ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଥିବା ବେଳେ ଶନିବାର ହାଇଦ୍ରବାଦର ସମସାବାଦ ଏବଂ ଶାଦନଗରରେ ଜନ ଆନ୍ଦୋଳନ କରାଯାଇଛି। ଏ ଘଟଣାରେ ଜଡିତ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି।
ଏଭଳି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ କୌଣସି ଓକିଲ ସହଯୋଗ ନକରିବାକୁ ମତ ପ୍ରକାଶ ପାଇଛି। ସେହିପର ଶନିବାର ଦିଲ୍ଲୀରେ ମଧ୍ୟ ଏହି ଘଟଣାକୁ ନେଇ ଜଣେ ମହିଳା ଏକାକୀ ଦିଲ୍ଲୀର ସଂସଦ ଭବନ ବାହାରେ ଆନ୍ଦୋଳନ କରିଥିଲେ । ମାତ୍ର କିଛି ପୋଲିସ ମହିଳାଙ୍କୁ ଆନ୍ଦୋଳନରୁ ହଟାଇବା ପାଇଁ ମାଡ ମାରିବା ସହ ତାଙ୍କୁ ଗିରଫ କରିଥିବାର ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଘଟଣାକୁ ବିରୋଧ କରି କିଛି ଲୋକ ସଂସଦ ବାହାରେ ଆନ୍ଦୋଳନ କରିଥିବାର ଦେଖିବାକୁ ମିଳିଛି।