ETV Bharat / bharat

ଜୀବନ ପାଇଁ ବିପଦ ସୃଷ୍ଚିକାରୀ ବର୍ଜ୍ୟବସ୍ତୁ

ପରିବେଶ ପାଇଁ ବିପଦ ସୃଷ୍ଟିକାରୀ କଠିନ-ରାସାୟନିକ ବର୍ଜ୍ୟବସ୍ତୁ ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ମିଶ୍ରଣ ବର୍ଷ ବର୍ଷ ଧରି ଭୟାବହ ପରିସ୍ଥିତି ସୃଷ୍ଟି କରିଆସୁଛି। ସାତ କୋଟିରୁ କମ୍ ଜନସଂଖ୍ୟା ବିଶିଷ୍ଟ ବ୍ରିଟେନରେ କେବଳ ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଗୋଟିଏ ମାସ୍କ ପିନ୍ଧିବା ପରେ ଫୋପାଡିବ ତେବେ ବର୍ଷକୁ 66 ହଜାର ଟନ୍ ଅଳିଆ ଜମାହେବ। ଯାହାକି କୋଭିଡ ମହାମାରୀ ଦ୍ବାରା ଆଗକୁ କେତେ ବିପଦ ରହିଛି ତାହା ଦର୍ଶାଉଛି।

author img

By

Published : Aug 13, 2020, 5:49 PM IST

Life-threatening wastes
ଜୀବନ ପାଇଁ ବିପଦ ସୃଷ୍ଚିକାରୀ ବର୍ଜ୍ୟବସ୍ତୁ

ପରିବେଶ ପାଇଁ ବିପଦ ସୃଷ୍ଟିକାରୀ କଠିନ-ରାସାୟନିକ ବର୍ଜ୍ୟବସ୍ତୁ ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ମିଶ୍ରଣ ବର୍ଷ ବର୍ଷ ଧରି ଭୟାବହ ପରିସ୍ଥିତି ସୃଷ୍ଟି କରିଆସୁଛି। ସାତ କୋଟିରୁ କମ୍ ଜନସଂଖ୍ୟା ବିଶିଷ୍ଟ ବ୍ରିଟେନରେ କେବଳ ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଗୋଟିଏ ମାସ୍କ ପିନ୍ଧିବା ପରେ ଫୋପାଡିବ ତେବେ ବର୍ଷକୁ 66 ହଜାର ଟନ୍ ଅଳିଆ ଜମାହେବ। ଯାହାକି କୋଭିଡ ମହାମାରୀ ଦ୍ବାରା ଆଗକୁ କେତେ ବିପଦ ରହିଛି ତାହା ଦର୍ଶାଉଛି। ଜାତୀୟ ଗ୍ରୀନ ଟ୍ରିବୁନାଲ ନିକଟରେ ଘୋଷଣା କରିଛି ଯେ, କୋଭିଡ କାରଣରୁ ଦେଶରେ ଦୈନିକ ଜୈବଚିକିତ୍ସା ବର୍ଜ୍ୟ ସାମଗ୍ରୀ ପରିମାଣ 700 ମେଟ୍ରିକ ଟନରୁ ଅଧିକ ହେବ ଏବଂ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି। କୋଭିଡ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଗାଡିଗୁଡ଼ିକର ଚଳପ୍ରଚଳରେ ବାଧା ନଦେବାକୁ ତେଲେଙ୍ଗାନା ପ୍ରଦୂଷଣ ନିୟନ୍ତ୍ରମ ବୋର୍ଡ ପୋଲିସ ବିଭାଗ ଅନୁରୋଧ କରିଛି। 48 ଘଣ୍ଟା ମଧ୍ୟରେ ଯଦି ଏସବୁ ବର୍ଜ୍ୟସାମଗ୍ରୀ ନଷ୍ଟ କରାନଯାଏ ତେବେ ବାୟୁରେ ଭୂତାଣୁ ବ୍ୟାପିବାର ଯଥେଷ୍ଟ ବିପଦ ରହିଥିବା ମଧ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛି। ବର୍ଜ୍ୟବସ୍ତୁକୁ ପୋଡ଼ି ନଷ୍ଟ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଉଥିବା ସତ୍ତ୍ବେ ବାସ୍ତବ ଚିତ୍ର ଅତ୍ୟନ୍ତ ଭୟାବହ।

