ସଂପର୍କ ସୁଦୃଢ ଆଶାରେ ଭାରତ-ଶ୍ରୀଲଙ୍କା
ସ୍ମିତା ଶର୍ମା
ନୂଆଦିଲ୍ଲୀ
ଅଗଷ୍ଟ 6,2020
ମହିନ୍ଦା ରାଜପକ୍ଷ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବର୍ଷ ଫେବୃଆରୀ ମାସରେ ଯେତେବେଳେ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଭାରତ ଆସିଥିଲେ, ତାଙ୍କୁ 19ତମ ସଂଶୋଧନ ଧାରାକୁ ନେଇ ତାଙ୍କ ସାନ ଭାଇ ତଥା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ସହିତ ତାଙ୍କର ଟଣାଓଟରା ଚାଲିଛି କି ବୋଲି ପ୍ରଶ୍ନ କରାଯାଇଥିଲା।
2009ରେ ଦୃଢ ହସ୍ତରେ ଏଲଟିଟିଇକୁ ଦମନ କରିଥିବା ପୂର୍ବତନ ରାଷ୍ଚ୍ରପତି ତଥା ଷ୍ଚ୍ରଙ୍ଗମ୍ୟାନ୍ ମହିନ୍ଦା ଏକ ଭାରତୀୟ ଇଂରାଜୀ ଦୈନିକ ସମ୍ବାଦପତ୍ରକୁ ପ୍ରଶ୍ନର ଉତ୍ତରରେ ହସି ହସି କହିଥିଲେ, “ନା, ନା, ନା. 19ତମ ସଂଶୋଧନକୁ ନେଇ ବର୍ତ୍ତମାନ ଯାହାସବୁ କୁହାଯାଉଛି ଏବଂ ବିଭ୍ରାନ୍ତି ରହିଛି ସେସବୁକୁ କେବଳ ଗୋଟା ଏବଂ ମୋ ଭଳି ଦୁଇ ଭାଇ ହିଁ ସମାଧାନ କରିପାରିବେ। ନଚେତ୍ ଆଉ କୌଣସି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କେବେ ବି ରାଜି ହୋଇ ପାରିବେନାହିଁ”।
ମହାମାରୀ ଭିତରେ ଅଗଷ୍ଟ 5ରେ ହୋଇଥିବା ସଂସଦୀୟ ନିର୍ବାଚନରେ 145ଟି ଆସନ ସହ ବିପୁଳ ବିଜୟ ହାସଲ କରିଥିବା ମହିନ୍ଦା ରାଜପକ୍ଷଙ୍କ ପାଇଁ 19ତମ ସଂଶୋଧନ ପ୍ରମୁଖ ପ୍ରସଙ୍ଗ ରହିବ। ଆଗରୁ ସ୍ଥଗିତ ରହିଥିବା ଏହି ନିର୍ବାଚନରେ ପାଖାପାଖି 71 ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। 2015 ନିର୍ବାଚନର ଭୋଟ ହାର 77 ପ୍ରତିଶତ ତୁଳନାରେ ଏହା କମ୍। ମହିନ୍ଦା ରାଜପକ୍ଷ ଶାସକ ଦଳ ଶ୍ରୀଲଙ୍କା ପୋଡୁଜନ ପାର୍ଟି(ଏସଏଲପିପି)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉତ୍ତର ପଶ୍ଚିମ ପ୍ରଦେଶର ରାଜଧାନୀ କୁରୁନେଗଲା ଜିଲ୍ଲାରୁ ନିର୍ବାଚନ ଲଢୁଥିଲେ।
ପୂର୍ବତନ ରାଷ୍ଟ୍ରପତି ମୈଥିରିପାଲା ଶିରିସେନା ଉତ୍ତର କେନ୍ଦ୍ରାଞ୍ଚଳର ପୋଲୋନାରୁୱାରୁ ଲଢୁଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘ ଏବଂ ସାଜିଥ ପ୍ରେମଦାସା କଲମ୍ବୋ ଜିଲ୍ଲାରୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ସାଜିଥ ପ୍ରେମଦାସାଙ୍କ ନେତୃତ୍ବରେ ନିର୍ବାଚନ ଲଢୁଥିବା ସାମାଜୀ ଜନ ବାଲାୱେଗୟା(ଏସଜିବି) 54ଟି ଆସନ ସହ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି।
