ETV Bharat / bharat

ଭାଇରାଲ ଭିଡିଓ : ନକଲି ମାଙ୍କଡ ଛୁଆ ବିୟୋଗରେ ଶୋକାଗ୍ରସ୍ତ ମାଙ୍କଡ ପଲ - ଓଡିଶାର ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦ

ମଣିଷ ପରି ଅନେକ ପ୍ରାଣୀଙ୍କ ମନରେ ମଧ୍ୟ କରୁଣାର ଭାବନା ରହିଥାଏ । ଓଡିଶାର ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏହି କ୍ଲିପ୍‌ରେ ଏକ ନକଲି ମାଙ୍କଡ଼ର ‘ମୃତ୍ୟୁ’କୁ ନେଇ ମାଙ୍କଡ ପଲଙ୍କ ଶୋକାକୁଳ ପରିବେଶର ଦୃଶ୍ୟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 4, 2020, 8:34 PM IST

ନୂଆଦିଲ୍ଲୀ: କ୍ରମଶଃ ବ୍ୟସ୍ତ ଆଉ ମତଲବୀ ହୋଇଯାଇଛି ଦୁନିଆଁ । ପର ଦୁଃଖରେ ଆହା ପଦେ, ପର କଷ୍ଟରେ ଲୁହ ଦି ଧାର ଝରାଇବା ପାଇଁ କାହା ପାଖେ ସମୟ ରହୁନି । ସତେ ଯେମିତି ସ୍ବାର୍ଥପରାୟଣ ମନୁଷ୍ୟ କେବଳ ନିଜ ପାଇଁ ଜୀବନ ଜୀଉଁଛି । ମନୁଷ୍ୟ ମନରୁ ଧିରେ ଧିରେ ମଣିଷପଣିଆ ମରିଯାଉଥିବା ବେଳେ ଦଳେ ମାଙ୍କଡଙ୍କ ପର ଦୁଃଖର ଶୋକ ପ୍ରକାଶ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ମାଙ୍କଡ ପରି ଅବକଳ ନକଲ ଦେଖାଯାଉଥିବା ନକଲି ମାଙ୍କଡ ଛୁଆର ମୃତ୍ୟୁରେ ମାଙ୍କଡ ପଲଙ୍କ ହୃଦୟ-ବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@Susanta Nanda IFS

ମଣିଷ ପରି ଅନେକ ପ୍ରାଣୀଙ୍କ ମନରେ ମଧ୍ୟ କରୁଣାର ଭାବନା ରହିଥାଏ । ଓଡିଶାର ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏହି କ୍ଲିପ୍‌ରେ ଏକ ନକଲି ମାଙ୍କଡ଼ର ‘ମୃତ୍ୟୁ’କୁ ନେଇ ମାଙ୍କଡ ପଲଙ୍କ ଶୋକାକୁଳ ପରିବେଶର ଦୃଶ୍ୟ ସାମ୍ନାକୁ ଆସିଛି ।

ଭିଡିଓରେ ଏକ ନକଲି ଶିଶୁ ମାଙ୍କଡ଼କୁ ଏକ ଗଛର ଡାଳ ଉପରେ ରଖାଯାଇ ତାର ଆଖି ଭିତରେ ଗୁପ୍ତ କ୍ୟାମେରା ଖଞ୍ଜା ଯାଇଥିଲା । ଛୁଆ ମାଙ୍କଡଟିକୁ ଦେଖି କିଛି ସମୟ ପରେ ଅନ୍ୟ ମାଙ୍କଡଙ୍କ ମଧ୍ୟରେ କୌତୁହଳ ବୃଦ୍ଧି ପାଇଥିଲା । ପରେ ଏକ ମାଙ୍କଡ ଏହି ଶିଶୁ ବାନରଟିକୁ ଉଠାଇବା ସହ ପରଖୁଥିଲା । ପରେ ଅନ୍ୟ ଏକ ମାଙ୍କଡ ଏହାକୁ ଉଠାଇବା ସହ ତଳେ ପକାଇଲା |

ତଳେ ପଡିବା ପରେ ନକଲି ମାଙ୍କଡ ଚାରିପାଖେ ଅନ୍ୟ ମାଙ୍କଡ ମାନେ ଏକାଠି ହୋଇଗଲେ । ନକଲି ମାଙ୍କଡ଼କୁ ପକାଇ ଦେଇଥିବା ମାଙ୍କଡଟି ଏହାକୁ ଉଠାଇବା ସହ ଏହା ମରିଯାଇଥିବା ଅନୁଭବ କଲା ପରେ ମୃତ ଛୁଆ ମାଙ୍କଡକୁ କୋଳରେ ଧରି ନେବା ସହ ମାଙ୍କଡ ପଲ ଶୋକ ପ୍ରକାଶ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଭିଡିଓ ଭାଇରାଲ ହେବା ପରେ ଜଣେ ୟୁଜର କ୍ୟାପସନରେ ଲେଖିଛନ୍ତି ଯେ, “ଯେତେବେଳେ ପଶୁମାନେ ଏପରି ଦୟା ପ୍ରଦର୍ଶନ କରନ୍ତି, ମଣିଷ କିପରି ପରସ୍ପରକୁ ମାରି ପାରୁଛି ତାହା ସବୁଠାରୁ କଷ୍ଟକର ।

ଏଠାରେ ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ 2ତାରିଖରେ ଏହି ଭିଡିଓଟିକୁ ପୋଷ୍ଟ କରାଯାଇଛି, ଏହି ଭିଡିଓଟି 3,600 ରୁ ଅଧିକଥର ଦେଖାଯାଇଛି। ଅନେକ ମାଙ୍କଡଙ୍କ ଠାରେ ଏଭଳି ସମ୍ବେଦନଶୀଳତା ଦ୍ବାରା ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଅନ୍ୟମାନେ ମନ୍ତବ୍ୟ ଦେଇଛନ୍ତି ଯେ ମଣିଷମାନେ ଏହି ପଶୁମାନଙ୍କଠାରୁ ଏକାଠି ମିଳିମିଶି ସୁଖଦୁଃଖରେ ରହିବା ଉଚିତ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.