ETV Bharat / bharat

ସଫଳତାର ଜ୍ବଳନ୍ତ ଉଦାହରଣ କେ.ଶିବନ: ଆମ୍ବ ଚାଷରୁ ଚନ୍ଦ୍ରଯାନ-2 - ପିତା କୈଳାସ ଭାଡିମୁ ଓ ମାତା ଚେଲାମ

ଅଦମ୍ୟ ଚେଷ୍ଟା ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସେ ଆଜି ପରିଚିତ । ଚାଷୀ ପରିବାରରେ ଜନ୍ମ ହୋଇ ମଧ୍ୟ ସେ ଅନ୍ତରୀକ୍ଷରେ ପହଞ୍ଚି ପାରିଛନ୍ତି।

ଡିଜାଇନ ଫଟୋ
author img

By

Published : Sep 8, 2019, 2:06 PM IST

ନୂଆଦିଲ୍ଲୀ: ଖାଲି ପାଦ, ପରିବା ଚାଷ ଓ ଚନ୍ଦ୍ର ଯାତ୍ରା। ଜୀବନ କାଳ ମଧ୍ୟରେ ଅବିରତ ସଙ୍ଘର୍ଷ। ଅସମ୍ଭବ ଭିତରରେ ସମ୍ଭବ ଖୋଜୁଥିବା ଜଣେ ଉଦ୍ୟମି ମଣିଷ। ଏହାସହ ମନରେ ଚନ୍ଦ୍ରକୁ ଯାତ୍ରା କରିବାର ଦୃଢ ଇଛାଶକ୍ତି। ଏହି 3 ଟି ଜିନିଷ ମଧ୍ୟରେ କୌଣସି ତାଳମେଳ ନଥିଲେ ବି ଏପରି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ। ଜଣେ ଆମ୍ବ ଚାଷୀର ପୁଅ ଆଜି ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛନ୍ତି।

ତାମିଲନାଡୁର 14 ଏପ୍ରିଲ 1957ରେ ପିତା କୈଳାସ ଭାଡିମୁ ଓ ମାତା ଚେଲାମଙ୍କ ଔରସରୁ ଜନ୍ମ ନିଅନ୍ତି ଶିବନ। ଚାଷ କରି ପରିବାର ପୋଷନ୍ତି ଶିବନଙ୍କ ବାପା। ସରକାରୀ ବିଦ୍ୟାଳୟରୁ ନିଜର କ୍ୟାରିଅର ଆରମ୍ଭ କରନ୍ତି ଶିବନ । ଶୈଶବରୁ କଲେଜ ଜୀବନ ପର୍ଯ୍ୟନ୍ତ ସେ କେବେ ପାଦରେ ଚପଲ ପିନ୍ଧି ନଥିଲେ । ଖାଲି ପାଦରେ ସେ ସ୍କୁଲ ଯିବା ଠାରୁ ଆରମ୍ଭ କରି ଘରର ପ୍ରତ୍ୟେକ କାମ କରିଥାନ୍ତି ଶିବନ। ଅନ୍ୟମାନଙ୍କ ଭଳି ତାଙ୍କ ପାଖରେ ନଥିଲା ଟ୍ରାଉଜର ପ୍ୟାଣ୍ଟ କି ଭଳିକି ଭଳି କୁର୍ତ୍ତା। କେବଳ ଧୋତିରେ ସେ କାଟି ଦେଇଛନ୍ତି ତାଙ୍କ କଲେଜ ଜୀବନ ।

