ପାଟନା: ବିହାର ବିଧାନସଭା ନିର୍ବାଚନରେ ବର୍ତ୍ତମାନ ପ୍ରଚାର ଜୋରଦାର ଆରମ୍ଭ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବୈଶାଳିରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ନିଜ ଶାସନ କାଳରେ ଉନ୍ନୟନ ମୂଳ କାର୍ଯ୍ୟ ବିଷୟରେ କହିଛନ୍ତି । ଏହି ଅବସରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଟାର୍ଗେଟ କରିଛନ୍ତି । ଆରଜେଡି ବିହାରକୁ ଅନ୍ଧାରରେ ଠେଲି ଦେଇଥିଲା ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଶାସନ କାଳରେ ଗତ 15 ବର୍ଷ ଧରି ଲୋକମାନଙ୍କ କାମ କରିବାର ସୁଯୋଗ ପାଇଛନ୍ତି । ଲୋକଙ୍କ ପାଖକୁ ବିକାଶ ମୂଳକ କାର୍ଯ୍ୟ ପହଞ୍ଚି ପାରିଛି । ବିହାରରେ ଆରଜେଡି ଶାସନ ସମୟରେ ଗ୍ରାମାଞ୍ଚଳରେ ପାଖରେ କୌଣସି ବିକାଶ ପହଞ୍ଚି ପାରନଥିଲା । ରାଜ୍ୟରେ ଲାଲୁ ରାଜ ସମୟରେ ବିଦ୍ୟୁତ୍ ବ୍ୟବହାର କ’ଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି ? ଆମେ କ୍ଷମତାକୁ ଆସିବା ପୂର୍ବରୁ ସହରଗୁଡିକରେ ମଧ୍ୟ ଉପଯୁକ୍ତ ବିଦ୍ୟୁତ୍ ସେବା ନଥିଲା । ସେତେବେଳେ ଲୋକଙ୍କୁ 700 ମେଗାୱାଟ ବିଦ୍ୟୁତ ମିଳୁଥିଲା କିନ୍ତୁ ଏହା ବର୍ତ୍ତମାନ 6000 ମେଗାୱାଟରେ ପହଞ୍ଚିଛି । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ବିଦ୍ୟୁତ୍ ଶକ୍ତି ପହଞ୍ଚିଛି । ବର୍ତ୍ତମାନ 'ଲଣ୍ଠନ ଯୁଗ୍' ଶେଷ ହୋଇଯାଇଛି । ଆମେ ନୂତନ ବିହାର ଗଢିଛି ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।
ସୂଚାନା ଥାଉକି ବିହାର ନିର୍ବାଚନରେ ଏନଡିଏ ମେଣ୍ଟ ଓ ମହାମେଣ୍ଟ ମଧ୍ୟରେ ଜୋରାଦାର ଲଢେଇ ହେବାର ସମ୍ଭାବନା ରହିଛି । ବିହାରରେ ମୁଖ୍ୟତଃ ରୋଜଗାର, ନିଯୁକ୍ତି ଓ ପ୍ରବାସୀଙ୍କ ସମସ୍ୟାକୁ ନେଇ ଜୋରଦାର ରାଜନୈତିକ ଲଢେଇ ଚାଲିଛି ।
ଆସନ୍ତା 28 ତାରିଖରୁ ତିନୋଟି ପର୍ଯ୍ୟାୟରେ ଭୋଟ ଦାନ ଅନୁଷ୍ଟିତ ହେବ । ନଭେମ୍ବର 10 ତାରିଖ ଦିନ ଭୋଟ ଫଳାଫଳ ଘୋଷଣା କରାଯିବ ।
@ANI