ETV Bharat / bharat

59 ଜିଲ୍ଲାରେ 14 ଦିନରେ କୋଭିଡ 19 ପଜିଟିଭ ଶୂନ

author img

By

Published : Apr 21, 2020, 1:53 AM IST

ଏବେ ସୁଦ୍ଧା ଗୋଆରେ 7ଟି ପଜିଟିଭ କେସ ବାହାରିଥିଲା । ତେବେ ପୂର୍ବରୁ 6 ଜଣ ସୁସ୍ଥ ହୋଇଥିବାବେଳେ ସୋମବାର ସୁଦ୍ଧା ବାକି ଜଣେ ମଧ୍ୟ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

59 ଜିଲ୍ଲାରେ 14 ଦିନରେ କୋଭିଡ 19 ପଜିଟିଭ ଶୂନ
59 ଜିଲ୍ଲାରେ 14 ଦିନରେ କୋଭିଡ 19 ପଜିଟିଭ ଶୂନ

ନୂଆଦିଲ୍ଲୀ: କୋଭିଡ 19ର ପ୍ରଭାବରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରାୟ ସମସ୍ତ ସହର ଓ ରାଜ୍ୟ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି । ସେହିପରି ଦେଶର ପ୍ରଥମ ରାଜ୍ୟ ଭାବେ ଗୋଆ କୋଭିଡ 19 ମୁକ୍ତ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏବେ ସୁଦ୍ଧା ଗୋଆରେ 7ଟି ପଜିଟିଭ କେସ ବାହାରିଥିଲା । ତେବେ ପୂର୍ବରୁ 6 ଜଣ ସୁସ୍ଥ ହୋଇଥିବାବେଳେ ସୋମବାର ସୁଦ୍ଧା ବାକି ଜଣେ ମଧ୍ୟ ସୁସ୍ଥ ହୋଇଛନ୍ତି । ତାଙ୍କର ଶେଷ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଡିସଚାର୍ଜ ହୋଇଛନ୍ତି ବୋଲି ସରକାର ସୂଚନା ଦେଇଛନ୍ତି । ଫଳରେ ଗୋଆ ପ୍ରଥମ ରାଜ୍ୟ ଭାବେ କୋରୋନା ମୁକ୍ତ ଘୋଷିତ ହୋଇଛି ।

ଗତ 14 ଦିନ ଧରି ଦେଶର 59ଟି ଜିଲ୍ଲାରେ କୌଣସି ପଜିଟିଭ ମାମଲା ଆସିନାହିଁ । ଏସମସ୍ତ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି । ସେହିପରି ପୁଡୁଚେରୀର ମାହେ, କର୍ଣ୍ଣାଟକର କୋଡାଗୂ ଏବଂ ଉତ୍ତରାଖଣ୍ଡର ପୌରୀ ଗରୱାଲରେ ଗତ 28 ଦିନ ଧରି କୌଣସି କୋଭିଡ 19 ମାମଲା ରିପୋର୍ଟ ହୋଇନଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.