କାଇରୋ(ଇଜିପ୍ଟ): ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ମହମୁଦ ଜିବ୍ରିଲଙ୍କ ପରଲୋକ । କୋରୋନା ଭାଇରସ ସଂକ୍ରମଣରେ ସଂକ୍ରମିତ ଜିବ୍ରିଲଙ୍କ ରବିବାର ଦିନ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା ।
ଜିବ୍ରିଲ କୋରୋନା ଭାଇରସ୍ ଆକ୍ରାନ୍ତ ଥିଲେ । ତାଙ୍କର କୋଭିଡ-19 ରିପୋର୍ଟ ପଜିଟିଭ ଆସିବା ପରେ ସେ ଇଜିପ୍ଟରେ କ୍ବାରେଣ୍ଟାଇନରେ ଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଜିବ୍ରିଲ ମାର୍ଚ୍ଚ 27ରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ଭେଣ୍ଟିଲେଟରର ବ୍ୟବହାର କରୁଥିଲେ ।
ଗୃହଯୁଦ୍ଧ ସମୟରେ ପ୍ରାୟ ଏକ ବର୍ଷ ପାଇଁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଜିବ୍ରିଲ ।
@ANI