଓ ପ୍ରୟୋଗଶାଳା ସହାୟତାରେ କୃତିମ ପ୍ରୋଟିନକୁ ସଞ୍ଚାଳିତ କରାଯିବ । ଏହା ସାଧାରଣ କୋଷକୁ ସ୍ମାର୍ଟ କୋଷରେ ପରିବର୍ତ୍ତନ କରିବ । ଏହି ପ୍ରୋଟନିକୁ ପ୍ରଥମେ Latching Orthogonal Cage key pritein(LOCKR) ନାମରେ ଜଣାଯାଇଥିଲା । ଏହି ପ୍ରୋଟିନକୁ ସମ୍ପୁର୍ଣ୍ଣ ଭାବେ ମନୁଷ୍ୟ ପରିକଳ୍ପନା କରିଛି । ଏହା ଅନ୍ୟ ପ୍ରୋଟିନକୁ ବେଶ ଭଲ ଭାବରେ ନିୟନ୍ତ୍ରଣ କରିବ । ମେଡିକାଲ ବିଜ୍ଞାନରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଆବିସ୍କାର ।

LOCKRର ସରଞ୍ଚନା:-

ଏହା ଏକ ବାଧକ ସଦୃଶ୍ୟ । ଯେତେବେଳେ ମୁକ୍ତ ହୁଏ ନିଜ ଅଣୁକୁ ସକ୍ରିୟ କରିଥାଏ ଓ କୋଷର ବିଭିନ୍ନ ପ୍ରକ୍ରିୟାକୁ ପରିଚାଳିତ କରିବ । ଏହା ଏକ କୋଷ ମଧ୍ୟରେ ଟ୍ରାଫିକର କାମ କରେ । ଠିକ୍ ସମୟରେ ଠିକ୍ ପ୍ରୋଟିନକୁ ଯିବାକୁ ଦେଇଥାଏ । ତେବେ ଏହି LOCKRକୁ ସକ୍ରିୟ କରିବା ପାଇଁ ଏକ ଅଣୁର ବ୍ୟବହାର କରାଯାଏ । ଏହା ସ୍ମାର୍ଟ ପ୍ରୋଟିନକୁ ସକ୍ରିୟ କରିଥାଏ । ଏହି ଅଣୁକୁ ବୈଜ୍ଞାନିକମାନେ ଡିଜାଇନ କରିଛନ୍ତି । ଏହା ତାଲାର ଚାବି ଭାବରେ କାମ କରେ । LOCKRରୁ ଚାଲୁ କିମ୍ବା ବନ୍ଦ କରିବା ପାଇଁ ଏହି ଅଣୁ ବ୍ୟବହୃତ ହୋଇଥାଏ । ତେବେ ଏହି ଅଣୁକୁ ଆମେ କମ୍ପ୍ୟୁଟର ସହାୟତାରେ ପରିଚାଳନା କରିପାରିବା । ଏହି ଅଣୁକୁ degronLOCKR କୁହାଯାଏ । ଏହା ସ୍ମାର୍ଟ ପ୍ରୋଟିନକୁ ଧ୍ବସଂ କରିବାର ମଧ୍ୟ କ୍ଷମତା ରଖିଛି ।

ଗବେଷକଙ୍କ ମତରେ ଆଗାମୀ ଭବିଷ୍ୟତରେ ସ୍ମାର୍ଟ କୋଷର ସହାୟତାରେ ଅନେକ ରୋଗର ନିରାକରଣ କରାଯାଇପାରିବ । degronLOCKR ଭଳି କିଛି ଅଣୁର ସ୍ମାର୍ଟ କୋଷକୁ ନିୟନ୍ତ୍ରିତ କରିବ । degronLOCKR ଦ୍ବାରା ରୋଗୀଙ୍କ ସାଧାରଣ କୋଷକୁ ସ୍ମାର୍ଟ କୋଷରେ ପରିବର୍ତ୍ତିତ କରିବେ । ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଅତି କମ୍ ସ୍ଥାନରେ ମଧ୍ୟ ଅଧିକ ଶକ୍ତି ପ୍ରଦର୍ଶିତ କରିପାରିବ ସ୍ମାର୍ଟ କୋଷ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.