ETV Bharat / bharat

ଆସାମରେ ଚିତାବାଘକୁ ପିଟିପିଟି ମାରିଲେ ଗ୍ରାମବାସୀ

ଆସାମରେ ଚିତାବାଘକୁ ପିଟିପିଟି ମାରିଲେ ଗ୍ରାମବାସୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଅଧିକ ପଢନ୍ତୁ...

author img

By

Published : Jun 7, 2020, 10:40 PM IST

Leopard Beaten To Death In Assam, Paraded As Trophy On Camera
ଆସାମରେ ଚିତାବାଘକୁ ପିଟିପିଟି ମାରିଲେ ଗ୍ରାମବାସୀ

ଗୌହାଟୀ: ଆସାମର ଗୌହାଟୀ ଉପକଣ୍ଠରେ ଥିବା ଏକ ଆବାସିକ କଲୋନୀରେ ପଶିଯାଇଥିଲା ଚିତାବାଘ । ଗାଁ ଲୋକେ ବନ ବିଭାଗକୁ ଖବର ଦେବା ପରିବର୍ତ୍ତେ ଏକ ଗୋଷ୍ଠୀ ମିଶି ପିଟି ପିଟି ବାଘକୁ ମାରିଦେଇଛନ୍ତି । ତେବେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖାଯାଇଛି । ମାରିବା ପରେ ଗ୍ରାମବାସୀମାନେ ବାଘର ମୃତଦେହକୁ ଟ୍ରଫି ଭାବରେ ପ୍ୟାରେଡ୍ କରି ମଜା ଉଠାଉଥିବା ଦେଖାଯାଇଛି ।

ବର୍ତ୍ତମାନ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିବା 6 ଜଣଙ୍କୁ ଗିରଫ କରାଯାଇଛି। ଅପରାଧରେ ଜଡିତ ଅନ୍ୟ ମାନଙ୍କୁ ଖୋଜା ଚାଲିଛି। ବନ ବିଭାଗ ଯଦି ଏନେଇ ସତର୍କ ଥାନ୍ତେ, ତେବେ ସ୍ଥାନୀୟ ଲୋକ ବାଘର ହତ୍ୟା କରିନଥାନ୍ତେ ବୋଲି କିଛି ଅଭିଯୋଗ କରିଛନ୍ତି। ବନ ବିଭାଗ ସ୍ବୀକାର କରିଛି ଯେ ରବିବାର ଦିନ 5 ଟା ସମୟରେ ଫାଶରେ ପଡ଼ିଥିବା ଚିତାବାଘ ବିଷୟରେ ସେମାନଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବାଘ ପଳାଇ ଯାଇଥିଲା।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଘଟଣା ଏକ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଘଟିଛି। ଚିତାବାଘ ଏନକାଉଣ୍ଟର ଘଟଣା ସାରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଜ୍ଞମାନେ କୁହନ୍ତି, ବାସସ୍ଥାନ ହରାଇବା ହେଉଛି ଅନ୍ୟତମ କାରଣ । ଯାହା ପଶୁମାନଙ୍କୁ ଖାଦ୍ୟ ପାଇଁ ମାନବ ଉପନିବେଶକୁ ଆସିବାକୁ ବାଧ୍ୟ କରିଥାଏ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.