ସମ୍ବିଧାନ ସଂଶୋଧନ ପାଇଁ 225 ସଦସ୍ୟ ବିଶିଷ୍ଟ ସଂସଦରେ ତାଙ୍କ ଦଳ ପାଇଁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠ ସମର୍ଥନ ଚାହୁଁଥିବା ରାଷ୍ଟ୍ରପତିଙ୍କ ପାଇଁ ଏହି ନିର୍ବାଚନ ଫଳାଫଳ ଅଧିକ ବଳ ଯୋଗାଇ ଦେଇଛି। ଦେଶର 19ତମ ସମ୍ବିଧାନ ସଂଶୋଧନ ଉଚ୍ଛେଦ କିମ୍ବା ସଂଶୋଧନ କରିବା ପାଇଁ ନିର୍ବାଚନ ପ୍ରଚାର ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଗୋଟାବାୟା ରାଜପକ୍ଷଙ୍କୁ 150ଟି ଆସନ ଆବଶ୍ୟକ। ଦଶବର୍ଷ ଶାସନ ପରେ ମହିନ୍ଦା ଯେତେବେଳେ 2015ରେ ନିର୍ବାଚନ ହାରିଥିଲେ ଏବଂ ଶିରିସେନା ରାଷ୍ଟ୍ରପତି ହୋଇଥିଲେ ସେତେବେଳେ 19ତମ ସମ୍ବିଧାନ ସଂଶୋଧନ କରିଥିଲେ। ସଂଶୋଧନରେ ରାଷ୍ଟ୍ରପତିଙ୍କ କ୍ଷମତା କମାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ଓ ପାର୍ଲାମେଣ୍ଟକୁ ସମାନ କ୍ଷମତା ଦିଆଯାଇଥିଲା।
ସଂସଦୀୟ ବ୍ୟବସ୍ଥାରେ ଶାସନ କରିବା ମୂଳ ଲକ୍ଷ୍ୟ ଥିଲା। ମହିନ୍ଦା ବାହାରକୁ ଯାହା ପ୍ରକାଶ କରନ୍ତୁ ବା ନକରନ୍ତୁ କିନ୍ତୁ କେଉଁଠି ନା କେଉଁଠି ସନ୍ଦେହ ରହୁଛି ଯେ, ଯଦି ସେ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ କାମ କରନ୍ତି ତେବେ ତାଙ୍କର ପ୍ରଭାବ କମିବ ଏବଂ କ୍ଷମତା ପୁଣି ଥରେ ରାଷ୍ଟ୍ରପତିଙ୍କ ନିକଟକୁ ଫେରିବ। 290 ଜଣଙ୍କ ପ୍ରାଣ ନେଇଥିବା ଇଷ୍ଟର ସଣ୍ଡେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଶିରିସେନା ଏବଂ ବିକ୍ରମସିଂଘେଙ୍କ ଭିତରେ ପୂର୍ବରୁ ଥିବା ମତଭେଦ ଅଧିକ ଖରାପ ହୋଇଯାଇଥିଲା।
ଏହା ହିଁ 2019 ନଭେମ୍ବର ରାଷ୍ଟ୍ରପତି ନିର୍ବାଚନରେ ଗୋଟାବାୟା ରାଜପକ୍ଷଙ୍କ ବିପୁଳ ବିଜୟ ପାଇଁ ପଥ ପରିଷ୍କାର କରି ଦେଇଥିଲା। ଏଥର ନିର୍ବାଚନରେ ୟୁଏନପି (ୟୁନାଇଟେଡ ନ୍ୟାସନାଲ ପାର୍ଟି) ଶୋଚନୀୟ ପ୍ରଦର୍ଶନ କରି ଦେଶର ମୋଟ ଭୋଟର ମାତ୍ର 3 ପ୍ରତିଶତ ଭୋଟ ପାଇଛି। ଶକ୍ତିଶାଳୀ ବିରୋଧୀ ଦଳ ଅନୁପସ୍ଥିତିରେ ରାଜପକ୍ଷ ଶାସନ ପୂର୍ବଦିନ ଭଳି ହୁଏତ ଏକଚ୍ଛତ୍ରବାଦ ହୋଇଯିବାର ଆଶଙ୍କା ନେଇ ମଧ୍ୟ ଚିନ୍ତା ବଢୁଛି।
ଅତୀତରେ ଭାରତ ଦୁଇ ରାଜପକ୍ଷ ଭାଇଙ୍କୁ ବିଶ୍ବାସକୁ ନେଉଥଲା। କିନ୍ତୁ ପରେ ମହିନ୍ଦାଙ୍କ ବେଜିଂ ପ୍ରେମ ଏବଂ ତାମିଲ ସଂଖ୍ୟାଲଘୁଙ୍କୁ ଅଧିକ ରାଜନୈତିକ ପ୍ରତିନିଧିତ୍ବର ସୁଯୋଗ ନଦେବାରୁ ଭାରତ ମୁହଁ ମୋଡିଥିଲା। ଗୋଟାବାୟା ଗତ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପୁନଃସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ସଂସଦୀୟ ନିର୍ବାଚନରେ ମହିନ୍ଦାଙ୍କ ଜବରଦସ୍ତ ବିଜୟ ପରେ ଶ୍ରୀଲଙ୍କାରେ ଚୀନର ପ୍ରଭାବକୁ କମାଇବା ପାଇଁ ଭାରତକୁ କଠିନ କାମ କରିବାକୁ ପଡିବ। ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ ସହ ଲାଗି ରହିଥିବା ଉତ୍ତେଜନା ଏବଂ ନେପାଳରେ ଭାରତ ବିରୋଧୀ ମନୋଭାବ ବଢୁଥିବା ବେଳେ ଶ୍ରୀଲଙ୍କା ସହିତ ଭାରତର ସୁସମ୍ପର୍କ ଅତି ଜରୁରୀ।
ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ କରିବାର ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ ମୋଦି ବିଶ୍ବର ସବୁ ନେତାଙ୍କ ମଧ୍ୟରେ ସର୍ବପ୍ରଥମେ ମହିନ୍ଦାଙ୍କ ନିକଟକୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି, ଏପରିକି ସରକାରୀ ଭାବେ ଫଳାଫଳ ଘୋଷଣା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମହିନ୍ଦାଙ୍କୁ ଶୁଭେଚ୍ଛା ଜଣାଇଥିଲେ। “ଫୋନ କରି ଶୁଭେଚ୍ଛା ଜଣାଇଥିବାରୁ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ @ନରେନ୍ଦ୍ରମୋଦି,” ଏହା ଥିଲା ପୂର୍ବରୁ ରାଜପକ୍ଷ କରିଥିବା ଟୁଇଟ୍। “ଶ୍ରୀଲଙ୍କାବାସୀଙ୍କ ବିପୁଳ ସମର୍ଥନ ସହିତ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ରହି ଆସିଥିବା ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ମୁଁ ଆପଣଙ୍କ ସହିତ ଆଗକୁ କାମ କରିବାକୁ ଚାହେଁ। ଶ୍ରୀଲଙ୍କା ଏବଂ ଭାରତ ଦୁଇ ମିତ୍ର ରାଷ୍ଟ୍ର”। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତରରେ ଏହା ଟୁଇଟ୍ କରିଛନ୍ତି ମହିନ୍ଦା।
ଏଥର ନିର୍ବାଚନରେ ବିଭାଜିତ ତାମିଲ ନ୍ୟାସନାଲ ଆଲିଆନସ(ଟିଏନଏ)ର ପ୍ରଦର୍ଶନ ଦେଶର ଉତ୍ତର ଓ ପୂର୍ବରେ ନୈରାଶ୍ୟଜନକ ଥିବାରୁ 13ତମ ସଂଶୋଧନ ଅନୁଯାୟୀ ପ୍ରଦେଶଗୁଡ଼ିକୁ କ୍ଷମତା ହସ୍ତାନ୍ତର ଏବଂ ରାଜନୈତିକ ବିବାଦର ସମାଧାନ ନେଇ ଯାହା ଆଶା ଥିଲା ତାହା ବି ମଉଳିଯାଇଛି। ଟିଏନଏ ଉତ୍ତର-ପୂର୍ବରୁ ଏବେ ବି ବୃହତ ଦଳ ହୋଇ ରହିଥିଲେ ହେଁ ତାହାର ଭୋଟ ହାର ଅନେକ ଭାବରେ କମିଯାଇଛି। 2019ରେ ଦୁଇ ରାଜପକ୍ଷ ଭାଇ ଶାସନ କ୍ଷମତାକୁ ଆସିବା ପରଠାରୁ 13ତମ ସଂଶୋଧନ ସଂପୂର୍ଣ୍ଣ ଭାବେ ଲାଗୁ ହେବା ନେଇ ତାମିଲ ଭୋଟରମାନେ ଚିନ୍ତାରେ ଥିଲେ। ରାଷ୍ଟ୍ରପତି ଗୋଟାବାୟା ବହୁ ପୂର୍ବରୁ କହି ସାରିଛନ୍ତି ଯେ, 13-ଏ ଆଦୌ ପ୍ରଣୟନ ହୋଇ ପାରିବନାହିଁ। ଏହାର ବିକଳ୍ପ ବାହାର କରିବା ପାଇଁ ସେ ସମ୍ପୃକ୍ତ ପକ୍ଷମାନଙ୍କୁ କହି ସାରିଥିଲେ।
