ହାଇଦ୍ରାବାଦ: ବାଂଲାଦେଶ କାଳୀ ମନ୍ଦିରରୁ ମା'ଙ୍କ ମୁକୁଟ ଚୋରି । ସବୁଠୁ ବଡ଼ କଥା ହେଉଛି 3 ବର୍ଷ ପୂର୍ବେ ଏହାକୁ ଉପହାର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଂଲାଦେଶ ଗସ୍ତରେ ଥିବାବେଳେ ମା'ଙ୍କ ଦର୍ଶନ କରିବା ସହ ଏହି ମୁକୁଟ ଉପହାର ସ୍ବରୂପ ପ୍ରଦାନ କରିଥିଲେ ମୋଦି। ବାଂଲାଦେଶ ଜେଶୋରେଶ୍ବରୀ ମନ୍ଦିରରୁ ଚୋରି ହୋଇଛି ମା'ଙ୍କ ମୁକୁଟ । ଏହା ଉପରେ ସୁନାର ଛାଉଣୀ ହୋଇଥିଲା । 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର ସ୍ବରୂପ ଏହି ମୁକୁଟ ପ୍ରଦାନ କରିଥିଲେ । ଏହି ଖବର ପ୍ରକାଶ ପାଇବା ପରେ ଭକ୍ତଙ୍କ ଭାବାବେଗ ପ୍ରତି କୁଠାରଘାତ ହୋଇଛି ।
At the Jeshoreshwari Kali Temple. pic.twitter.com/XsXgBukg9m
— Narendra Modi (@narendramodi) March 27, 2021
ସୂଚନା ଅନୁସାରେ, ଗତକାଲି(ଗୁରୁବାର) ବିଳମ୍ବିତ ରାତି ପ୍ରାୟ 2ଟାରୁ 2.30 ମଧ୍ୟରେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି। ପୂଜକ ଦିଲ୍ଲୀପ ମୁଖାର୍ଜୀ ପୂଜା ପାଇଁ ସକାଳୁ ମନ୍ଦିର ଆସିବା ପରେ ମା'ଙ୍କ ମଥାରେ ମୁକୁଟ ନଥିବା ଦେଖିବାକୁ ପାଇଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଶ୍ୟାମାନଗର ଥାନା ଅଧିକାରୀ ତୈଜୁଲ ଇସଲାମ କହିଛନ୍ତି, "ଆମେ ମନ୍ଦିରର ସିସିଟିଭି ଫୁଟେଜ ଯାଞ୍ଚ କରୁଛୁ। ଖୁବଶୀଘ୍ର ଚୋର ଧରାପଡଡିବ।" ରୂପାରେ ତିଆରି ଏହି ମୁକୁଟ ଉପରେ ସୁନାର ଛାଉଣୀ ହୋଇଥିଲା। ଯାହାକୁ ବାଂଲାଦେଶ ଗସ୍ତ ସମୟରେ 2021 ମସିହା ମାର୍ଚ୍ଚ 21ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମା'ଙ୍କୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ।
ଏହା ବି ପଢନ୍ତୁ....ନନା ବେଶରେ ବୁଲୁଥିଲେ ମନ୍ଦିରରୁ ଲୁଟୁଥିଲେ, ଧରାପଡିଲେ ଦୁଇ ଭାଇ - two TEMPLE THIEF ARRESTED
ହିନ୍ଦୁ ପୁରାଣ ଅନୁଯାୟୀ, ଜେଶୋଶ୍ବରୀ ମନ୍ଦିର ହେଉଛି 51ଟି ଶକ୍ତିପୀଠରୁ ଅନ୍ୟତମ। ଦ୍ବାଦଶ ଶତାବ୍ଦୀରେ ଅନାରି ନାମକ ଜଣେ ବ୍ରାହ୍ମଣ ଏହି ମନ୍ଦିରର ପ୍ରତିଷ୍ଠା କରିଥିଲେ ବୋଲି ଶୁଣିବାକୁ ମିଳେ। ଏହି ମନ୍ଦିର 100 ଦ୍ବାର ବିଶିଷ୍ଟ ହୋଇଥିବାବେଳେ ଲକ୍ଷ୍ମଣ ସେନ ତ୍ରୟୋଦଶ ଶତାବ୍ଦୀରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କରିଥିଲେ। ସେହିପରି ଷୋଡ଼ଶ ଶତାବ୍ଦୀରେ ରାଜା ପ୍ରତାପଦିତ୍ୟ ମନ୍ଦିରର ପୁନଃ ନିର୍ମାଣ କରିଥିଲେ। ବର୍ତ୍ତମାନ ପବିତ୍ର ଦଶହରା। ସବୁଠି ଉତ୍ସବର ମାହୋଲ ଥିବାବେଳେ ମା'ଙ୍କ ମୁକୁଟ ଚୋରି ସମସ୍ତ ଭକ୍ତଙ୍କ ଭାବାବେଗରେ ଆଘାତ ସୃଷ୍ଟି କରିଛି।
ଏହା ମଧ୍ୟ ପଢନ୍ତୁ ...ପାର୍ବଣରେ ମାତିଲେ ଚୋର, ମନ୍ଦିରରେ ବୁଲାଇଲେ କଳାକନା - THEFT FROM beleswar temple