ETV Bharat / bharat

‘ଲାଲୁଙ୍କ କିଡନୀ ମାତ୍ର 37 ପ୍ରତିଶତ କାର୍ଯ୍ୟକ୍ଷମ’ - ରିମ୍ସ ଡାକ୍ତର

ମଧୁମେହ ବା ଡାଇବେଟିସ, ଉଚ୍ଚ ରକ୍ତ ଚାପ ଏବଂ କିଡନୀ ସମସ୍ୟା ବ୍ୟତୀତ ଲାଲୁ ଯାଦବ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ । ବର୍ଷେ ହେଲା ସ୍ବାସ୍ଥ୍ୟବସ୍ଥା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଲାଲୁ ।

ଫାଇଲ ଫଟୋ
author img

By

Published : Sep 1, 2019, 4:51 AM IST

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଅଧ୍ୟକ୍ଷ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସୂଚନା । ଲାଲୁଙ୍କ ସ୍ବାସ୍ଥ୍ୟ ଖରାପ କାରଣରୁ ସେ ଦୀର୍ଘ ଦିନ ଧରି ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ତାଙ୍କ ଶରୀରରେ କାମ କରୁଥିବା କିଡନୀ ମାତ୍ର 37 ପ୍ରତିଶତ କାମ କରୁଛି ବୋଲି ଡାକ୍ତର କହିଛନ୍ତି ।

ରାଞ୍ଚିର ରାଜେନ୍ଦ୍ର ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ରିମ୍ସ) ହସ୍ପିଟାଲରେ ଲାଲୁଙ୍କ ଚିକିତ୍ସା କରୁଥିବା ଡାକ୍ତର ପି.କେ ଝା ଏହି ସୂଚନା ଦେଇଛନ୍ତି । ତାଙ୍କ କିଡନୀ 63 ପ୍ରତିଶତ କାମ କରୁନଥିବା ଜଣାପଡିଛି । ଯାହା 50 ପ୍ରତିଶତ କାମ କରିବା କ୍ଷମତାରୁ 37 ପ୍ରତିଶତକୁ କମି ଯାଇଛି । ଏହି କାରଣରୁ ସପ୍ତାହେ ଧରି ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥାରେ ଅଧିକ ସମସ୍ୟା ଦେଖାଦେଇଛି । ଡାକ୍ତର କହିଛନ୍ତି ଯେ, ଲାଲୁକୁ ରକ୍ତ ସଂକ୍ରମିତ ଜନିତ ସମସ୍ୟା ରହିଛି ।

ଏହାସହ ମଧୁମେହ ବା ଡାଇବେଟିସ, ଉଚ୍ଚ ରକ୍ତ ଚାପ ଏବଂ କିଡନୀ ସମସ୍ୟା ବ୍ୟତୀତ ଲାଲୁ ଯାଦବ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ । ଚାରା ଦୁର୍ନୀତିର 4ଟି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ 14 ବର୍ଷର ଜେଲ ଦଣ୍ଡାଦେଶ ହୋଇଥିଲା । ମାତ୍ର ସେ ଦୀର୍ଘ ବର୍ଷେ ହେଲା ସ୍ବାସ୍ଥ୍ୟବସ୍ଥା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.