ETV Bharat / bharat

ପ୍ରଚାରରେ ବିଜେପିଙ୍କୁ କଟାକ୍ଷ, ପକୁଡି ଜିଲାପି ଛାଣିଲେ କଂଗ୍ରେସ ନେତା

ୟୁପିର କୁଶିନଗର ସଂସଦୀୟ କ୍ଷେତ୍ର ପାଇଁ କିଛି ନିଆରା ଢଙ୍ଗରେ ନିଜ ପ୍ରଚାର କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଆରପିଏନ ସିଂହ। ସେ ନିଜ ହାତରେ ପକୁଡି ଓ ଜଲେବି ଛାଣି ନିଜ ପ୍ରଚାର କରିବା ସହ ବିଜେପିକୁ ତଥା ମୋଦିଙ୍କୁ କରିଛନ୍ତି କଟାକ୍ଷ ।

author img

By

Published : Apr 15, 2019, 9:49 AM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ନିର୍ବାଚନକୁ ନେଇ ଜୋର ଧରିଛି ପ୍ରଚାର। ଆଉ ଏଥିପାଇଁ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାରକୁ କିଛି ହଟକେ କରି ଦଳ ପାଇଁ ମାଗିଛନ୍ତି ଭୋଟ। ୟୁପିର କୁଶିନଗର ସଂସଦୀୟ କ୍ଷେତ୍ର ପାଇଁ କିଛି ନିଆରା ଢଙ୍ଗରେ ନିଜ ପ୍ରଚାର କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଆରପିଏନ ସିଂହ । ସେ ନିଜ ହାତରେ ପକୁଡି ଓ ଜିଲାପି ଛାଣିବା ସହ ନିଜ ପ୍ରଚାର କରିଛନ୍ତି ।

ଆରପିଏନ ସିଂହ ରବିବାର କୁଶିନଗରର ହୋରଲାପୁର ଗାଁରେ ଆୟୋଜିତ ଏକ ମେଳାରେ ପକୁଡି ଏବଂ ଜିଲାପି ଛାଣୁଥିବା ଦେଖାଯାଇଛନ୍ତି । ଏଭଳି କରି ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ପିଏମ ମୋଦିଙ୍କ ରୋଜଗାର ମୁଦ୍ଦା ଉପରେ ପକୁଡି ବିକୁଥିବା ବୟାନ ଦେଇ ବିଜେପିକୁ କଟାକ୍ଷ କରିବା ସହ ଜନତାଙ୍କ ନିକଟତର ହୋଇ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି ।

ତେବେ ଏହା ପୂର୍ବରୁ ବରେଲିରେ ସମାଜବାଦି ପାର୍ଟି ପକ୍ଷରୁ "ପିଏମ ପକୋଡା ଟ୍ରେନିଙ୍ଗ ସେଣ୍ଟର" ଆୟୋଜନ କରାଯାଇଥିଲା । ଯେଉଁଠି ବେରୋଜଗାର ଯୁବକଙ୍କୁ ଫ୍ରିରେ ପକୁଡି ତିଆରି କରିବାର ବିଧି ଶିଖାଯାଉଥିଲା । ଏଥିରେ ଦଳ ପକ୍ଷରୁ ଏମଟେକ, ପିଏଚଡି ଏବଂ ଏମବିଏ ପାସ କରି ବେରୋଜଗାର ଥିବା ଯୁବକଙ୍କୁ ନିମନ୍ତ୍ରିତ କରାଯାଇଥିଲା ।

ତେବେ ଗତଥର କୁଶିନଗର ଲୋକସଭା ସିଟର ଦ୍ବିତୀୟ ସ୍ଥାନରେ ଥିବା ଆରପିଏନ ସିଂହଙ୍କୁ କଂଗ୍ରେସ ମଇଦାନକୁ ଓହ୍ଲାଇଛି । ସେ ୟୁପିଓ-2ରେ ସଡକ ପରିବହନ ଓ କର୍ପୋରେଟ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଏବଂ ପେଟ୍ରୋଲିୟମ ଓ ଗୃହ ରାଜ୍ୟମନ୍ତ୍ରୀ ରହି ସାରିଛନ୍ତି ।

Intro:Body:

