ନୂଆଦିଲ୍ଲୀ: ଆଖିର ଅଶ୍ରୁରେ ଆରମ୍ଭ ହେଲା ଶ୍ରଦ୍ଧାଞ୍ଜଳୀ ସଭା । ଯୁଦ୍ଧରେ ସହିଦ୍ ହୋଇଥିବା ବୀର ଯବାନ ଲେପ୍ଟନାଣ୍ଟ ହୀତେଶଙ୍କର ମା କାମେଶ ବାଳାଙ୍କର ଆଖିର ଅଶ୍ରୁ ବୋଲ ମାନିନଥିଲା । କୋହକୁ ସମ୍ଭାଳି ପାରିନଥିଲେ ସେ ।
ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖିରେ ଅଶ୍ରୁ ଦେଖିବାକୁ ମିଳିଥିଲା । ଏହା ସହ ସ୍ଥଳସେନା ମୁଖ୍ୟ ବିପିନ୍ ରାଓତ ଓ ରାଜନାଥ ସିଂହ ମଧ୍ୟ ମ୍ରିୟମାଣ ହୋଇପଡ଼ିଥିଲେ।
ଏପ୍ରକାର ପରିସ୍ଥିତି ସମଗ୍ର ସଭାକୁ ଏକପ୍ରକାର ବିସ୍ମିତ କରିବା ସହ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା । ପୂର୍ବରୁ କାମେଶ ବାଳାଙ୍କ ସ୍ବାମୀ ଯୁଦ୍ଧରେ ଜୀବନ ଦେଇଥିବା ବେଳେ ତାଙ୍କ ସ୍ଥାନରେ ନିଯୁକ୍ତ ପାଇଥିଲେ ପୁଅ ହିତେଶ ।