ନିର୍ବାଚନ ପ୍ରଚାର ପୂର୍ବରୁ ମହିନ୍ଦା ସ୍ପଷ୍ଟ କରି ଦେଇଥିଲେ ଯେ, ସେ ସିଂହଳୀ ରକ୍ଷଣଶୀଳ ତତ୍ତ୍ବକୁନ ନେଇ ନିର୍ବାଚନ ଲଢିବେ। ଏହି ନିର୍ବାଚନ ଫଳାଫଳ ଶ୍ରୀଲଙ୍କାର କ୍ଷମତା ବିକେନ୍ଦ୍ରୀକରଣ ପ୍ରସଙ୍ଗରେ ଭାରତକୁ ବିଶେଷ ଫାଇଦା ଦେବନାହିଁ ଏବଂ ତାମିଲନାଡୁ ରାଜନୀତି ସହ ଜଡିତ ଶ୍ରୀଲଙ୍କା ତାମିଲ ଜାତିଗତ ସଂକଟର ସମାଧାନ ନେଇ ଭବିଷ୍ୟତରେ ଉଦ୍ୟମ କରିବାରେ ବି ଫଳାଫଳ ସହାୟକ ହେବନାହିଁ। ଭାରତ ପାଇଁ ବିଭିନ୍ନ ଜରୁରୀ ଭିତ୍ତିଭୂମି ପ୍ରକଳ୍ପ ବିଶେ। କରି ଅତି ଗୁରୁତ୍ବପୂର୍ଣ୍ଣ କଲମ୍ବୋ ବନ୍ଦରରେ ଇଷ୍ଟର୍ଣ୍ଣ କଣ୍ଟେନର ଟର୍ମିନାଲ(ଇସିଟି) ପ୍ରୋଜେକ୍ଟର ଭବିଷ୍ୟତ ଅନିଶ୍ଟିତ ହୋଇ ପଡି଼ଛି। ବହୁ ଆଲୋଚନା ପରେ 700 ମିଲିଅନୟ ଡଲାର ଖର୍ଟ୍ଟରେ ଭାରତ ଓ ଜାପାନ ସହ ମିଳିତ ଉଦ୍ୟୋଗରେ ଏହି ପ୍ରକଳ୍ପ ପାଇଁ ଶ୍ରୀଲଙ୍କା ମେ 2019ରେ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା।
-
Thank you PM @narendramodi for your congratulatory phone call. With the strong support of the people of #SriLanka, I look forward to working with you closely to further enhance the long-standing cooperation between our two countries. Sri Lanka & India are friends & relations. pic.twitter.com/9YPLAQuVlE
— Mahinda Rajapaksa (@PresRajapaksa) August 6, 2020 " class="align-text-top noRightClick twitterSection" data="
">Thank you PM @narendramodi for your congratulatory phone call. With the strong support of the people of #SriLanka, I look forward to working with you closely to further enhance the long-standing cooperation between our two countries. Sri Lanka & India are friends & relations. pic.twitter.com/9YPLAQuVlE
— Mahinda Rajapaksa (@PresRajapaksa) August 6, 2020Thank you PM @narendramodi for your congratulatory phone call. With the strong support of the people of #SriLanka, I look forward to working with you closely to further enhance the long-standing cooperation between our two countries. Sri Lanka & India are friends & relations. pic.twitter.com/9YPLAQuVlE
