ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ରାହୁଲ ଓ ମୋଦିଙ୍କ ମାରାଥନ ପ୍ରଚାର । ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ନିଜର ଦଳୀୟ ପ୍ରଚାର କରି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ ।
ଆଜି ବିହାରର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି । ସକାଳ 9ଟାରୁ ମୋଦି ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରଥମେ ମାଲଦେପୁର ମୋଡ ମୈଦାନରେ ଯୋଗ ଦେଇ ପରେ ସିଧାସଳଖ ସରସ୍ବତୀ ବିଦ୍ୟା ମନ୍ଦିର, ବକ୍ସର ନିକଟରେ ଦଳୀୟ ପ୍ରଚାରର ପାଇଁ ପହଞ୍ଚିଛନ୍ତି । ଏହାପରେ ମଧ୍ୟାହ୍ନ 12.05 ବେଳକୁ ସରସରାମ ଅଞ୍ଚଳରେ ଯୋଗ ଦେବେ । ବିହାରରେ କାର୍ଯ୍ୟକ୍ରମ ସରିବା ପରେ 04.30ରେ ଛତିଶଗଡ ପାଇଁ ବାହାରିବେ ପ୍ରଧାନମନ୍ତ୍ରୀ । ଆଉ ସେକ୍ଟର-34ରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାଗିବେ ଭୋଟ ।
ସେପଟେ, ରାହୁଲ ମଧ୍ୟ ମୋଟ 3ଟି ଜନସଭାକୁ ସମ୍ବୋଧନ କରିବାକୁ ଥିବାବେଳେ ପ୍ରଥମେ ମଧ୍ୟପ୍ରଦେଶ ଦଶହରା ମୈଦାନରେ ଯୋଗ ଦେବେ । ଏହାପରେ ଅପରାହ୍ନ 2 ଟା ବେଳେ ଉଜ୍ଜୈନର ଏକ ଜନସମାବେଶକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରଚାର କରିବେ । ସେଠାରେ ସମସ୍ତ କାର୍ଯ୍ୟକ୍ରମ ସାରିବା ପରେ ରାହୁଲ ସିଧାସଳଖ ଖଣ୍ଡୱା ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ ।