ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ୍ ମୁକ୍ତ ଦିବସ ଅବସରରେ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ନକରିବା ପାଇଁ ଆହ୍ବାନ କରିଛି ପରିବେଶ, ଜଙ୍ଗଲ, ଜଳବାୟୁ ଏବଂ ପରିବେଶ ପରିବର୍ତ୍ତନ ମନ୍ତ୍ରଣାଳୟ ।

ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ନକରିବା ପାଇଁ ଆମେ ସମସ୍ତେ ପ୍ରତିଶ୍ରୁତି ନେବା ଉଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଖାଦ୍ୟ, ଜଳ, ଜମି ସବୁଥିରେ ପ୍ଲାଷ୍ଟିକ ବ୍ୟାଗ୍ ମିଳିଥାଏ । ଏହାଦ୍ବାରା ପ୍ରଦୂଷଣ ସ୍ତର ମଧ୍ୟ ବଢିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ମନ୍ତ୍ରଣାଳୟ କହିଛି ।

ଶ୍ବାସକ୍ରିୟା ପାଇଁ ଏକ ଉନ୍ନତ ଏବଂ ନିରାପଦ ପରିବେଶ ଦିଗରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରିଛି ମନ୍ତ୍ରଣାଳୟ ।