— Mahinda Rajapaksa (@PresRajapaksa) August 6, 2020
-
Thank you, Prime Minister @PresRajapaksa! It was a pleasure to speak to you. Once again, many congratulations. We will work together to further advance all areas of bilateral cooperation and to take our special ties to ever newer heights. https://t.co/123ahoxlMo
— Narendra Modi (@narendramodi) August 6, 2020 " class="align-text-top noRightClick twitterSection" data="
">Thank you, Prime Minister @PresRajapaksa! It was a pleasure to speak to you. Once again, many congratulations. We will work together to further advance all areas of bilateral cooperation and to take our special ties to ever newer heights. https://t.co/123ahoxlMo
— Narendra Modi (@narendramodi) August 6, 2020Thank you, Prime Minister @PresRajapaksa! It was a pleasure to speak to you. Once again, many congratulations. We will work together to further advance all areas of bilateral cooperation and to take our special ties to ever newer heights. https://t.co/123ahoxlMo
— Narendra Modi (@narendramodi) August 6, 2020
ଏହି ରାଜିନାମା ହିଁ ବିକ୍ରମସିଂଘେ ଏବଂ ଶିରିସେନାଙ୍କ ମଧ୍ୟରେ ବିବାଦର କେନ୍ଦ୍ର ବିନ୍ଦୁ ଥିଲା। ପୂର୍ବତନ ରାଷ୍ଟ୍ରପତି ଜାତୀୟ ସମ୍ପତ୍ତି ପରିଚାଳନାରେ କୌଣସି ବିଦେଶୀ ରାଷ୍ଟ୍ରର ସମ୍ପୃକ୍ତି ଚାହୁଁନଥିଲେ ଏବଂ ଏହାକୁ ଏକ ରାଷ୍ଟ୍ରବାଦୀ କାର୍ଡ ଭାବେ ବ୍ୟବହାର କରୁଥିଲେ। ଦୁଇ ଗୋଷ୍ଟୀ ମଧ୍ୟରେ ବିବାଦ ଚରମ ଆକାର ନେବାରୁ ମେଣ୍ଟ ସରକାର ଭାଙ୍ଗିଯାଇଥିଲା। ଜୁଲାଇ ମାସ ଆରମ୍ଭରେ ତାମିଲ ସମ୍ପାଦକମାନଙ୍କୁ ଉଦବୋଧନ ଦେଇ ମହିନ୍ଦା ରାଜପାକସେ ସୂଚେଇ ଦେଇଥିଲେ ଯେ, ବର୍ଷକ ପରେ ବି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତାରେ ରହିଛି।
