ETV Bharat / bharat

ତୀର୍ଥଯାତ୍ରୀଙ୍କୁ ଲହୁଲୁହାଣ କଲା ଚିତାବାଘ

ତୀର୍ଥଯାତ୍ରୀଙ୍କୁ ଲହୁଲୁହାଣ କଲା ଚିତାବାଘ । ବାଘ ଆକ୍ରମଣରେ ତିରୁପତି ଯାଉଥିବା ଦୁଇଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

author img

By

Published : Jun 17, 2019, 3:39 PM IST

ଫାଇଲ ଫଟୋ

ତିରୁମାଲା: ତୀର୍ଥଯାତ୍ରୀଙ୍କୁ ଲହୁଲୁହାଣ କଲା ଚିତାବାଘ । ବାଘ ଆକ୍ରମଣରେ ତିରୁପତି ଯାଉଥିବା ଦୁଇଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆହତ ବ୍ୟକ୍ତିମାନେ ତିରୁପତିରେ ଭଗବାନ ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ । ଆହତ ଦୁଇ ଝିଅ ହେଲେ ୟାମିନି(20) ଓ ପଭନୀ(12) ।

ଖବର ଅନୁଯାୟୀ, ଗତ ସପ୍ତାହରେ ଥିରୁମାଲ ଘାଟରେ ମଧ୍ୟ ଚିତାବାଘ ଆକ୍ରମଣ କରିଥିଲା । ଗୋଟିଏ ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ପାଇଁ ଆକ୍ରମଣ କରିଛି ଚିତାବାଘ । ତେବେ ଘଟଣା ବିଷୟରେ ଖବର ପାଇଁ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତାଙ୍କ କହିବା ଅନୁସାରେ ବର୍ତ୍ତମାନ ବାଘର ପାଦଚିହ୍ନ ଟ୍ରାକ କରାଯାଇ ତାକୁ ଧରିବାକୁ ଚେଷ୍ଟା ଜାରି ରହିଛି ।

ମିଶନ ୧୨୦ ର କଥା କହିଲେ ଧର୍ମେନ୍ଦ୍ର 

ପଦର୍ଶନୀ ପଡିଆରେ ରାଜ୍ୟ ବିଜେପି ପକ୍ଷରୁ ଦୁଇ କେନ୍ଦ୍ର ମନ୍ତ୍ରୀ ଙ୍କ ସହ ରାଜ୍ୟ ବିଜେପି ର ବିଜୟୀ ବିଧାୟକ ଓ ସାସଂଦ ଙ୍କ ପାଇଁ ଆୟୋଜନ ହୋଇଥିଲା ସମ୍ବୋର୍ଧନା ସଭା ।ଏହି ସଭାରେ ରାଜ୍ୟ ରେ ନିର୍ବାଚନ ରେ ବିଜେପି ମିଶନ ୧୨୦ କଥା ଉଠାଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି ଯେ, ବିଜେପିର ୧୨୦ ମିଶନ ଫେଲ୍‌ କହିଛନ୍ତି ଯେ, ରାଜନୈତିକ କାର୍ଯ୍ୟକର୍ତ୍ତା ଯେତେବେଳେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିଜ ବିଚାରଧାରା ଅନୁଯାୟୀ ଅକ୍ତିଆର ନକରିପାରେ, ସେ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବା ଦରକାର । ୧୨୦+ ମିଶନ ସେହି ପର୍ଯ୍ୟନ୍ତ ରହିଛି, ଯେ ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ଭାରତୀୟ ଜନତା ପାର୍ଟିର ପୂରଣ ହୋଇନାହିଁ ବୋଲି କହିଛନ୍ତି ।ଏହି ଅବସରରେ ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଓଡିଶାର ଗରିବ ଲୋକଙ୍କ ପ୍ରତି ଥିବା ଦାୟିତ୍ୱକୁ ଏଠାକାର ବିରୋଧୀ ଦଳ ପୂରଣ କରିବ । ତେଣୁ ସେମାନଙ୍କ ଭୋଟ କେବେ ବି ବ୍ୟର୍ଥ ଯିବନି । ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଅଗ୍ରାଧିକାର ଦେବ ବିଜେପି ।

ଏହା ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ କହିଛନ୍ତି ଯେ ,ବହୁତ ଲୋକ ବିରୋଧୀ କାର୍ଯ୍ୟ କରିଛନ୍ତି ,ଭଗବାନ ସେମାନଙ୍କ କ୍ଷମା କରନ୍ତୁନି,ଦଳପ୍ରତି ବେଇମାନ କରିଥିବା ଲୋକ ଜୟଚନ୍ଦ୍ର ମାନଙ୍କ ଦଷା ଭୋଗିବେ ବୋଲି କହିଛନ୍ତି ପ୍ରତାପ 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.