ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଆଜାଦ ନିଜେ ଟ୍ବିଟ କରି ଦେଇଛନ୍ତି ସୂଚନା । ରିପୋର୍ଟ ପଜିଟିଭ ଆସିବା ପରେ ଗୁଲାମ ହୋମକ୍ବାରେଣ୍ଟାଇନରେ ଅଛନ୍ତି ।
କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଷରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ଆଜାଦ । ଗୁଲାମ ନବୀ ଆଜାଦଙ୍କ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ମୋତି ଲାଲ ବୋରା, ଅଭିଷେକ ମନୁ ସିଂଘୱି, ତରୁଣ ଗୋଗୋଇ ଏବଂ ଆରପିଏନ ସିଂଙ୍କ ସମେତ ଅନ୍ୟ କେତେକ କଂଗ୍ରେସ ନେତା ସଂକ୍ରମିତ ହୋଇଛନ୍ତି ।
କେବଳ ଏତିକି ନୁହେଁ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ, ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଏବଂ ଶାସକ ଦଳର ଅନେକ ନେତା ମନ୍ତ୍ରୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।