“ପୂର୍ବତନ ରାଷ୍ଟ୍ରପତି ମୈଥିରିପାଲା ଶିରିସେନା ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏହି ରାଜିନାମା ହୋଇଥିଲା। କିନ୍ତୁ ଆମେ ଏଯାବତ୍ କୌଣସି ନିଷ୍ପତ୍ତି ନେଇନାହୁଁ”। ଏହା ଥିଲା ମହିନ୍ଦାଙ୍କ ବିବୃତି । ଘଟଣାବଶତଃ ହମବନଟୋଟା ବନ୍ଦରକୁ ଶ୍ରୀଲଙ୍କା 99 ବର୍ଷ ଲିଜରେ ଚୀନକୁ ଦେଇଛି। ଲାଗୁଛି ଏହା ଶ୍ରୀଲଙ୍କାର ରାଷ୍ଟ୍ରବାଦ ଚିନ୍ତାଧାରା ବାହାରେ ଆସୁଛି। ଚୀନ୍ ଆହୁରି ମଧ୍ୟ କଲମ୍ବୋ ସିଟି ପ୍ରକଳ୍ପରେ ବି ନିୟୋଜିତ ରହିଛି। ମହିନ୍ଦାଙ୍କ ପୁଅ ନମଲ ତାଙ୍କ ବାପାଙ୍କ ନିର୍ବାଚନମଣ୍ଡଳୀ ହମବନଟୋଟାରୁ ଲଢି ନିର୍ବାଚନ ଜିତିଛନ୍ତି। ସେ ଏହାକୁ ଏକ ସୁନ୍ଦର ଟାଉନସିପ ଭାବେ ଗଢିବାକୁ ଯୋଜନା ରଖିଛନ୍ତି। ଚୀନ୍ ନିର୍ମିତ ଏବଂ ପରିଚାଳିତ ଶ୍ରୀଲଙ୍କାର ଦକ୍ଷିଣରେ ଥିବା ହମବନଟୋଟା ବନ୍ଦର ନଗରୀର ଗୁରୁତ୍ବ ଉପରେ ନିକଟରେ ଏକ ସାକ୍ଷାତକାରରେ ନମଲ କହିଥିଲେ ଯେ, “ହମବନଟୋଟା ଦେଶର ପରବର୍ତ୍ତୀ ବାଣିଜ୍ୟିକ ନଗରୀ ହେବ, ଯେଉଁଠି ରାଜପଥ, ଗୁରୁତ୍ବପୂର୍ଣ୍ଣ ବନ୍ଦର, ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସମସ୍ତ ଭିତ୍ତିଭୂମିର ସୁବିଧା ରହିବ, ଆମେ ଏହା କରିକି ଦେଖାଇବୁ”।
ଉତ୍ତର ଓ ପୂର୍ବରେ ଚୀନ ଅତିକ୍ରମଣ, ପଶ୍ଚିମରେ ଅନୁପ୍ରବେଶ ଏବଂ ରକ୍ତପାତ ଏବଂ ନେପାଳ ପଟୁ ଭାରତ ବିରୋଧୀ ସ୍ବାର ଏବଂ ମାନଚିତ୍ର ବିବାଦ ଆଦିର ସମ୍ମୁଖୀନ ହେଉଥିବା ମୋଦି ସରକାରଙ୍କ ପାଇଁ ପଡୋଶୀ ରାଷ୍ଟ୍ରଙ୍କ ସଂହ ସମ୍ପର୍କ ଆଉ କେବଳ ମାତ୍ର ସ୍ଲୋଗାନ ହୋଇ ରହିନାହିଁ। ଏହା ପ୍ରଥମ କର୍ତ୍ତବ୍ୟ। ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଦେଉଛନ୍ତି ସତ, କିନ୍ତୁ ସେମାନେ ବିସ୍ତାରବାଦୀ ଚୀନକୁ ରୋକିବା ସକାଶେ ଭାରତ ସହ ବନ୍ଧୁତା ବଢାଉଛନ୍ତି। କିନ୍ତୁ ସାମୁଦ୍ରିକ ସୁରକ୍ଷା ଏବଂ କାରବାର ସମେତ ମୁଖ୍ୟତଃ ପ୍ରତିରକ୍ଷା ଦୃଷ୍ଟିରୁ ଶ୍ରୀଲଙ୍କା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ।
-
‘Hambantota Tomorrow’ was based on people-centric planning toward sustainable development. Bringing it back to life means more than economic stability or infrastructure- it’s about fresh new hope & a bright outlook on the future for the region & #lka https://t.co/bMJqt4VFug
