ନୂଆଦିଲ୍ଲୀ: ରାଜଧାନୀରେ ସଙ୍ଗୀନ ହେଉଛି କୋରୋନା ପରିସ୍ଥିତି। ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଯାହା ଦ୍ବାରା ଜଣେ ମୃତ କୋଭିଡ ବ୍ୟକ୍ତିଙ୍କ ଶେଷ ରୀତିନୀତି ସେମାନଙ୍କ ପରିବାର ଲୋକଙ୍କ ସହମତି କ୍ରମେ ଡାକ୍ତରଖାନା ଦ୍ୱାରା କରାଯିବ। ତେବେ ମଙ୍ଗଳବାର ଜଣେ ମୃତକଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସରିଥିବା ଗୃହ ମନ୍ତ୍ରଣାଳୟ ସୂଚନା ଦେଇ କହିଛି।
ସେହିପରି ଅନ୍ୟ 36 ଜଣ ମୃତ ବ୍ୟକ୍ତିଙ୍କ ଶେଷ ରୀତିନୀତି ବୁଧବାର ସେମାନଙ୍କ ସମ୍ପର୍କୀୟଙ୍କ ଉପସ୍ଥିତ ଦିଲ୍ଲୀରେ ଅନୁଷ୍ଠିତ ହେବ। ତେଣୁ ଆଗକୁ ଯିବାକୁ କୈଣସି ବିଳମ୍ବ ହେବ ନାହିଁ ବୋଲି ମନ୍ତ୍ରଣାଳୟ କହିଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀର ସମସ୍ତ ଡାକ୍ତରଖାନା - କେନ୍ଦ୍ର ଏବଂ ରାଜ୍ୟ ସରକାର ତଥା ବେସରକାରୀ ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶବଦାହ ଓ ଶେଷ ରୀତିନୀତିକୁ ତ୍ୱରାନ୍ୱିତ କରିଛନ୍ତି।
ଯେଉଁଥିରେ ହସ୍ପିଟାଲର କର୍ମଚାରୀମାନେ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସମ୍ମତି ଓ ଉପସ୍ଥିତି ସହିତ ଅଧିକାଂଶ କୋଭିଡ୍ 19 ମୃତ ବ୍ୟକ୍ତିଙ୍କ ଶେଷ ରୀତିନୀତି କରିଥିଲେ । ଗୃହ ମନ୍ତ୍ରଣାଳୟ ଡାକ୍ତରଖାନାଗୁଡ଼ିକୁ କଡା ନିର୍ଦ୍ଦେଶ ଦେଇଛି ଯେ ଆଗକୁ ବି ଏହି ଶେଷ ରୀତିନୀତି କାର୍ଯ୍ୟରେ ବିଳମ୍ବ ହେବ ନାହିଁ।