ETV Bharat / bharat

ଲାଲକିଲ୍ଲା ହିଂସା: ଦଙ୍ଗାକାରୀଙ୍କ ବିରୋଧରେ ରୁଜୁ ହେଲା ଦେଶଦ୍ରୋହ ମାମଲା

author img

By

Published : Jan 28, 2021, 8:59 PM IST

ଲାଲକିଲ୍ଲା ସମେତ ଅନ୍ୟ ସ୍ଥାନରେ ହୋଇଥିବା ହିଂସା ଘଟଣାରେ UAPA ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ଏହାର ତଦନ୍ତଭାର ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମକୁ ହସ୍ତାନ୍ତର କରାଯାଇଛି । ଅଧିକ ପଢନ୍ତୁ...

ଲାଲକିଲା ହିଂସା: ଦଙ୍ଗାକାରୀଙ୍କ ବିରୋଧରେ ରୁଜୁ ହେଲା ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ:ଗଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ପରେଡ ସମୟରେ ଲାଲକିଲ୍ଲା ସମେତ ଅନ୍ୟ ସ୍ଥାନରେ ହୋଇଥିବା ହିଂସା ଘଟଣାରେ UAPA ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ଏହାର ତଦନ୍ତଭାର ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମକୁ ହସ୍ତାନ୍ତର କରାଯାଇଛି ।

ଚାଷୀ ଆନ୍ଦୋଳନରେ ସମ୍ପୃକ୍ତ ଚାଷୀନେତାଙ୍କ ସଙ୍କଟ ବଢିପାରେ । 26 ଜାନୁଆରୀରେ ହୋଇଥିବା ହିଂସା ଘଟଣାରେ ଦେଶଦ୍ରୋହ ଓ ୟୁଏବିଏ ମାମଲା ରୁଜୁ ହୋଇଛି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମର ବଡ ଅଧିକାରୀଙ୍କ ଅନୁଯାୟୀ, ୟୁଏପିଏ ମାମଲା ରୁଜୁ ହୋଇଛି । ଏଥିରେ ଆଇଟିଓ ସମେତ ସମସ୍ତ ସ୍ଥାନରେ ଯେଉଁ ହିଂସା ହୋଇଥିଲା ଏହାର ତଦନ୍ତ କରାଯିବ ।

26 ଜାନୁଆରୀରେ ହୋଇଥିବା ହିଂସା ସମ୍ପର୍କରେ ଏବେସୁଦ୍ଧା 33 ପ୍ରତିଶତ ମାମଲା ରୁଜୁ ହୋଇସାରିଛି । ଏତଲାରେ ଚାଷୀନେତା ରାକେଶ ଟିକାୟତ, ଯୋଗେନ୍ଦ୍ର ଯାଦବ ଓ ମେଧା ପାଟକରଙ୍କ ସମେତ 37 ଚାଷୀ ନେତାଙ୍କ ନାଁ ସାମିଲ ରହିଛି । ସମସ୍ତଙ୍କ ବିରୋଧରେ ଦଙ୍ଗା, ଅପରାଧିକ ଷଡଯନ୍ତ୍ର, ହତ୍ୟା ପାଇଁ ପ୍ରୟାସ ସହିତ ଆଇପିସିର ବିଭିନ୍ନ ଧାରାରେ ଅଭିଯୋଗ ରହିଛି ।

44 ଜଣଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ପୋଲିସ । ଟ୍ରାକ୍ଟର ରାଲି ସମୟରେ ହିଂସାରେ 394 ପୋଲିସକର୍ମୀ ଆହତ ହୋଇଥିବା ସହ ଜଣେ ପ୍ରଦର୍ଶନକାରୀର ମୃତ୍ୟୁ ମଧ୍ୟ ହୋଇଛି । ହିଂସାର ଗୋଟିଏ ଦିନ ପରେ ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ କହିଥିଲେ ଯେ ହିଂସାରେ ସାମିଲ କୌଣସି ଦୋଷୀଙ୍କୁ ଛଡାଯିବନାହିଁ । ଅନ୍ୟପକ୍ଷେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆହତ ପୋଲିସକର୍ମୀଙ୍କୁ ହସ୍ପିଟାଲରେ ଭେଟି ଆସୁ ଆରୋଗ୍ୟ କାମନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.