— Namal Rajapaksa (@RajapaksaNamal) July 29, 2020 " class="align-text-top noRightClick twitterSection" data="
">‘Hambantota Tomorrow’ was based on people-centric planning toward sustainable development. Bringing it back to life means more than economic stability or infrastructure- it’s about fresh new hope & a bright outlook on the future for the region & #lka https://t.co/bMJqt4VFug
— Namal Rajapaksa (@RajapaksaNamal) July 29, 2020‘Hambantota Tomorrow’ was based on people-centric planning toward sustainable development. Bringing it back to life means more than economic stability or infrastructure- it’s about fresh new hope & a bright outlook on the future for the region & #lka https://t.co/bMJqt4VFug
— Namal Rajapaksa (@RajapaksaNamal) July 29, 2020
ଶ୍ରୀଲଙ୍କାର ଋଣଭାର ଏବେ ଏତେ ବଢିଯାଇଛି, କୋଭିଡ ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ସମେତ ଅର୍ଥନୀତି ଏତେ ଖରାପ ଅବସ୍ଥାରେ ରହିଛି ଏପରି ସ୍ଥିତିରେ ଚୀନ ପ୍ରଭାବରୁ ଶ୍ରୀଲଙ୍କାକୁ ମୁକ୍ତ କରିବା ଭାରତ ପାଇଁ ଆଦୌ ସହଜ ନୁହେଁ। ଆକଳନ ଅନୁଯାୟୀ ଆସନ୍ତା 5 ବର୍ଷରେ ଶ୍ରୀଲଙ୍କାର ଋଣ ପରିମାଣ ପାଖାପାଖି 5 ବିଲିଅନ ୟୁଏସ ଡଲାର ଛୁଇଁବ। ଗତ ଫେବ୍ରୁଆରି ମାସରେ ଭାରତ ଗସ୍ତରେ ଆସିଥିବା ବେଳେ ମହିନ୍ଦା 960 ମିଲିୟନ ଡଲାର ମୂଲ୍ୟର ଋଣ ପରିଶୋଧକୁ ତିନି ବର୍ଷ ପାଇଁ ସ୍ଥଗିତ ରଖିବା ସକାଶେ ଅନୁରୋଧ କରିଥିଲେ।
ହେଲେ ଭାରତ ଏଯାଏଁ ଏହାର ଉତ୍ତର ଦେଇନାହିଁ। ହେଲେ ନଭେମ୍ବର 2022 ଯାଏଁ ଶ୍ରୀଲଙ୍କା ସହିତ 400 ମିଲିଅନ ଡଲାର ମୂଲ୍ୟର କରେନ୍ସୀ ସ୍ପାପ୍ ଫ୍ୟାସିଲିଟି ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ରାଜି ହୋଇଛି। ପୂର୍ବରୁ ହେବା ଭଳି ମହିନ୍ଦା କିପରି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ କିମ୍ବା କୋଭିଡ ନିୟମାବଳୀ ଅନୁଯାୟୀ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଭର୍ଚୁଆଲ ସମ୍ମିଳନୀ କରାଇବା ସେ ନେଇ ଭାରତର ପ୍ରୟାସ ରହିବା ଉଚିତ୍, ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁନଃ ପ୍ରତିଷ୍ଠାର ରାସ୍ତା ଖୋଲିପାରିବ। କିନ୍ତୁ ଏହା ସୌଜନ୍ୟମୂଳକ ନହୋଇ ଦ୍ବିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା ଦିଗରେ ହେବା ଆବଶ୍ୟକ।
ଭାରତରେ କିଛି ରକ୍ଷଣଶୀଳଙ୍କ ମତ, ରାଜପାକ୍ଷ କ୍ଷମତାରେ ଥିବା ବେଳେ ଭାରତ ଅଧିକା ଦେଇଛି ଏବଂ ଶ୍ରୀଲଙ୍କାଠାରୁ କମ୍ ପାଇଛି। ଅତୀତରୁ ଶିକ୍ଷା ଲାଭ କରିବାକୁ ପଡ଼ିବ ଏବଂ ତାସହିତ ସାବଧାନ ରହିବାକୁ ପଡ଼ିବ ଯେ ଅତୀତକୁ ନେଇ ବର୍ତ୍ତମାନର ରାସ୍ତା ନିର୍ଦ୍ଧାରଣ କରାଯିବା କିମ୍ବା ଭବିଷ୍ୟତ ସମ୍ପର୍କ ଗଢିବା ଠିକ୍ ନୁହେଁ। ଦୁଇ ରାଜପକ୍ଷ ଭାଇ ମଧ୍ୟ ଅତୀତରେ ଚୀନ୍ ଋଣରେ ବୁଡିଯିବା ସହ ଅର୍ଥନୀତିରେ ବିଫଳତା ଏବଂ ନିଯୁକ୍ତି କାଟ ପାଇଁ ଜନଅସନ୍ତୋଷର ସମ୍ମୁଖୀନ ହୋଇଛନ୍ଚି। ଏପ୍ରିଲ 2019ରେ ହୋଇଥିବା ଇଷ୍ଟର ସଣ୍ଡେ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଭାରତୀୟ ଗୁଇନ୍ଦା ସଂସ୍ଥା ଶିରିସେନା-ବିକ୍ରମସିଂଘ ସରକାରଙ୍କୁ ଚେତାଇ ଦେଇଥିଲେ। କିନ୍ତୁ ସରକାର ଏହାକୁ ଏଡାଇ ପାରିନଥିଲେ। ଯେଉଁଥିପାଇଁ ଲୋକେ ଅସନ୍ତୁଷ୍ଟ ହୋଇ ଗୋଟାବାୟା ସରକାରକୁ ରାଷ୍ଟ୍ରପତି ନିର୍ବାଚନରେ ଜିତାଇଥିଲେ।
ଦୁଇ ପଡୋଶୀ ନେପାଳ ଓ ବାଂଲାଦେଶ ସହ ସମ୍ପର୍କ ସୁଧାରିବା ପାଇଁ ଭାରତକୁ ଉପାୟ ବାହାର କରିବାକୁ ପଡିବ ଏବଂ ଦୁଇ ରାଜପକ୍ଷ ଭାଇ ଏବଂ କଲମ୍ବୋ ସହିତ ବନ୍ଧୁତାରେ ସ୍ଥିରତା ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଜରୁରୀ ଏବଂ ଏ କ୍ଷେତ୍ରରେ ନିବେଶର ମଧ୍ୟ ଆବଶ୍ୟକତା ରହିଛି। ଶ୍ରୀଲଙ୍କା ଅତ୍ୟଧିକ ଭାବେ ବେଜିଂ ଆଡକୁ ଢଳିବାରେ ଦେଶର ଅବସ୍ଥା ନିକଟ ଅତୀତରେ କଣ ଘଟିଛି ସେଥିରୁ ମଧ୍ୟ ଶ୍ରୀଲଙ୍କାକୁ ଶିକ୍ଷା ଲାଭ କରିବାକୁ ପଡି଼ବ। ପ୍ରତିରକ୍ଷା ଦୃଷ୍ଟିରୁ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ବୃହତ୍ତର ସହଯୋଗର ଆବଶ୍ୟକତା ବ୍ୟକ୍ତିବିଶେଷଙ୍କ ସନ୍ଦେହ ତଳେ ଚାପି ହୋଇଯାଉଛି। ଗୋଟାବାୟାଙ୍କ ବିଜୟ ପରେ ପୂର୍ବତନ ବିଦେଶ ସଚିବ ଶ୍ୟାମ ଶରଣ ଇଟିଭି ଭାରତକୁ କହିଥିଲେ ଯେ, “ ପଡ଼ୋଶୀ ରାଷ୍ଟ୍ରର ନେତାଙ୍କ ମଧ୍ୟରୁ କିଏ ବନ୍ଧୁ, କିଏ ବନ୍ଧୁ ନୁହେଁ, ଏହା ଜାଣିବା କିଛି ଲାଭପ୍ରଦ ହେବନାହିଁ। ଦୁଇ ଦେଶର ସାଧାରଣ ସ୍ବାର୍ଥ, ନିର୍ଦ୍ଦିଷ୍ଟ ବିଷୟ ଏବଂ ନୀତିଉପରେ ଆଧାରିତ ସମ୍ପର୍କ ଦୁଇ ଦେଶ ପାଇଁ ଲାଭବାନ ହେବ।