ETV Bharat / bharat

ୟୁପିରେ ହେବ ଫିଲ୍ମ ସିଟି, ଗ୍ରେଟର ନୋଏଡାର ପ୍ରସ୍ତାବ ଦେଲା ଜିଲ୍ଲା ପ୍ରଶାସନ - ସିଏମ ଯୋଗୀ ଆଦିତ୍ୟନାଥ

ନିକଟରେ ସିଏମ ଯୋଗୀ ଆଦିତ୍ୟନାଥ ୟୁପିରେ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି କରିବାକୁ ଘୋଷଣା କରିଥିଲେ । ଏନେଇ ଗ୍ରେଟର ନୋଏଡାରେ ଫିଲ୍ମ ସିଟି ପାଇଁ ୟୁପି ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତାବ ପଠାଯାଇଛି। ଅଧିକ ପଢନ୍ତୁ...

land suggestion to up government for film city in greater noida
ୟୁପିରେ ଫିଲ୍ମ ସିଟି ପାଇଁ ଗ୍ରେଟର ନୋଏଡାର ପ୍ରସ୍ତାବ ଦେଲା ଜିଲ୍ଲା ପ୍ରଶାସନ
author img

By

Published : Sep 21, 2020, 12:58 PM IST

ଲକ୍ଷ୍ନୌ: ନିକଟରେ ସିଏମ ଯୋଗୀ ଆଦିତ୍ୟନାଥ ୟୁପିରେ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି କରିବାକୁ ଘୋଷଣା କରିଥିଲେ ଏବଂ ଅଧିକାରୀମାନଙ୍କୁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ କହିଥିଲେ। ସିଏମଙ୍କ ନିର୍ଦ୍ଦେଶରେ ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଛି। ଗ୍ରେଟର ନୋଏଡାରେ ଫିଲ୍ମ ସିଟି ପାଇଁ ୟୁପି ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତାବ ପଠାଯାଇଛି।

ସୂଚନାନୁସାରେ, ଯମୁନା ଏକ୍ସପ୍ରେସୱେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ବୀର ସିଂ ଏକ ଚିଠି ଲେଖି ଜମି ପ୍ରସ୍ତାବ ଦେଇଛନ୍ତି। ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଭିତ୍ତିଭୂମି ଏବଂ ଶିଳ୍ପ ବିଭାଗକୁ ଚିଠି ଲେଖି ଜମି ପରାମର୍ଶ ଦେଇଛନ୍ତି। ଅରୁଣ ବିର ସିଂ ତାଙ୍କ ଚିଠିରେ ଫିଲ୍ମ ସିଟି ପାଇଁ ଉପଲବ୍ଧ ଜମି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଫିଲ୍ମ ସିଟି ପାଇଁ ଯମୁନା ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟିର ଜମି ଦେବାକୁ ପ୍ରସ୍ତାବ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାର ସେକ୍ଟର 21 ରେ 1000 ଏକର ଜମି ରହିଛି, ସେଥିମଧ୍ୟରେ ଶିଳ୍ପ ପ୍ଲଟ ପାଇଁ 780 ଏକର, ବାଣିଜ୍ୟିକ ପ୍ଲଟ ପାଇଁ 220 ଏକର ରହିଛି । ଅରୁଣ ବୀର ସିଂ ମଧ୍ୟ ଜମିର ମାନଚିତ୍ର ସଂଲଗ୍ନ କରି ଯମୁନା ଏକ୍ସପ୍ରେସୱେ ଜମି ବିଷୟରେ ସରକାରଙ୍କୁ ସୂଚନା ପଠାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.