ETV Bharat / bharat

ପାରୋଲରେ ଆସିଲେ ଉନ୍ନାଓ ଅଭିଯୁକ୍ତ, ଭାଇଙ୍କ ଅନ୍ତିମ କ୍ରିୟାରେ ଦେବେ ଯୋଗ - ମନୋଜ ସେଙ୍ଗର

ପାରୋଲରେ ଆସିଲେ ଉନ୍ନାଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ତଥା ପୁର୍ବତନ ବିଜେପି ନେତା କୁଳଦୀପ ସେଙ୍ଗର । ନିଜ ସାନ ଭାଇର ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବେ । ଫଳରେ ତାଙ୍କୁ ଓ ତାଙ୍କ ଭାଇ ଅତୁଲଙ୍କୁ ଉନ୍ନାଓ ଅଭିମୁଖେ ନିଆଯିବ ବୋଲି ଜଣାପଡ଼ିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 28, 2019, 12:02 PM IST

ଲକ୍ଷ୍ନୌ: ସାନଭାଇର ଅନ୍ତିମ କ୍ରିୟାରେ ଯୋଗଦେବେ ପୂର୍ବତନ ବିଜେପି ନେତା କୁଳଦୀପ ସେଙ୍ଗର ଓ ଅତୁଲ ସେଙ୍ଗର । ଏଥପାଇଁ 72 ଘଣ୍ଟାପାଇଁ ପାରୋଲରେ ଆସିଛନ୍ତି ସେଙ୍ଗର । କୁଳଦୀପ ସେଙ୍ଗରଙ୍କୁ ଦିଲ୍ଲୀ ଏବଂ ଅତୁଲ ସେଙ୍ଗରଙ୍କୁ ଲକ୍ଷ୍ନୌ ଜେଲରୁ ଉନ୍ନାଓ ନିଆଯିବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ କୁଳଦୀପଙ୍କ ଭାଇ ମନୋଜଙ୍କ ମୃତ୍ୟୁ ଜେଲରେ ହୋଇଛି । ଫଳରେ ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏଥିପାଇଁ ଉଭୟ କୁଳଦୀପ ଏବଂ ଅତୁଲଙ୍କୁ ଜେଲ କର୍ତ୍ତୃପକ୍ଷ ସେମାନଙ୍କୁ ପାରୋଲରେ ଛାଡ଼ିଛନ୍ତି ।

ସେପଟେ କୁଳଦୀପ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ଜେଲରେ ଦଣ୍ଡ ଭୋଗୁଛନ୍ତି । ସେହିପରି ଅତୁଲ ଦୁଷ୍କର୍ମ ପୀଡ଼ିତାଙ୍କ ବାପାଙ୍କୁ ମାଡ଼ ମାରିବା ଅଭିଯୋଗରେ ଲକ୍ଷ୍ନୌ ଜେଲରେ ଦଣ୍ଡିତ ଅଛନ୍ତି । ତେବେ ଉନ୍ନାଓ ପୀଡ଼ିତାଙ୍କ ପରିବାରଙ୍କ ଗାଡିକୁ ଦୁର୍ଘଟଣାଗ୍ରସ୍ତ କରାଇବାରେ ମୃତ ମନୋଜଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା ।

ମନୋଜ ପୀଡ଼ିତାଙ୍କୁ ଜୀବନରୁ ମାରିଦେବା ପାଇଁ ବାରମ୍ବାର ଉଦ୍ୟମ କରିଥିଲେ । ଏହି ଉଦ୍ୟମରେ ପୀଡ଼ିତାଙ୍କର ଓକିଲ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଯାଇଥିଲା । ମନୋଜ ରାବଣର ଭକ୍ତ ଥିଲା । ଏପରିକି ସେ ଯାହା ସହିତ ମିଶୁଥିଲା, ଜୟ ଲଙ୍କେଶ କହି ସମ୍ପର୍କ ସ୍ଥାପନ କରୁଥିଲା । ଏହା ସହିତ ସେ ନିଜ ଗଳାରେ ରାବଣର ଏକ ଲକେଟ କରି ପକାଇଥିଲା । ଉଭୟ କୁଳଦୀପ ଏବଂ ଅତୁଲ ଜେଲ ଯିବା ପରେ ମନୋଜ ଘରର ଦେଖାଶୁଣା କରୁଥିଲା ।

ତେବେ ଏହି ଦୁଇ ଜଣ ଉନ୍ନାଓ ଯାଉଥିବା ବେଳେ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନୋଜଙ୍କ ଅନ୍ତିମ ସଂସ୍କାରରେ ଶତାଧିକ ସଂଖ୍ୟାରେ ଲୋକମାନେ ଯୋଗଦେବାର ସମ୍ଭାବନା ରହିଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.