ETV Bharat / bharat

CAAକୁ ବିରୋଧ, ଆନ୍ଦୋଳନରେ ସମସ୍ତ ବାମପନ୍ଥୀ ଦଳ - Left parties protest across the country

ନାଗରିକତା ସଂଶୋଧନ ଆଇନ ବିରୋଧରେ ସମସ୍ତ ବାମପନ୍ଥୀ ଦଳର ବିରୋଧ ପ୍ରଦର୍ଶନ । ଭାରତର ଧର୍ମନିରପେକ୍ଷ ଗଣତନ୍ତ୍ରର ମୂଳଦୁଆକୁ ଏହି ଆଇନ ନଷ୍ଟ କରିଦେଇଛି ବୋଲି ମତ ରଖିଛନ୍ତି ବାମପନ୍ଥୀ ।

Left parties protest across the country
ଆନ୍ଦୋଳନ କରିବେ ଦେଶର ସମସ୍ତ ବାମପନ୍ଥୀ ଦଳ
author img

By

Published : Dec 19, 2019, 10:26 AM IST

Updated : Dec 19, 2019, 10:46 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ କାନୁନ ବିରୋଧରେ ସମସ୍ତ ବାମପନ୍ଥୀ ଦଳର ବିରୋଧ ପ୍ରଦର୍ଶନ । ଆଜି(ଗୁରୁବାର) କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାର୍କ୍ସିଟ୍), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାର୍କ୍ସିଟ୍-ଲେନିଷ୍ଟ), ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ରିଭୋଲୁସନାରୀ ସୋସିଆଲିଷ୍ଟ ପାର୍ଟି ମିଶି ସମସ୍ତ ଜିଲ୍ଲାରେ ଆନ୍ଦୋଳନ କରିଛନ୍ତି ।

ଉତ୍ତରପ୍ରଦେଶର ରାଜଧାନୀ ଦିଲ୍ଲୀଠାରେ ସମାଜବାଦୀ ପାର୍ଟି ଧାରଣା ହେବା ଆରମ୍ଭ କରିସାରିଛି । ଦିଲ୍ଲୀରେ ମଧ୍ୟ ଜାମିୟା, ଜସୋଲା ବିହାର, ଶାହିନବାଗ ଓ ମୁନିରକା ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି । ଅନ୍ୟପକ୍ଷେ ବିହାରର ରାଜଧାନୀ ପାଟଣାରେ ଏଆଇଏସଏଫର କର୍ମକର୍ତ୍ତା ରାଜେନ୍ଦ୍ରନଗର ଷ୍ଟେସନରେ ଟ୍ରେନ ରୋକିଛନ୍ତି । ଏପରିକି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାର୍କ୍ସିଟ୍-ଲେନିଷ୍ଟ) ଦଳ ପକ୍ଷରୁ ବିହାରରେ ବନ୍ଦ ଡାକରା ଦିଆଯାଇଛି ।

ବାମପନ୍ଥୀ ଦଳର ଆରୋପ ଅନୁସାରେ, ନାଗରିକତା ସଂଶୋଧନ ଆଇନ ଭାରତର ଧର୍ମନିରପେକ୍ଷ ଗଣତନ୍ତ୍ରର ମୂଳଦୁଆକୁ ନଷ୍ଟ କରିଦେଇଛି । ସବୁ ବାମପନ୍ଥୀ ଦଳ ମିଶି ଆଜିର ଦିନକୁ ଆନ୍ଦୋଳନ ପାଇ ବାଛିଥିଲେ । କାରଣ ଡିସେମ୍ବର 19, 1927ରେ ସ୍ବାଧୀନତା ସଂଗ୍ରାମୀ ରାମ ପ୍ରସାଦ ବିସମିଲ୍, ଅଶଫାକ୍ ଉଲ୍ଲାହ ଖାନ୍, ରୋଶନ ସିଂହଙ୍କୁ ଫାଶୀ ଦିଆଯାଇଥିଲା ।

ନାଗରିକତା ସଂଶୋଧନା ଆଇନ ଆସିବା ପରେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସିଥିବା ଶରାଣାର୍ଥୀଙ୍କୁ ନାଗରିକତା ଦିଆଯିବ ମାତ୍ର ଏଠାରେ ମୁସଲମାନଙ୍କୁ ସାମିଲ କରାଯାଇନଥିବାରୁ ଏହି ଆନ୍ଦୋଳନ କରାଯାଉଛି ।

Intro:Body:

testing

Conclusion:
Last Updated : Dec 19, 2019, 10:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.