ETV Bharat / bharat

ରୁଦ୍ରପ୍ରୟାଗରେ ଭୁସ୍ଖଳନ, ଅଲକାନନ୍ଦାରେ ବନ୍ୟା

author img

By

Published : Aug 4, 2019, 1:16 AM IST

ଉତ୍ତରାଖଣ୍ଡରେ ଲଗାତାର ଦୁଇ ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବାର ସୂଚନା ମିଳିଛି । ରୁଦ୍ରପ୍ରୟାଗରେ ଭୁସ୍ଖଳନ, ଅଲକାନନ୍ଦାରେ ବନ୍ୟା । ସେହିପରି ଅଳକାନନ୍ଦା ଓ ମନ୍ଦାକିନୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରୁଦ୍ରପ୍ରୟାଗ: ପ୍ରବଳ ବର୍ଷା କାରଣରୁ କେଦାରନାଥ, ରୁଦ୍ରପ୍ରୟାଗ ଓ ଗୌରୀକୁଣ୍ଡ ଯାତ୍ରାରେ ବାଧା ଦେଖାଦେଇଛି । ରୁଦ୍ରପ୍ରୟାଗରେ ଭୁସ୍ଖଳନ, ଅଲକାନନ୍ଦାରେ ବନ୍ୟା । ଏପରିକି ଭୁସ୍ଖଳନ ପାଇଁ ରୁଦ୍ରପ୍ରୟାଗ ଯାତ୍ରାକୁ ବନ୍ଦ ରଖାଯାଇଛି । ସେହିପରି କେଦାରନାଥ ଓ ଗୌରୀକୁଣ୍ଡକୁ ମଧ୍ୟ ଯିବାପାଇଁ ତୀର୍ଥଯାତ୍ରୀଙ୍କୁ ମନା କରାଯାଇଛି ।

ବନ୍ୟାର ଦୃଶ୍ୟ

ମିଳିଥିବା ସୂଚନା ମୁତାବକ କେଦାରନାଥ ଓ ଗୌରୀକୁଣ୍ଡ ଅଞ୍ଚଳରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଦେଖାଦେଇଛି । ଫଳରେ ସାଧାରଣ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ସେପଟେ ଅଲକାନନ୍ଦା ଓ ମନ୍ଦାକିନୀ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ଦୁଇ ନଦୀ ବର୍ତ୍ତମାନ ବିପଦସଂକେତ ଉପରେ ପ୍ରବାହିତ ହେଉଥିବା ଜଣାପଡ଼ିଛି ।

ଫଳରେ ଏଠାକାର ଜନଜୀବନ ପ୍ରଭାବିତ ହେବା ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଅସୁବିଧା ଦେଖାଦେଇଛି । ସେପଟେ କେଦାରକୁଣ୍ଡରୁ ଗୌରୀକୁଣ୍ଡ ପର୍ଯନ୍ତ 18 କିମି ରାସ୍ତାରେ ବିଭିନ୍ନ ସ୍ଥାନରେ ଭୁସ୍ଖଳନ କାରଣରୁ ଯାତ୍ରାକୁ ବନ୍ଦ ରଖାଯାଇଛି । ରାସ୍ତାରେ ଅଟକି ଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି ।

ସେହିପରି ରୁଦ୍ରପ୍ରୟାଗରେ ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଫଳରେ ସାଧାରଣ ଜୀବନ ମଧ୍ୟ ପୁରା ଠପ ହୋଇଯାଇଛି । ଏଠାକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ବ୍ୟାପକ ମାତ୍ରାରେ ଅସୁବିଧା ଦେଖାଦେଇଛି । ଫଳରେ ଏଠାକୁ ଯାତ୍ରା ମଧ୍ୟ ସ୍ଥଗିତ ରଖାଯାଇଛି । ବର୍ଷାର ପରିମାଣ କମିଲେ ରାସ୍ତାକୁ ସଫା କରାଯିବ । ପରେ ଯାତ୍ରାକୁ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

ସେପଟେ ଅଳକାନନ୍ଦାରେ ପ୍ରବଳ ବନ୍ୟା ଆସିବା ଫଳରେ କେଦାରନାଥରେ ଥିବା ଶିବଙ୍କ ମୂର୍ତ୍ତି ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଛି । ନଦୀ ଠାରୁ 20 ମିଟର ଦୂରରେ ଥିବା ଏହି 10 ଫୁଟ ଉଚ୍ଚର ମୂର୍ତ୍ତି ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଛି । କେବଳ ମୁଣ୍ଡର ଉପର ଭାଗ ଦେଖାଦେଉଥିବା ଜଣାପଡ଼ିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.