ETV Bharat / bharat

ଜାମ୍ମୁ କାଶ୍ମୀର ବାନ୍ଦିପୋରାରୁ ଲସ୍କର-ଏ-ତୋଏବାର ସକ୍ରିୟ ଆତଙ୍କୀ ଗିରଫ - ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲା

ଲସ୍କର-ଏ-ତୋଏବାର ଜଣେ ସକ୍ରିୟ ଆତଙ୍କୀ ଗିରଫ । ଆତଙ୍କୀ ଜଣକ ହନ୍ଦୱାରା ସାହିପୋରାର ଆକ୍ୟୁବ ଅହମ୍ମଦ ବୋଲି ଜଣାପଡିଛି। ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରାଯାଇଛି।

Breaking News
author img

By

Published : Aug 12, 2020, 12:11 PM IST

ଜାମ୍ମୁକାଶ୍ମୀର: ଲସ୍କର-ଏ-ତୋଏବାର ଜଣେ ସକ୍ରିୟ ଆତଙ୍କୀ ଗିରଫ । ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ହାଜିନ୍‌ରେ ସୁରକ୍ଷା ବାହିନୀ ଦ୍ୱାରା ତାକୁ ଗିରଫ କରାଯାଇଛି। ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ବିଷୟରେ ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ଏସଓଜି ହନ୍ଦୱାରା,ଏସଓଜି ବାନ୍ଦିପୋରା, 32 ରାଷ୍ଟ୍ରିୟ ରାଇଫଲ୍ସ ଏବଂ 92 ସିଆରପିଏଫର ମିଳିତ ଦଳ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ​।

ଗିରଫ ଆତଙ୍କବାଦୀ ହନ୍ଦୱାରା ସାହିପୋରାର ଆକ୍ୟୁବ ଅହମ୍ମଦ ବୋଲି ଜଣାପଡିଛି। ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରାଯାଇଛି। ଏହି ମାମଲାରେ କ୍ରାଲଗୁଣ୍ଡ ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି।

ଏପଟେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ମଙ୍ଗଳବାର ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ସେନା ଯବାନ ସହିଦ ହୋଇଥିଲେ ଏବଂ ଜଣେ ଆତଙ୍କବାଦୀ ନିହତ ହୋଇଛି।

ଏହାସହ ଘଟଣାସ୍ଥଳରୁ ଏକେ 47 ସହିତ ଗ୍ରେନେଡ ଓ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ସର୍ଚ୍ଚ ଅପରେସନ ଏବେ ବି ଚାଲିଛି ବୋଲି ଭାରତୀୟ ସେନା ଚିନ୍ସର କର୍ପସ କହିଛନ୍ତି।ନିହତ ଆତଙ୍କବାଦୀ ପୁଲୱାମାର ଆଜାଦ ଅହମ୍ମଦ ଲୋନ ବୋଲି ଜଣାପଡିଛି। ସେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଥିଲା। ଏବଂ ଜାମ୍ମୁ କାଶ୍ମୀର ପୋଲିସର ହେଡ କନଷ୍ଟେବଳ ଅନୁପ ସିଂଙ୍କୁ ହତ୍ୟା କରିବା ଭଳି ଅନେକ କାର୍ଯ୍ୟରେ ଲିପ୍ତ ଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.