ETV Bharat / bharat

ଭାରତ-ଚୀନ ବିବାଦ, ଖୁବ ଶୀଘ୍ର ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଇବେ ଏସବୁ ଦେଶ

ଗୋଟିଏ ପଟେ ଫ୍ରାନ୍ସ ଆସନ୍ତା ମାସରେ ରାଫେଲ ଯୁଦ୍ଧ ବିମାନ ଭାରତକୁ ହସ୍ତାନ୍ତର କରିବାକୁ ଥିବା ବେଳେ ଅନ୍ୟପକ୍ଷରେ ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମ ଭାରତକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

author img

By

Published : Jun 29, 2020, 12:28 PM IST

ଭାରତ-ଚୀନ ବିବାଦ
ଭାରତ-ଚୀନ ବିବାଦ

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଭାରତ ଲଦାଖ ସୀମାରେ ନିଜର ସୈନିକ ଏବଂ ଅସ୍ତ୍ରଶସ୍ତ୍ର ମୁତୟନ ବୃଦ୍ଧି କରିଛି । ସେପଟେ ଚୀନ ସହ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଅନେକ ଦେଶ ଭାରତକୁ ସାହାଯ୍ୟର ହାତ ବଢାଉଛନ୍ତି । ଭାରତର ସୈନ୍ୟଶକ୍ତି ଏବଂ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି ।

ଗୋଟିଏ ପଟେ ଫ୍ରାନ୍ସ ଆସନ୍ତା ମାସରେ ରାଫେଲ ଯୁଦ୍ଧ ବିମାନ ଭାରତକୁ ହସ୍ତାନର କରିବାକୁ ଥିବା ବେଳେ ଅନ୍ୟପକ୍ଷରେ ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମ ଭାରତକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଆମେରିକା ମଧ୍ୟ ଖୁବ ଶୀଘ୍ର ଭାରତକୁ ତୋପରେ ବ୍ୟବହୃତ ଗୋଳାବାରୁଦ ହସ୍ତାନର କରିବ । ସେପଟେ ଋଷ ମଧ୍ୟ ଭାରତକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେବାକୁ ପ୍ରତିଶୃତି ଦେଇଛି । ଭାରତ ଋଷଠାରୁ 1 ବିଲିୟନ ଡଲାରର ଗୋଳାବାରୁଦ କ୍ରୟ କରିବ ବୋଲି ଜଣାପଡିଛି । ଚୀନ ସହ ବଢୁଥିବା ବିବାଦ ମଧ୍ୟରେ ଦିଲ୍ଲୀରେ ସମସ୍ତ ଦେଶ ସହ ଦ୍ବିପାକ୍ଷିକ ଆଲୋଚନା ସମୟରେ ଏନେଇ ସହମତି ପ୍ରକାଶ ହୋଇଛି ।

ଭାରତ-ଚୀନ ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଶସ୍ତ୍ରବାହୀନିଙ୍କୁ ପୂର୍ବରୁ ହିଁ ଜରୁରୀକାଳୀନ ଆର୍ଥିକ ଅଧିକାର ଦିଆଯାଇଛି । ଏହା ବ୍ୟତୀତ ଅତ୍ୟାଧୁନିକ ରାଫଏଲ ବିମାନର ପ୍ରଥମ ପର୍ଯ୍ୟାୟ ଜୁଲାଇ 27 ମଧ୍ୟରେ ଭାରତ ପହଞ୍ଚିପାରେ । ଏଥିପାଇଁ 4 ଜଣ ଭାରତୀୟ ପାଇଲଟଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ତେବେ ଫ୍ରାନ୍ସ ପ୍ରଥମ ପର୍ଯ୍ୟାୟରେ 8ଟି ଅତିରିକ୍ତ ରାଫେଲ ଯୁଦ୍ଧ ବିମାନ ପଠାଇବ ବୋଲି ଭାରତକୁ କହିଛି ।

ଅନ୍ୟପକ୍ଷରେ କାରଗିଲ ଯୁଦ୍ଧରେ ଭାରତକୁ ସାହାଯ୍ୟ କରିଥିବା ଇସ୍ରାଏଲ ମଧ୍ୟ ଚୀନ-ଭାରତ ବିବାଦକୁ ଦୃଷ୍ଟିରେ ରଖି ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ କହିଛି । ଏହାକୁ ଖୁବ ଶୀଘ୍ର ସୀମାରେ ନିୟୋଜିତ କରାଯିବ ବୋଲି ଜଣାପଡିଛି । ତେବେ ଚୀନ ନିଜ ସୀମାରେ ଏସ-400 ଏୟାର ଡିଫେନ୍ସ ସିଷ୍ଟମ ନିୟୋଜିତ କରିଛି । ଯାହାକୁ ଦୃଷ୍ଟିରେ ରଖି ଭାରତ ଇସ୍ରାଏଲଠାରୁ ଏୟାର ଡିଫେନ୍ସ ସିଷ୍ଟମ ଖୁବ ଶୀଘ୍ର ଆଣିବାକୁ ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.