ଦେଶବ୍ୟାପୀ ଥିବା 84 ହଜାରରୁ ଅଧିକ ହସ୍ପିଟାଲ ମଧ୍ୟରୁ ମାତ୍ର 200ରୁ କମ୍ ହସ୍ପିଟାଲରେ ସେମାନଙ୍କ ନିଜର ବର୍ଜ୍ୟବସ୍ତୁ ନଷ୍ଟ ପ୍ଲାଣ୍ଟ ରହିଛି। ହସ୍ପିଟାଲ ବାଦ୍ ଅନେକ ରୋଗୀ ନିଜ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ମୁତାବକ କୋଭିଡ ଚିକିତ୍ସାରେ ମାସ୍କ,ଗ୍ଲୋଭସ, ସିରିଞ୍ଜ ଆଦି ବ୍ୟବହାର ହେଉଛି। ଏସବୁର ସଂଗ୍ରହ ଏବଂ ନଷ୍ଟ କରିବା ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ନଥିବାରୁ ଏହାକୁ ଘରର ସାଧାରଣ ଅଳିଆ ଆବର୍ଜନା ସହିତ ମିଶାଇ ଦିଆଯାଉଛି। ଯଦି ଟିକା ମିଳି ପାରିଥାନ୍ତା ତେବେ କରୋନା ନିୟନ୍ତ୍ରଣ ସମ୍ଭବପର ହୋଇଥାନ୍ତା, କୋଭିଡ ବର୍ଜ୍ୟସାମଗ୍ରୀ ପରିମାଣ ହୁଏତ ସ୍ବାଭାବିକ ଭାବେ କମିଯାନ୍ତା। କିନ୍ତୁ ଏହାଦ୍ବାରା ପ୍ରକୃତ ସମସ୍ୟା ସମାଧାନ ହୋଇପାରିବ ନାହିଁ। ଦେଶରେ ବାର୍ଷିକ 62 ନିୟୁତ ଟନ୍ ଅଳିଆ ଆବର୍ଜନା ଏକାଠି ହୋଇଥାଏ, ଏହାମଧ୍ୟରୁ 45 ନିୟୁତ ଟନ୍ ଏଣେତେଣେ ଜମା କରାଯାଉଛି। ଏସବୁ ମାରାତ୍ମକ ବର୍ଜ୍ୟ ସାମଗ୍ରୀର ବିପଦରୁ ରକ୍ଷା ପାଇବାକୁ ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଉଚିତ୍।

ଜଳଉତ୍ସଗୁଡ଼ିକରେ ପ୍ଲାଷ୍ଟିକ ବର୍ଜ୍ୟସାମଗ୍ରୀ ଯୋଗୁଁ ଅଗଣତି ସଂଖ୍ୟାରେ ସାମୁଦ୍ରିକ ଜୀବଙ୍କର ମୃତ୍ୟୁ ଘଟୁଛି, ଗଳିକନ୍ଦିରେ ଆମେ ପକାଉଥିବା ପ୍ଲାଷ୍ଟିକ ବ୍ୟାଗ୍ ଖାଇ ଅନେକ ପଶୁ ଏବଂ ଗୋରୁ ଗାଈ ନାନାଦି ରୋଗରେ ପଡୁଛନ୍ତି। ଅଦରକାରୀ ସାମଗ୍ରୀ ଗଦା ଗଦା ହୋଇ ବିଭିନ୍ନ ସ୍ଥାନରେ ଗଚ୍ଛିତ ହୋଇ ରହୁଥିବାରୁ ବନ୍ୟା ପରିସ୍ଥିତି ଉପୁଜୁଛି....ପ୍ଲାଷ୍ଟିକ ବର୍ଜ୍ୟସାମଗ୍ରୀ ମନଇଚ୍ଛା ଏଣେତେଣେ ପକାଯାଉଥିବାରୁ ଦେଶରେ ଏହିଭଳି ଅନେକ ସମସ୍ୟା ସୃଷ୍ଟି ହେଉଛି। ପ୍ଲାଷ୍ଟିକ ବର୍ଜ୍ୟସାମଗ୍ରୀର ବ୍ୟବହାରକୁ ନିଷିଦ୍ଧ କରିବା ସହ ସେସବୁର ରିସାଇକ୍ଲିଂ କରିବାରେ ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ସ୍ୱି଼ଡେନ ଏବଂ ଆୟାରଲାଣ୍ଡ ଅନେକ ସଫଳତା ପାଇବା ସହ ବର୍ଜ୍ୟବସ୍ତୁ ନିୟନ୍ତ୍ରଣ କରିବାରେ ଆଗୁଆ ରହିଛନ୍ତି। ରାଇସାଇକ୍ଲିଂ ଏବଂ ପ୍ଲାଷ୍ଟିକ ସାମଗ୍ରୀରେ ଏକ ତୃତୀୟାଂଶକୁ ପୁନଃ ବ୍ୟବହାର କରି ଜାପାନ ଏହି ସମସ୍ୟା ମୁକାବିଲା କରିବାରେ ଏକ ନୂଆ ଧାରା ସୃଷ୍ଟି କରିଛି। ଉଗାଣ୍ଡା ପ୍ଲାଷ୍ଟିକ ବର୍ଜ୍ୟସାମଗ୍ରୀକୁ ତରଳାଇ ଏବଂ ଏହାକୁ ଫେସ୍ ମାସ୍କ ନିର୍ମାଣ ପାଇଁ କଞ୍ଚାମାଲ ଭାବେ ବ୍ୟବହାରର କରି କୋଭିଡ ସଂକଟ ବେଳେ ଉପାର୍ଜନର ମାଧ୍ୟମ କରିଛି। ସ୍କଟଲାଣ୍ଡ ଭଳି ରାଷ୍ଟ୍ର ବର୍ଜ୍ୟବସ୍ତୁକୁ ବ୍ୟବହାର କରି ପକ୍କା ରାସ୍ତା ନିର୍ମାଣ ପାଇଁ ଏକ ନୂଆ ଜ୍ଞାନକୌଶଳ ବାହାର କରିଛି।

