ETV Bharat / bharat

ଚୀନକୁ ଆଉ ଏକ ଝଟକା, ଭାରତ ମୁହାଁ ଆଇଫୋନ ସପ୍ଲାଇ କମ୍ପାନୀ

author img

By

Published : Jul 17, 2020, 8:41 PM IST

Apple ଅର୍ସେବଲି ପାର୍ଟନର ପେଗାଟ୍ରାନ(Pegatron) ଭାରତରେ ପ୍ରଥମ କରି ନିଜ ବାଣିଜ୍ୟ କାରବାର କରିବାକୁ ଯାଉଛି । ପେଗାଟ୍ରାନ ଦୁନିଆର ସବୁଠୁ ବଡ ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିତରେ ବେଶ ଜଣାଶୁଣା ନାଁ ।

latest apple
ଭାରତ ମୁହାଁ ଆଇଫୋନ ସପ୍ଲାଇ କମ୍ପାନୀ

ନୂଆଦିଲ୍ଲୀ: କୋରୋନା ମହାମାରୀ ଭିତରେ ଚୀନକୁ ଆଉ ଏକ ଝଟକା । Apple ଅର୍ସେବଲି ପାର୍ଟନର ପେଗାଟ୍ରାନ(Pegatron) ଭାରତରେ ପ୍ରଥମ କରି ନିଜ ବାଣିଜ୍ୟ କାରବାର କରିବାକୁ ଯାଉଛି । ପେଗାଟ୍ରାନ ଦୁନିଆର ସବୁଠୁ ବଡ ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିତରେ ବେଶ ଜଣାଶୁଣା ନାଁ ।

ଜୁନ ମାସରେ ସରକାର ବିଶ୍ବର ଶ୍ରେଷ୍ଠ 6 ସ୍ମାର୍ଟଫୋନ ନିର୍ମାତାଙ୍କୁ ଆକୃଷ୍ଟ କରି ଭାରତରେ ବାଣିଜ୍ୟକ କାରବାର ବୃଦ୍ଧି ଓ ନିବେଶ ପାଇଁ 6.6 ଆରବ ଡଲାରର ବଡ ଯୋଜନା ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଆର୍ଥିକ ପ୍ରୋତ୍ସାହନ ସହ ବାହାର କମ୍ପାନୀଙ୍କୁ ଭାରତ ସହ କାରବାର ବଢାଇବାକୁ କୁହାଯାଇଥିଲା ।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ପେଗାଟ୍ରାନ ବର୍ତ୍ତମାନ ଏବେ ଭାରତରେ ନିଜ କମ୍ପାନୀ ସ୍ଥାପନ କରିବାକୁ ଯୋଜନା କରୁଛି । ତାଇୱାନର ଇଲେକ୍ଟ୍ରୋନିକ୍ସ ଆସେମ୍ବଲର୍ସ ଫକ୍ସକନ ଟେକ୍ନୋଲୋଜି ଗ୍ରୁପ(Foxconn Technology Group) ଏବଂ ୱିଷ୍ଟ୍ରନ(Wistron) ମଧ୍ୟ ଏଥିରେ ସାମିଲ ହେଉଛନ୍ତି । ଯେଉଁମାନେ କି, ପୂର୍ବରୁ ଦକ୍ଷିଣ ଭାରତରେ କିଛି ମୋବାଇଲ ହ୍ୟାଣ୍ଡସେଟ ତିଆରି କରୁଛନ୍ତି ।

ଚାଇନାରେ ଅନେକ କାରଖାନା ସହିତ ପେଗାଟ୍ରାନ ଦ୍ବିତୀୟ ସର୍ବବୃହତ ଆଇଫୋନ ଆସେମ୍ବଲର ଏବଂ ନିଜର ଅଧାରୁ ଅଧିକ ବ୍ୟବସାୟ ପାଇଁ ଆପଲ୍ ଉପରେ ନିର୍ଭର କରେ । ମାତ୍ର ଅନ୍ୟ କମ୍ପାନୀଗୁଡିକ ପରି ଏହା ବି ଖୁବଶୀଘ୍ର ଦକ୍ଷିଣ ଭାରତରେ ନିଜ ପ୍ଲାଣ୍ଟ ସ୍ଥାପନ କରିବ ବୋଲି କୁହାଯାଉଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.