ଫୁଲବାଣୀ: ଶିକ୍ଷା, ସମସ୍ତ ଅନ୍ଧକାରରୁ ଆଲୋକ ଦେଖାଏ । ଗରିବ ଆଦିବାସୀ ଗିରିଜନ ଛାତ୍ରଛାତ୍ରୀ ମାନେ ଶିକ୍ଷାର ଆଲୋକରେ ଆଲୋକିତ ହେବାକୁ ଉଦ୍ୟମ କରୁଛନ୍ତି । ଉଦ୍ୟମରେ ସଫଳ ହୋଇଛନ୍ତି ଫୁଲବାଣୀ କନ୍ଧସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ। ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଚାରି ଜଣ ଏପରି ଛାତ୍ରଛାତ୍ରୀ। ଫଳରେ ସେମାନଙ୍କ ମନରେ ବଢିଛି ଉତ୍ସାହ ଓ ଆଗକୁ ଅଧିକ ସଫଳତା ପାଇଁ ଜନ୍ମିଛି ବିଶ୍ବାସ। 

ଫୁଲବାଣୀ କନ୍ଧସାହି ପ୍ରାଥମିକ ବିଦ୍ୟାଳୟ। 50 ଜଣ ଛାତ୍ରଛାତ୍ରୀ ପଢନ୍ତି ଏହି ସରକାରୀ ବିଦ୍ୟାଳୟରେ । ଲୋକେ ସରକାରୀ ବିଦ୍ୟାଳୟ ପ୍ରତି ଟିକେ ବିମୁଖ ହେଉଥିବା ବେଳେ କିନ୍ତୁ ଗରିବ ଆଦିବାସୀ ଗିରିଜନଙ୍କ ପାଇଁ ଏହି ବିଦ୍ୟାଳୟ ହିଁ ହୋଇଛି ଆଲୋକବର୍ତ୍ତିକା। ମଜୁରୀ କରି ବଞ୍ଚୁଥିବା ମେହନତି ମଣିଷଙ୍କ ଅନେକ ପିଲାଏ ପଢୁଛନ୍ତି ଏହି ସ୍କୁଲରେ। ତେବେ ସେ ମଧ୍ୟରେ କେତେକ ଛାତ୍ରଛାତ୍ରୀ ଅଛନ୍ତି କିଛି ଅଲଗା ଓ ମେଧାବୀ। ନିଜ ପ୍ରଚେଷ୍ଟା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ମେଧାବୃତ୍ତି ପାଇଛନ୍ତି ଏମାନେ। 

ଏହି ମେଧାବୀ ଛାତ୍ରଛାତ୍ରୀଙ୍କ ପରିବାର କିନ୍ତୁ କଷ୍ଟରେ ଚଳୁଛନ୍ତି । ଏପରିକି ପରିବାରକୁ ମଧ୍ୟ ବିଭିନ୍ନ କାମରେ ସହାୟତା କରିବା ପରେ ପାଠ ପଢୁଛନ୍ତି ପିଲାମାନେ।  ଆଦିବାସୀ ଗିରିଜନ ବାପା ମାଆଙ୍କ ମନରେ ପୁଅ ଝିଅର ଭେଦଭାବ ନାହିଁ । ଆମ ଝିଅ ଭଲ କରି କିଛି ନିଶ୍ଚୟ ହାସଲ କରିବ ବୋଲି ସେମାନଙ୍କ ମତ । ସ୍କୁଲର ଚାରି ଜଣ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇବା ସହିତ ମାସକୁ ମାସ ଟଙ୍କା ମଧ୍ୟ ପାଇବେ । ଫଳରେ ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି ଏହଂ ଅଧିକ ବିଶ୍ବାସ ଜନ୍ମିଛି ବୋଲି କହିଛନ୍ତି ଶିକ୍ଷୟତ୍ରୀ।

ଉଦ୍ୟମ ଓ ଇଛା ଶକ୍ତି ବଳରେ ନିଶ୍ଚିତ ଭାବେ ସଫଳତା ମିଳେ। ଏହି ଛାତ୍ରଛାତ୍ରୀ ମାନେ ଏହାର ଜ୍ୱଳନ୍ତ ଉଦାହରଣ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.