ETV Bharat / bharat

ଭୁସ୍ଖଳନ ଯୋଗୁଁ ଜମ୍ମୁ ଶ୍ରୀନଗର ରାଜପଥ ବନ୍ଦ

author img

By

Published : Nov 11, 2019, 6:12 PM IST

ଭୁସ୍ଖଳନ ଯୋଗୁଁ ଜମ୍ମୁ ଶ୍ରୀନଗର ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି। ରବିବାର ଠାରୁ ଯାତାୟତ ବନ୍ଦ ହୋଇ ଯାଇଥିବା ଜଣାପଡ଼ିଛି। ଫଳରେ ରାସ୍ତାରେ ଶତାଧିକ ଗାଡ଼ି ଅଟକି ରହିଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: IANS

ଶ୍ରୀନଗର: ଜମ୍ମୁ ଠାରୁ 150 କିମି ଦୂର ଡିଗଡୋଲରେ ପ୍ରବଳ ବର୍ଷା ଓ ଭୁସ୍ଖଳନ କାରଣରୁ ଜମ୍ମୁ ଶ୍ରୀନଗର ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ରବିବାର ଠାରୁ ଯାତାୟତ ବନ୍ଦ ହୋଇପଡ଼ିଥିବା ବେଳେ ରାସ୍ତାରେ ଶତାଧିକ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି।

ସେପଟେ ଟ୍ରାଫିକ ଏସଏସପି ମୁଜଫର ଅହମ୍ମଦ ଶାହ କହିଛନ୍ତି, ରାଜରାସ୍ତାରେ ହୋଇଥିବା ଏହି ଭୂସ୍ଖଳନରେ ରାସ୍ତାର ପ୍ରାୟ 125 ମିଟର କ୍ଷତି ଘଟିଥିବା ଜଣାପଡ଼ିଛି । ତେବେ ଏହାର ମରାମତି ପାଇଁ ବିଭିନ୍ନ ଯନ୍ତ୍ରାଂଶ ସାହାଯ୍ୟରେ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ଦିନେ ଦୁଇ ଦିନ ସମୟ ଲାଗିବ।

ଏହି ରାସ୍ତା ଦେଇ ଯାଉଥିବା ରାଜସ୍ଥାନର ରାମ ଯାଦବ ସମସ୍ତ ପ୍ରକାର ବାସନକୁସନ, ଷ୍ଟୋଭ ଆଦି ନେଇ ଆସୁଥିବା ବେଳେ ସ୍ଥାନୀୟ ଉଦ୍ଧମପୁର ଅଞ୍ଚଳକୁ ଯାଇ ଖାଦ୍ୟ ଖୋଜୁଥିବା ଦେଖିବାକୁ ମିଳିଛି । ତେବେ ସେ କହିଛନ୍ତି କି, ଘରଠାରୁ ଅଧିକାଂଶ ସମୟ ଦୂରରେ ରହିବାକୁ ପଡ଼ିଥାଏ । ଫଳରେ ଏହି ଟ୍ରକ ହିଁ ମୋର ଘର । ଏଥିରେ ଶୋଇବା ଘର ଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ସବୁ ସୁବିଧା ରହିଛି ବୋଲି ସେ ଜଣାଇଛନ୍ତି। ଏଥିପାଇଁ ଅନେକ ସମୟରେ ଗାଡ଼ିରେ ବାସନ କୁସନ, ତେଲ ଏପରିକି ଷ୍ଟୋଭ ମଧ୍ୟ ରହିଥାଏ।

ସେ ଆହୁରି ମଧ୍ୟ କହିଛନ୍ତି କି ନିକଟ ବଜାରରୁ ଖାଇବା ପାଇଁ ଚାଉଳ, ତେଲ ଡ଼ାଲି ଆଦି କିଣିବାକୁ ପଡ଼ିବ। ଆବଶିଷ୍ଟ ସାମଗ୍ରୀ ମୋ ନିକଟରେ ରହିଛି । ପାଖାପାଖି ଏହା ମାଧ୍ୟମରେ 3 ଦିନ ପର୍ଯ୍ୟନ୍ତ ଚଳିପାରିବି। ଯଦି ଏହି ରାସ୍ତା ସ୍ବାଭାବିକ ନ ହେଉଛି, ତେବେ ଆମକୁ ଅଧିକ ଦିନ ଚଳିବା ପାଇଁ ଅନେକ ଅସୁବିଧା ହେବ ବୋଲି ସେ କହିଛନ୍ତି।

ସେହିଭଳି ଅନ୍ୟ ଜଣେ ଟ୍ରକ ଚାଳକ କହିଛନ୍ତି କି, ରାଜରାସ୍ତା ବନ୍ଦ ହେବା କାରଣରୁ ଆମେମାନେ ଚିନ୍ତିତ ଅଛୁ। ଆମ ପାଖରେ ଯଥେଷ୍ଟ ସାମଗ୍ରୀ ମଧ୍ୟ ନାହିଁ । ପିଇବାକୁ ପାଣି ମଧ୍ୟ ନାହିଁ । ତେବେ ସରକାର ଟ୍ରକ ଡ୍ରାଇଭରଙ୍କ ସୁବିଧା ପାଇଁ ପାଣିର ବ୍ୟବସ୍ଥା କରିପାରିଲେ ଭଲ ହେବ ବୋଲି ସେ କହିଛନ୍ତି ।

Intro:Body:

national issue

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.