କୋଲକାତା: ଜାତୀୟ ରାଜପଥରେ ବଡ ଧରଣ ଭୂସ୍ଖଳନ । ମଙ୍ଗଳବାର ଏହି ଭୂସ୍ଖଳନ ପରେ ପଶ୍ଚିମବଙ୍ଗ ଓ ହିମାଳୟ ରାଜ୍ୟ ସିକ୍କିମ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଏହି ସଡକପଥ ମୁଖ୍ୟତଃ ନର୍ଥଇଷ୍ଟକୁ ଯୋଗଯୋଗ କରିଥାଏ ।
ଜାତୀୟ ରାଜପଥ (NH) 10 ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକୁ ପଶ୍ଚିମବଙ୍ଗର କାଲିମ୍ପଙ୍ଗ ଏବଂ ସିଲିଗୁରି ସହିତ ସଂଯୋଗ କରିଥାଏ । ଚଳିତ ସପ୍ତାହରେ ପ୍ରବଳରୁ ପ୍ରବଳ ବର୍ଷା ଯୋଗୁଁ କାଲିମ୍ପଙ୍ଗ ରୁ 29-ମାଇଲ ନିକଟରେ ଏହି ଭୂସ୍ଖଳନ ଘଟିଛି। ପୂର୍ବ ହିମାଳୟର ପାଦଦେଶରେ ପ୍ରବଳ ବର୍ଷା ଯୋଗୁଁ ଏହି ଭୂସ୍ଖଳନ ଘଟିଛି।
ସୂଚନାନୁସାରେ, ସ୍ଥାନୀୟ ପ୍ରଶାସନ ବର୍ତ୍ତମାନ ରାସ୍ତା ସଫାରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ମୌସୁମୀସମୟରେ ଭୂସ୍ଖଳନ ସକ୍ରିୟ ଥିବାରୁ ପାହାଡ଼ିଆ ଅଞ୍ଚଳରୁ ବର୍ଜ୍ୟବସ୍ତୁ ସଫା କରିବା ପାଇଁ ଅଗ୍ରଗତି ଧୀର ରହିଛି ।
ଏହି ସମୟରେ, ଜୁଲାଇ 9 ରୁ ଜୁଲାଇ 12 ମଧ୍ୟରେ ପଶ୍ଚିମବଙ୍ଗର ତିନୋଟି ଜିଲ୍ଲା - ଦାର୍ଜିଲିଂ, ଆଲିପୁରଦାର ଏବଂ କୋଚ ବେହାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗର ଅଧିକାରୀମାନେ ପୂର୍ବାନୁମାନ କରିଛନ୍ତି । ଏହା ଦ୍ବାରା ଉତ୍ତର ପଶ୍ଚିମବଙ୍ଗରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିପାରେ।