ETV Bharat / bharat

ଅଯୋଧ୍ୟା ରାୟ ନେଇ କଣ କହିଲେ ଆଡଭାନୀ ? - advanis reaction on ayodhya verdict

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ ପୁରୋଧା ଲାଲକୃଷ୍ଣ ଆଡଭାନୀ । ଜାଣନ୍ତୁ ସେ କ'ଣ କହିଛନ୍ତି ..

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 9, 2019, 10:57 PM IST

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ରାମ ଜନ୍ମଭୂମି ଆନ୍ଦୋଳନର ନେତୃତ୍ଵ ନେଇଥିବା ଲାଲକୃଷ୍ଣ ଆଡ଼ଭାନୀ ।

ଐତିହାସିକ ରାୟରେ ଖୁସୀ ପ୍ରକାଶ କରି ସେ କହିଛନ୍ତି, ସମାଜର ବିକାଶ ପାଇଁ ସମସ୍ତଙ୍କୁ ଏକତ୍ରିତ ହେବାର ଆବଶ୍ୟକତା ରହିଛି । ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ଦେଇଥିବା ରାୟକୁ ସ୍ଵାଗତ କରିବାରେ ମୁଁ ଦେଶବାସୀଙ୍କ ସହିତ ରହିଛି । ଏଥିପାଇଁ ମୁଁ ନିଜକୁ ନିଜ ଧନ୍ୟ ମନେ କରୁଛି ବୋଲି ଆଡଭାନୀ କହିଛନ୍ତି ।

ସୁପ୍ରିମକୋର୍ଟ ରାମ ଜନ୍ମଭୂମିରେ ଭଗବାନ ରାମଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣର ମାର୍ଗ ପ୍ରଶସ୍ତ କରି ସର୍ବସମ୍ମତିର ସହ ରାୟ ପ୍ରକାଶ କରିଥିବା ସେ କହିଛନ୍ତି । ଏହା ସହିତ ରାମ ମନ୍ଦିର ଆନ୍ଦୋଳନରେ ନିଜ ଉପସ୍ଥିତି ସମ୍ବନ୍ଧରେ ଉଲ୍ଲେଖ କରି ଆଡଭାନୀ କହିଛନ୍ତି, ଈଶ୍ଵର ମୋତେ ଏହି ଆନ୍ଦୋଳନ ସହ ଜୋଡି ହେବା ପାଇଁ ସୁଯୋଗ ଦେଇଛନ୍ତି । ଏହା ମୋ ପାଇଁ ବହୁତ ବଡ଼ କଥା । ରାମ ମନ୍ଦିର ଆନ୍ଦୋଳନକୁ ସ୍ଵାଧୀନ ଭାରତର ସବୁଠୁ ବଡ଼ ଆନ୍ଦୋଳନର ଆଖ୍ୟା ଦେଇଛନ୍ତି ସେ ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ରାମ ମନ୍ଦିର ନିର୍ମାଣର ପଥ ପରିଷ୍କାର ହୋଇଛି । ତେଣୁ ଆମ ସମସ୍ତଙ୍କୁ ସବୁ ବିବାଦ ଓ ମତଭେଦକୁ ପଛରେ ପକାଇ ଏକଜୁଟ ହେବାର ଆବଶ୍ୟକତା ରହିଛି । ଏହା ସହିତ ସଦଭାବନା ଓ ଶାନ୍ତିକୁ ଆପଣାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.