ETV Bharat / bharat

ଆରୋଗ୍ୟ ସେତୁ ପରି ଆପ ଲଞ୍ଚ କରିବେ ଦିଲ୍ଲୀ ସରକାର - delhi government

କୋରୋନା ଭୂତାଣୁ ଠାରୁ ସୁରକ୍ଷା ପାଇଁ ଦିଲ୍ଲୀ ସରକାର ଏକ ଆପ ‘ଲଞ୍ଚସେଣ୍ଟର’ ଲଞ୍ଚ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ଆରୋଗ୍ୟ ସେତୁ ଭଳି ଏହି ଆପ କୋରୋନା ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ । ଅଧିକ ପଢନ୍ତୁ...

ଆରୋଗ୍ୟ ସେତୁ ପରି ଆପ ଲଞ୍ଚ କରିବେ ଦିଲ୍ଲୀ ସରକାର

author img

By

Published : May 31, 2020, 1:58 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ତାଲାବନ୍ଦ ପରେ ଏବେ ବିଭିନ୍ନ ସ୍ଥାନରେ କଟକଣା କୋହଳ କରାଯାଇଛି । ତେବେ ଏହି ପରିସ୍ଥିତିରେ ଭୂତାଣୁ ଠାରୁ ସୁରକ୍ଷା ପାଇଁ ଦିଲ୍ଲୀ ସରକାର ଏକ ଆପ ‘ଲଞ୍ଚସେଣ୍ଟର’ ଲଞ୍ଚ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ଆରୋଗ୍ୟ ସେତୁ ଭଳି ଏହି ଆପ କୋରୋନା ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ ।

ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ କୋରୋନା ଭୂତାଣୁ ସମ୍ବନ୍ଧୀୟ ସମସ୍ତ ସୂଚନା ଦେବା ପାଇଁ ମୋବାଇଲ ଆପ ସରକାର ଆରମ୍ଭ କରିବେ । ଆରୋଗ୍ୟ ସେତୁ ମୋବାଇଲ ଆପ ନିକଟରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥାଏ । ଏହି ଢାଞ୍ଚାରେ ଦିଲ୍ଲୀ ସରକାର ମଧ୍ୟ ମୋବାଇଲ ଆପ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ଏହାର ପରୀକ୍ଷା ଚାଲିଛି । ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମୋବାଇଲ ଆପ ଲଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ବ୍ୟତୀତ କୋରୋନା ଡାକ୍ତରଖାନା ସହିତ ଜଡିତ ସମସ୍ତ ସୂଚନା ଏହି ମୋବାଇଲ ଆପରେ ମିଳିପାରିବ । ଏପରିକି କୋରୋନା ଡାକ୍ତରଖାନାଗୁଡ଼ିକରେ କେତେ ଶଯ୍ୟା ଅଛି, କେତେ ଖାଲି ଅଛି, କେଉଁ ଡାକ୍ତରଖାନାରେ କେତେ ଭେଣ୍ଟିଲେଟର ଅଛି ତାହାକୁ ମଧ୍ୟ ଆପରେ ସୂଚାଇ ଦିଆଯିବ । ଯେଉଁମାନଙ୍କର ସ୍ମାର୍ଟଫୋନ ନାହିଁ, ସେମାନେ ଦିଲ୍ଲୀର ସରକାରଙ୍କ ୱେବସାଇଟ ଭିଜିଟ କରି ପରିସ୍ଥିତି, ସରକାରଙ୍କ ପ୍ରସ୍ତୁତି ଆଦି ବିଭିନ୍ନ ପ୍ରସଙ୍ଗରେ ଅବଗତ ହୋଇପାରିବେ । ଏହା ସହ ସରକାରଙ୍କ ଦ୍ବାରା ଜାରି ହେଲ୍ପଲାଇନ ନମ୍ବର 1031ରେ ମଧ୍ୟ ସୂଚନା ଉପଲବ୍ଧ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.