ETV Bharat / bharat

ଦିଲ୍ଲୀରେ ନିଟ୍‌-ଜେଇ ପରୀକ୍ଷା ସ୍ଥଗିତ କରିବା ଦାବି ଖାରଜ କଲେ ଉପ-ରାଜ୍ୟପାଳ - delhi government

ଦିଲ୍ଲୀ ରାଜ୍ୟପାଳ ଅନିଲ ବୈଜଲ ନିଟ୍‌-ଜେଇ ପରୀକ୍ଷା ସ୍ଥଗିତ ରଖିବାକୁ ଦିଲ୍ଲୀ ସରକାରଙ୍କ ଦ୍ବାରା କରାଯାଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ଦିଲ୍ଲୀରେ ନିଟ୍‌-ଜେଇ ପରୀକ୍ଷା ସ୍ଥଗିତ କରିବା ଦାବି ଖାରଜ କଲେ ଉପ-ରାଜ୍ୟପାଳ

author img

By

Published : Aug 30, 2020, 12:05 AM IST

ନୂଆଦିଲ୍ଲୀ : ଦିଲ୍ଲୀ ରାଜ୍ୟପାଳ ଅନିଲ ବୈଜଲଙ୍କ ନେତୃତ୍ବରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ଗୁତୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନିଟ୍‌-ଜେଇ ପରୀକ୍ଷା ସ୍ଥଗିତ ରଖିବାକୁ ଦିଲ୍ଲୀ ସରକାରଙ୍କ ଦ୍ବାରା କରାଯାଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ପରୀକ୍ଷା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ନିର୍ଦ୍ଧାରିତ ସମୟରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏନେଇ ଶନିବାର ଦିଲ୍ଲୀ ସରକାରଙ୍କୁ ସୂଚନା ଦିଆଯାଇଛି।

ଏହାପୂର୍ବରୁ ନିଟ୍‌-ଜେଇ ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ସରକାର ବିରୋଧ କରିଥିଲେ। ପରୀକ୍ଷା ସ୍ଥଗିତ ରଖାଯିବା ଉଚିତ କିମ୍ବା ଏହାର ବିକଳ୍ପ ପଦ୍ଧତି କେନ୍ଦ୍ର ଦ୍ବାରା ମିଳିବା ଉଚିତ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ। ମହାମାରୀ ସମୟରେ ସମଗ୍ର ବିଶ୍ବରେ ପରୀକ୍ଷଣର ନୂତନ ପ୍ରଣାଳୀ ବିକଶିତ ହେଉଛି । କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟ କରିବା ଉଚିତ୍ ବୋଲି ସିସୋଦିଆ କହିଥିଲେ।

ତେବେ ଏହି ମାମଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ନିକଟକୁ ଆସିଥିଲା ​​। ଏଥିରେ ପରୀକ୍ଷା ସ୍ଥଗିତ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପରୀକ୍ଷା କରାଯିବା ଉଚିତ ନୁହେଁ। ପରୀକ୍ଷା ପରିଚାଳନା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଅଧିକାର ନାହିଁ ବୋଲି ପ୍ରସ୍ତାବରେ କୁହାଯାଇଥିଲା। କିନ୍ତୁ ଉପରାଜ୍ୟପାଳ ଏହି ପ୍ରସ୍ତାବକୁ ଖାରଜ କରି ପରୀକ୍ଷାକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀରେ ଜେଇ-ନିଟ୍‌ ପରୀକ୍ଷା ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.