ETV Bharat / bharat

ଘର ନେଲେନି ମୃତଦେହ, ପ୍ରଶାସନ କଲା ଅନ୍ତିମ ସଂସ୍କାର - କୋରୋନା ଅପଡେଟ

ଅମ୍ରିତସରର ଜଣେ ବ୍ୟକ୍ତି କୋରୋନା ଆକ୍ରାନ୍ତ ଥିଲେ । ସୋମବାର ଚିକିତ୍ସିତବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ...

ଘରେ ନେଲେନି ମୃତଦେହ, ପ୍ରଶାସନ କଲା ଅନ୍ତିମ ସଂସ୍କାର

author img

By

Published : Apr 8, 2020, 12:40 AM IST

ଅମୃତସର: ପଞ୍ଜାବର ଅମୃତସରରେ ଏକ ଦୁଃଖଦ ଘଟଣା ଘଟିଛି । କୋଭିଡ-19 ଦ୍ବାରା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ମୃତଦେହ ନେବାକୁ ଘରଲୋକ ମନା କରିଦେଇଛନ୍ତି । ଫଳରେ ପ୍ରଶାସନ ପକ୍ଷରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସୂଚନାନୁସାରେ ଅମ୍ରିତସରର ଜଣେ ବ୍ୟକ୍ତି କୋରୋନା ଆକ୍ରାନ୍ତ ଥିଲେ । ସୋମବାର ଚିକିତ୍ସିତ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ତାଙ୍କ ଘରଲୋକଙ୍କୁ ଏହା ବିଷୟରେ ଅବଗତ କରାଯାଇଥିଲା । ମାତ୍ର ମୃତଦେହ ନେବାକୁ ଘରଲୋକ ମନା କରିଦେବା ସହିତ ଆସିନଥିଲେ ।

ପରେ ପ୍ରଶାସନ ଗୋଟିଏ ଦିନ ଅପେକ୍ଷା କରିବା ପରେ ମଙ୍ଗଳବାର ବାଧ୍ୟ ହୋଇ ଅନ୍ତିମ ସଂସ୍କାର କରିଥିଲା । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ସବୁପ୍ରକାର ପ୍ରତିଷେଧକ ଉପାୟ ଆପଣାଯାଇଥିଲା । କାରଣ ମୃତ୍ୟୁ ପରେ ଭୂତାଣୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଥାଏ । ଏହି କାରଣ ଯୋଗୁଁ ପରିବାରଲୋକେ ଆସିନଥିବା ଅମ୍ରିତସର ଅତିରିକ୍ତ ପୋଲିସ କମିଶନର ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.