ହେଲେ ତାଙ୍କର ଆର୍ଥିକ ସ୍ଥିତି ତାଙ୍କର ଲକ୍ଷ୍ୟକୁ ପ୍ରଭାବିତ କରିନଥିଲା । ଅକ୍ଲାନ୍ତ ପରିଶ୍ରମ ଓ ଅଖଣ୍ଡ ବିଶ୍ବାସ ଯୋଗୁଁ ସେ ଆଜି ସଫଳ । କେବଳ ସେତିକି ନୁହେଁ ପାଠପଢା ଛଡା ବାପାଙ୍କ ଚାଷ ଜମିରେ ମଧ୍ୟ କାମ କରୁଥିଲେ। ବାପାଙ୍କ ଆମ୍ବ ବଗିଚାରେ କାମ କରିବା ମୋର ଅଭ୍ୟାସରେ ପରିଣତ ହୋଇଯାଇଥିଲା ବୋଲି କୁହନ୍ତି ଶିବନ। ମୁଁ ବଗିଚାରେ କାମ କଲେ ଆଉ କୌଣସି ଶ୍ରମିକର ଆବଶ୍ୟକତା ପଡେନାହିଁ ।

ସ୍କୁଲ ଜୀବନ ପରେ ଆସେ କଲେଜର ସମୟ। ସାଧାରଣତଃ ପିଲା ନୂଆ କରି କଲେଜ ଯିବା ପୂର୍ବରୁ ତାଙ୍କର ଅବିଭାବକ ଅନେକ ଜିନିଷ ଉପରେ ଭାବିଥାନ୍ତି । ଯେମିତି କି ପିଲା କେମିତି ପଢିବ, କେଉଁଠି ରହିବ । କଲେଜଟି କେତେ ଜଣାଶୁଣା ଏମିତି ଅନେକ । ହେଲେ ଶିବନଙ୍କ ବାପାଙ୍କ ଚିନ୍ତାଧାରା ଥିଲା ଯେ, ପୁଅ ଘର ପାଖ କଲେଜରେ ପାଠ ପଢିବ । ଯେମିତି କି କଲେଜରୁ ଫେରି ମୋତେ ଆମ୍ବ ବଗିଚାରେ ସାହାଯ୍ୟ କରିପାରିବ ।

ପିଲାଟି ବେଳୁ ମୋର ଇଞ୍ଜିନିୟରିଂ ପଢିବାରେ ବହୁତ ଇଚ୍ଛା ଥିଲା । ହେଲେ କୋର୍ସ ଫି ଅଧିକ ଥିବାରୁ ବାପା ମନା କରିଦେଇଥିଲେ । ହେଲେ +3 ପଢିବା ସମୟରେ ବାପା ତାଙ୍କ ମନ ବଦଳାଇଦେଇଥିଲେ ଆଉ ଜମି ବିକ୍ରି କରି ଇଂଜିନିୟରିଂ ପଢାଇବାର ପ୍ରତିଶୃତି ଦେଇଥିଲେ । ପାଠପଢା ସରିବା ପରେ ହାଲ(Hindustan aeronautics Limited) ଓ ପରେ ନାଲ(National aeronautics Limited)ରେ ଚାକିରି ପାଇଁ କେବଳ ବାଟ ଥିଲା । ହେଲେ ପୁଣି ଆଇଆଇଏସସି କରିଥିଲେ ଶିବନ ।

ଶିବନ ଜୀବନରେ ଯାହା ଚାହିଁଛନ୍ତି ତାହା କେବେ ତାଙ୍କୁ ମିଳିନାହିଁ । ସାଟେଲାଇଟ ସେଣ୍ଟରରେ କାମ କରିବା ପାଇଁ ଶିବନଙ୍କର ଖୁବ ଇଚ୍ଛା ଥିଲା । ହେଲେ ସେ ବିକ୍ରମ ସାରାଭାଇ ସେଣ୍ଟରରେ ସ୍ଥାନ ପାଇଥିଲେ । ଏରୋଡାଇନାମିକ ଗ୍ରୁପରେ ଜଏନ କରିବା ପାଇଁ ଚାହୁଁଥିଲେ ହେଲେ ତାଙ୍କୁ PSLV ପ୍ରକଳ୍ପରେ ସ୍ଥାନ ମିଳିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.