ETV Bharat / bharat

'ଆଦର୍ଶଗତ ସ୍ବଚ୍ଛତାର ଅଭାବ କଂଗ୍ରେସକୁ କ୍ଷତି ପହଞ୍ଚାଉଛି'

author img

By

Published : Jun 26, 2020, 1:19 PM IST

ଗଣମାଧ୍ୟମ ପ୍ରଯୋଜିତ ନୂଆ-ପୁରୁଣା ନେତାଙ୍କ ମଧ୍ୟରେ ବିଭାଜନ ଅପେକ୍ଷା କଂଗ୍ରେସକୁ ଆଦର୍ଶଗତ ସ୍ବଚ୍ଛତାର ଅଭାବ କ୍ଷତି ପହଞ୍ଚାଉଛି ବୋଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଛନ୍ତି ।

ଦିଗବିଜୟ ସିଂହ
ଦିଗବିଜୟ ସିଂହ

ନୂଆଦିଲ୍ଲୀ: କଂଗ୍ରେସର ଖରାପ ପ୍ରଦର୍ଶନକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟସଭା ସଦସ୍ୟ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ଗଣମାଧ୍ୟମ ପ୍ରଯୋଜିତ ନୂଆ-ପୁରୁଣା ନେତାଙ୍କ ମଧ୍ୟରେ ବିଭାଜନ ଅପେକ୍ଷା କଂଗ୍ରେସକୁ ଆଦର୍ଶଗତ ସ୍ବଚ୍ଛତାର ଅଭାବ କ୍ଷତି ପହଞ୍ଚାଉଛି ବୋଲି ସେ କହିଛନ୍ତି ।

ଏନେଇ ଦିଗବିଜୟ ସିଂହ ଟ୍ବିଟ କରି କହିଛନ୍ତି, 'ଦଳର ପୁରୁଣା ନେତା ହୁଅନ୍ତୁ ଅବା ନୂଆ ନେତା ସେମାନଙ୍କ ମଧ୍ୟରେ ଆଦର୍ଶଗତ ସ୍ବଚ୍ଛତା ନାହିଁ । ଯାହା ଦଳକୁ କ୍ଷତି ପହଞ୍ଚାଉଛି । କିଛି ଲୋକ ଆରଏସଏସ ସହ ଯୁକ୍ତି କରିବାକୁ ପଛାନ୍ତି କାରଣ ତାର ଧ୍ରୁବୀକରଣ ବିରୋଧୀ ବିଚାରଧାରା ରହିଛି ।'

କଂଗ୍ରେସର ବରିଷ୍ଠ ନେତା ଆହୁରି କହିଛନ୍ତି ଯେ, ଦଳରେ କେହି ବି ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀଙ୍କୁ ବିରୋଧ କରୁନାହାଁନ୍ତି । କୌଣସି ବରିଷ୍ଠ ନେତା ସେମାନଙ୍କ ବିରୋଧରେ ଠିଆ ହୋଇନାହାଁନ୍ତି । ପୁରା କଂଗ୍ରେସ ମିଳିତ ଭାବରେ ଗାନ୍ଧୀ-ନେହରୁ ପରିବାରକୁ ସମର୍ଥନ କରୁଛି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡି) ବୈଠକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଥିଲେ, ମୋଦିଙ୍କୁ ଆକ୍ରମଣ କରିବା ପରିବର୍ତ୍ତେ ଦଳ ତାଙ୍କ ନୀତିକୁ ଟାର୍ଗେଟ କରିବା ଉଚିତ । କିନ୍ତୁ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହାକୁ ବିରୋଧ କରିଥିଲେ । ସମସ୍ତ ସରକାରୀ ନୀତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବୋଲି ସେ କହିଥିଲେ । ତେବେ ଏହାପରେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ବିରୋଧ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.