ETV Bharat / bharat

ମୌସୁମୀ ଅଧିବେଶନରେ ସାଂସଦଙ୍କ ଭର୍ଚୁଆଲ ଉପସ୍ଥିତି ପାଇଁ ଅନୁମତି ମାଗିଲେ କଂଗ୍ରେସ ନେତା - ମୌସୁମୀ ଅଧିବେଶନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହର ସଦସ୍ୟଙ୍କ ଭର୍ଚୁଆଲ ଉପସ୍ଥିତିକୁ ଅନୁମତି ଦେବା ପାଇଁ ଅପିଲ କରିଛନ୍ତି ଲୋକସଭାରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ...

ମୌସୁମୀ ଅଧିବେଶନରେ ସାଂସଦଙ୍କ ଭର୍ଚୁଆଲ ଉପସ୍ଥିତି ପାଇଁ  ଅନୁମତି ମାଗିଲେ କଂଗ୍ରେସ ନେତା

author img

By

Published : Aug 19, 2020, 6:47 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କୋରୋନା ସଙ୍କଟ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଏପରିସ୍ଥିତିରେ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ହେଲେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହର ସଦସ୍ୟଙ୍କ ଭର୍ଚୁଆଲ ଉପସ୍ଥିତିକୁ ଅନୁମତି ଦେବା ପାଇଁ ଅପିଲ କରିଛନ୍ତି ଲୋକସଭାରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଗୃହର ସଦସ୍ୟଙ୍କ ଭର୍ଚୁଆଲ ଉପସ୍ଥିତି ନେଇ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି ।

ମହାମାରୀ କୋରୋନା ମଧ୍ୟରେ ଆଉ କିଛି ଦିନ ଭିତରେ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ଶେଷ ସପ୍ତାହରେ ଏହି ଅଧିବେଶନ ଆରମ୍ଭ ହେବାର ଥିଲା ହେଲେ କୋରୋନା ଯୋଗୁଁ ଏଥିରେ ବିଳମ୍ବ ହୋଇଛି ।

ବର୍ତ୍ତମାନ ସଂସଦର ମୌସୁମୀ ଅଧିବେଶନ ଡକାଇବା ପାଇଁ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲୋକସଭା ଏବଂ ରାଜ୍ୟସଭାକୁ ମିଶାଇ ଅଧିବେଶନ ଚଳାଇବା ପାଇଁ ପ୍ରାୟ ପ୍ରସ୍ତୁତି ଶେଷ ହୋଇଛି।ବିନା କୌଣସି ବାଧାବିଘ୍ନରେ ଗୃହ କାର୍ଯ୍ୟ କରିବା ନେଇ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରାଜ୍ୟସଭା ଗୃହରେ 4ଟି ବଡ ପରଦାର ବ୍ୟବସ୍ଥା କରାଯାଉଛି ଏବଂ ଏହା ସହିତ ବିଭିନ୍ନ ଗ୍ୟାଲେରୀରେ ଛୋଟଛୋଟ ପରଦା ଲଗାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.