ETV Bharat / bharat

‘ଏବେ ଲାଲୁ-ନୀତିଶ ଏକଜୁଟ ହେବାର ସମୟ’

author img

By

Published : Jun 4, 2019, 10:26 AM IST

ମୋଦି କ୍ୟାବିନେଟରେ ମନ୍ତ୍ରୀ ପଦକୁ ନେଇ ନାଖୁସ ଥିବା ନୀତିଶଙ୍କୁ ଆରଜେଡିର ନିମନ୍ତ୍ରଣ । ଏବେ ନୀତିଶ-ଲାଲୁ ପୁଣିଥରେ ଏକଜୁଟ ହେବାର ସମୟ ବୋଲି କହିଛି ଦଳ ।

ଡିଜାଇନ ଫଟୋ

ପାଟନା: ଭବିଷ୍ୟତରେ ନିଜ ସହଯୋଗୀ ଦଳଙ୍କୁ ଆହୁରି ଅପମାନ ଦେବ ବିଜେପି । ଠିକ ଯେପରି ଏବେ ଦେଇଛି ନୀତିଶଙ୍କୁ । ଆଗକୁ ମଧ୍ୟ ଏହି ଅପମାନ ବଢିବ । ତେଣୁ ଏବେ ଲାଲୁ-ନୀତିଶ ଏକଜୁଟ ହେବାର ସମୟ ଆସିଛି । କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ପଦ ପାଇନଥିବା ଜେଡିୟୁକୁ ଏଭଳି ନିମନ୍ତ୍ରଣ ଦେଇଛି ଆରଜେଡି ।

ଆରଜେଡି ଉପସଭାପତି ରଘୁବଂଶ ପ୍ରସାଦ ସିଂହ କହିଛନ୍ତି, ଜେଡିୟୁ 16 ସାଂସଦ ଦେଇଥିବାବେଳେ ବିଜେପି ମାତ୍ର ଗୋଟିଏ ହିଁ ମନ୍ତ୍ରୀପଦ ଅଫର କରିବା ଅପମାନ । ଯାହାକୁ ନୀତିଶ ଅସ୍ବୀକାର କରିବା ସ୍ବାଭାବିକ । ତେବେ ବିଜେପିର ଏହି ଅପମାନ ଆଗକୁ ଜାରି ରହିବ । ତେଣୁ ଏବେ ଲାଲୁ-ନୀତିଶ ଏକଜୁଟ ହେବାର ସମୟ ଆସିଛି ବୋଲି ସେ ନିମନ୍ତ୍ରଣ କରିଛନ୍ତି । କେବଳ ନୀତିଶଙ୍କ ଜେଡିୟୁ ନୁହେଁ, ବିଜେପି ସହଯୋଗୀ ଅନ୍ୟ ଦଳ ମଧ୍ୟ ମହାମେଣ୍ଟରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ରଘୁବଂଶ ।

କହିରଖୁଛୁ, 2017ରେ ମହାମେଣ୍ଟରୁ ଓହରି ଆସିଥିଲା ନୀତିଶଙ୍କ ଦଳ ଜେଡିୟୁ । ବିଜେପି ସହ ମିଶି ବିହାରରେ ସରକାର ଗଢିଥିଲେ ନୀତିଶ । ହେଲେ ଏହି ସମୟରେ କେନ୍ଦ୍ର କ୍ୟାବିନେଟରେ ଜେଡିୟୁକୁ ଗୋଟିଏ ହେଲେ ମନ୍ତ୍ରୀପଦ ମିଳିନଥିଲା । 2019 ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି-ଜେଡିୟୁ ଏବଂ ଏଲଜେପି ମେଣ୍ଟ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ।

ବିହାରର ସମସ୍ତ 40 ଆସନରୁ ବିଜେପି 17, ଜେଡିୟୁ 17 ଏବଂ ଏଲଜେପି 6 ଆସନରେ ପ୍ରତିଦ୍ବନ୍ଦିତା କରିଥିଲେ । 16 ଆସନରେ ବିଜୟୀ ହୋଇଥିଲା ଜେଡିୟୁ । 39 ଆସନ ପାଇଥିଲା ଏହି ମେଣ୍ଟ । ପ୍ରଥମଥର ପାଇଁ ଖାତା ଖୋଲିବାରୁ ବଞ୍ଚିତ ହୋଇଥିଲା ଆରଜେଡି । ହେଲେ ସମସ୍ତ ସହଯୋଗୀ ଦଳଙ୍କୁ ଗୋଟିଏ ଲେଖାଁଏ ମନ୍ତ୍ରୀପଦ ଦେବାକୁ କହିଥିଲା ବିଜେପି । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ନୀତିଶ । ମୋଦି କ୍ୟାବିନେଟରେ ରହିବାକୁ ରୋକଠୋକ ମନା କରିଥିଲେ । ଆଉ ତାପରେ ଲାଲୁ-ନୀତିଶ ଏକଜୁଟ ହେବାର ସମ୍ଭାବନା ମୁଣ୍ଡ ଟେକିଛି ।

Intro:Body:

bhata kha

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.