ସିଙ୍ଗାପୁର ତାର 98 ପ୍ରତିଶତ ନିର୍ମାଣ ବର୍ଜ୍ୟକୁ ରିସାଇକ୍ଲିଂ କରି ବିଶ୍ବକୁ ଚକିତ କରି ଦେଇଛି...ଏସବୁ ବେଳେ କେଉଁଠି ଆମ ଦେଶ? ପ୍ଲାଷ୍ଟିକରୁ ପେଟ୍ରୋଲ ଏବଂ ଡିଜେଲ ପ୍ରସ୍ତୁତ କରିବା ପାଇଁ ପେଟ୍ରୋଲିୟମ କର୍ପୋରେସନ ଅଫ୍ ଇଣ୍ଡିଆ(ଆଇଆଇପି) ଜ୍ଞାନକୌଶଳ ବାହାର କରିଛି। ସହରାଞ୍ଚଳରୁ ଯେଉଁ ଆବର୍ଜନା ବାହାରୁଛି ସେଥିରୁ ଗାଁ ଗୁଡିକ ପାଇଁ ସାର ତିଆରି କରିବାକୁ ତେଲେଙ୍ଗାନା ସରକାର ନିକଟରେ ନିୟମାବଳି ଜାରି କରିଛନ୍ତି। ଏମାସ ଶେଷ ଆଡ଼କୁ ଭାଗ୍ୟନଗରରେ ଆବର୍ଜନାରୁ ଶକ୍ତି ଉତ୍ତୋଳନ ପାଇଁ ଏକ ସ୍ବତନ୍ତ୍ର ବିଭାଗର ଶୁଭାରମ୍ଭ କରାଯିବ। ଏହି ପ୍ଲାଣ୍ଟ ଆଗକୁ ସାରା ଦେଶ ପାଇଁ ଏକ ଆଲୋକବର୍ତ୍ତିକା ସାଜିବ। ଜଳ ଓ ବାୟୁ ସଂରକ୍ଷଣ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସରକାର ନୂଆ ରଣନୀତି ଆପଣେଇବାକୁ ପଡ଼ିବ, ଅକ୍ଷୟ ଶକ୍ତିର ବିକାଶ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଆଗାମୀ ଦିନର ଯୁବ ପିଡିଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ପାଇଁ ଶିକ୍ଷା ବ୍ୟବସ୍ଥାରେ ଗବେଷଣା-ଭିତ୍ତିକ ପାଠ୍ୟକ୍ରମ ରଖିବା ଉଚିତ୍। ଏହିଭଳି ନୂଆ ନୂଆ କାର୍ଯ୍ୟକ୍ରମ ଜରିଆରେ ଦେଶରୁ ପ୍ଲାଷ୍ଟିକ ସମେତ ସବୁ ପ୍ରକାର ବର୍ଜ୍ୟବସ୍ତୁ ହଟାଇ ପାରିବା ଏବଂ ଦେଶ ପାଇଁ ଆଶ୍ସସ୍ତି ଆଣିପାରିବା!

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.