ନୂଆଦିଲ୍ଲୀ: ସାଉଦି ଆରବରେ ଚାକିରି ଦେବା ନାଁରେ ଠକାମି । ଉତ୍ତରପ୍ରଦେଶର ନୋଏଡା ଠାରେ ସାଉଦି ଆରବରେ ଚାକିରି ଦେବା ନାମରେ କିଛି ଲୋକେ ଜମ୍ମୁ-କାଶ୍ମୀରର ଜଣେ ଯୁବକଙ୍କ ଠାରୁ 8 ଲକ୍ଷ 34 ହଜାର ଟଙ୍କା ଠକିଥିବାର ଅଭିଯୋଗ ହୋଇଛି । ଥାନା ସେକ୍ଟର 20 ର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଆର.କେ ସିଂ କହିଛନ୍ତି ଯେ ଜମ୍ମୁ-କାଶ୍ମୀରର ବାସିନ୍ଦା ନାଜିର ଅହମ୍ମଦ ଡାର ଏନେଇ ଥାନା ସେକ୍ଟର 20 ରେ ଏକ ରିପୋର୍ଟ ଦାଖଲ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ସି-78 ସେକ୍ଟର 2 ରେ ଏକ ପ୍ଲେସମେଣ୍ଟ କମ୍ପାନୀ ଚଳାଉଥିବା ଜିଶାନ ଅଲି, ରସିଦ ଅଲି, ମଞ୍ଜୁଙ୍କ ସମେତ 6 ଜଣ ତାଙ୍କ ନିକଟକୁ ଆସି ଚାକିରି ସମ୍ପର୍କ କହିଥିଲେ ।
ଆର.କେ ସିଂ କହିଛନ୍ତି ଯେ ଏହି ଲୋକେ ତାଙ୍କୁ ସାଉଦି ଆରବରେ ଚାକିରି କରେଇଦେବାକୁ ପ୍ରତିଶୃତି ଦେଇଥିଲେ । ଅଭିଯୋଗ ଅନୁସାରେ ପାସପୋର୍ଟ, ଭିସା, ଏୟାର ଟିକେଟ୍ ସମେତ ଅନେକ ଜିନିଷ ନାଁରେ ଚୋରମାନେ ତାଙ୍କଠାରୁ ଆଠ ଲକ୍ଷ 34 ହଜାର ଟଙ୍କା ନେଇଥିଲେ । ତେବେ ନାଜିର ଅହମ୍ମଦ ଡାରଙ୍କୁ ଅଭିଯୁକ୍ତ ଦେଇଥିବା ପାସପୋର୍ଟ, ଭିସା ଏବଂ ଏୟାର ଟିକେଟ୍ ସବୁ ନକଲି ।
ସେପଟେ ଉକ୍ତ ଘଟଣାର ଏକ ମାମଲା ରୁଜୁ କରି ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତମାନେ ଫେରାର ଥିବା ହୋଇଯାଇଥିବା ବେଳେ ସେମାନଙ୍କୁ ଖୋଜା ଚାଲିଛି । ନାଜିର ଅହମ୍ମଦ ଡାରଙ୍କ ଅନୁଯାୟୀ ଅଭିଯୁକ୍ତମାନେ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ଶହ ଶହ ବେକାର ଯୁବକଙ୍କୁ ବିଦେଶ ପଠାଇବା ନାମରେ କୋଟି କୋଟି ଟଙ୍କା ଠକିଛନ୍ତି ।