ଲେହ: ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ପର୍ଯ୍ୟନ୍ତ ସମସ୍ତେ କୋରୋନା କବଳରେ କବଳିତ । ଅନେକ ହେଭିୱେଟ ନେତା ମନ୍ତ୍ରୀ କୋରୋନାରେ ସଂକ୍ରମିତ ହୋଇସାରିଲେଣି । ଏପରିସ୍ଥିତିରେ ଲଦାଖର ସାଂସଦ ଜେ.ଟି ନାମଗ୍ୟାଲ୍ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ତେବେ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରୁ 17 ସାଂସଦ ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି । ମିନାକ୍ଷୀ ଲେଖୀ ଓ ଅନନ୍ତ ହେଗଡେଙ୍କ ସମେତ 17 ଜଣ ସାଂସଦ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
କୋରୋନା ମହାମାରୀ ସହ ଜଡିତ ନିର୍ଦ୍ଦେଶାବଳୀ ଅନୁସରଣ କରି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ସମୟ ମଧ୍ୟରେ ପ୍ରଥମ ଥର ପାଇଁ ଲୋକସଭାର ସଦସ୍ୟମାନେ ରାଜ୍ୟସଭାରେ ବସି ଗୃହର ପ୍ରକ୍ରିୟାରେ ଭାଗ ନେଇଥିଲେ ।