ETV Bharat / bharat

ଲକଡାଉନରେ ଉପଲବ୍ଧ ହେବ ତିରୁପତି ମନ୍ଦିରର ଲଡୁ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

author img

By

Published : May 21, 2020, 11:37 AM IST

ତିରୁମାଳାର ପ୍ରଭୁ ତିରୁପତି ଦେବସଂସ୍ଥାନ ବୋର୍ଡର ଅଧ୍ୟକ୍ଷ କହିଛନ୍ତିଯେ, ଲୋକଙ୍କର ଚାହିଦା ଦେଖି ପ୍ରଭୁ ଭେଙ୍କଟେଶ୍ବରଙ୍କ ପ୍ରସିଦ୍ଧ ଲଡୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

ଲକଡାଉନରେ ଉପଲବ୍ଧ ହେବ ତିରୁପତି ମନ୍ଦିରର ଲଡୁ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ଲକଡାଉନରେ ଉପଲବ୍ଧ ହେବ ତିରୁପତି ମନ୍ଦିରର ଲଡୁ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଥିବା ବିଶ୍ବ ପ୍ରସିଦ୍ଧ ତିରୁପତି ମନ୍ଦିର ମାର୍ଚ୍ଚ 24ରୁ ଦେଶରେ କୋରୋନା ସଙ୍କଟ କାରଣରୁ ଲକଡାଉନ ହେତୁ ବନ୍ଦ ରହିଛି । କେବଳ ମୁଖ୍ୟ ପୁରୋହିତ ଓ ମନ୍ଦିର କର୍ମଚାରୀଙ୍କୁ ଛାଡିଦେଲେ ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ମନା । ଏପରିସ୍ଥଳେ ମନ୍ଦିର ବନ୍ଦ ରହିବା ସତ୍ତ୍ବେ ତିରୁମାଳାର ପ୍ରଭୁ ଭେଙ୍କଟେଶ୍ବରଙ୍କ ପ୍ରସିଦ୍ଧ ମନ୍ଦିରର ପବିତ୍ର ଲଡୁ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ରିହାତି ମୂଲ୍ୟରେ ଉପଲବ୍ଧ ହେବ ।

ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡର ଚେୟାରମ୍ୟାନ ଓ୍ବାଇ.ଭି ସୁବା ରେଡ୍ଡୀ କହିଛନ୍ତି ଯେ, ଭକ୍ତଙ୍କର ଦିନକୁ ଦିନ ବଢୁଥିବା ଚାହିଦା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । କୋରୋନା ହେତୁ ଏହି ପ୍ରସାଦ 20 ମାର୍ଚ୍ଚ ଠାରୁ କୌଣସି ଭକ୍ତଙ୍କ ନିକଟରେ ପହଞ୍ଚି ପାରି ନଥିଲା।

କିପରି କରିବେ ଅର୍ଡର ?

ଚେୟାରମ୍ୟାନ ଓ୍ବାଇ ବି ସୁବା ରେଡ୍ଡୀ କହିଛନ୍ତି ଯେ, 3 ଦିନ ମଧ୍ୟରେ ଏହି ଲଡୁର ଉପଲବ୍ଧ ହେବା ନେଇ ତାରିଖ ଘୋଷଣା କରାଯିବ । ଏଥିପାଇଁ ଭକ୍ତମାନେ 9849575952 ନମ୍ବରରେ ଡେପୁଟି ଏକଜ୍ୟୁକେଟିଭ ଅଫିସର ଏବଂ 9701092777ରେ ପୋଟୁ ପେଶକରଙ୍କ ସହିତ ଯୋଗାଯୋଗ କରିପାରିବେ ।

କେତେ ରହିବ ଏହାର ମୂଲ୍ୟ ?

ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡର ଚେୟାରମ୍ୟାନ ଓ୍ବାଇ ବି ସୁବା ରେଡ୍ଡୀ କହିଛନ୍ତି ଯେ ଏକ ଲଡୁର ମୂଲ୍ୟ 50 ଟଙ୍କା, କିନ୍ତୁ କୋଭିଡ-19ର ଲକଡାଉନ ସମୟରେ ଏହାକୁ 25 ଟଙ୍କା ମୂଲ୍ୟରେ ବିକ୍ରି କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.