ETV Bharat / bharat

ଫେରିବେ କୁଳଭୂଷଣ ! ଅନାଇ ବସିଛନ୍ତି ପରିବାର ଓ ଶୁଭେଚ୍ଛୁ - international-court-justice

ଅନ୍ତର୍ଜାତୀୟ ନ୍ୟାୟାଳୟରେ ଆଜି କୁଳଭୂଷଣ ଯାଦବଙ୍କ ଶୁଣାଣି । ଫେରିବା ବାଟକୁ ଅନାଇ ବସିଛନ୍ତି ପରିବାରଠାରୁ ଆରମ୍ଭ କରି ସାହିପଡିଶା ଏବଂ ବନ୍ଧୁବାନ୍ଧବୀ ।

ଫାଇଲ ଫଟୋ
author img

By

Published : Jul 17, 2019, 12:23 PM IST

ମୁମ୍ବାଇ: ନେଦରଲାଣ୍ଡର ଦି ହେଗ ଠାରେ ଥିବା ଅନ୍ତର୍ଜାତୀୟ ନ୍ୟାୟାଳୟରେ ଆଜି କୁଳଭୂଷଣ ଯାଦବଙ୍କ ଭାଗ୍ୟ ପରୀକ୍ଷା ହେବ । ସେ ପାକିସ୍ତାନ ଜେଲରୁ ମୁକୁଳି ଭାରତ ଫେରିବେ କି ନାହିଁ ସେ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବେ କୋର୍ଟ । ତେବେ ଯାଦବ ମାମଲାର ଶୁଣାଣି ପାଇଁ ଅନେକ ଆଇନ ବିଶେଷଜ୍ଞ ଅନ୍ତର୍ଜାତୀୟ ନ୍ୟାୟାଳୟରେ ପହଞ୍ଚିଥିବା ଜଣାପଡିଛି । ସେପଟେ କୁଳଭୂଷଣଙ୍କ ପରିବାରଠାରୁ ଆରମ୍ଭ କରି ସାହିପଡିଶା ଏବଂ ବନ୍ଧୁବାନ୍ଧବ ସମସ୍ତେ ତାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ ଇନପୁଟ

ମୁମ୍ବାଇର ଲୋଅର ପରେଲ ଅଞ୍ଚଳରେ ରହୁଥିଲେ କୁଳଭୂଷଣ ସୁଧୀର ଯାଦବ । ତେବେ ବର୍ତ୍ତମାନର ରାୟ ତାଙ୍କ ସପକ୍ଷରେ ହେବ ଏବଂ ସେ ଭାରତ ଫେରିବେ ବୋଲି ଆଶା ରଖିଛନ୍ତି ତାଙ୍କ ସାଙ୍ଗସାଥୀ ଓ ପରିବାର ଲୋକ । ଭାରତ ସରକାର ତାଙ୍କୁ ଫେରାଇ ଆଣିବା ପାଇଁ ଯେଉଁଭଳି ପ୍ରୟାସ କରୁଛନ୍ତି ନିଶ୍ଚିତ ଭାବରେ ରାୟ ତାଙ୍କ ସପକ୍ଷରେ ହେବ ବୋଲି ତାଙ୍କର ଜଣେ ବନ୍ଧୁ ଅରବିନ୍ଦ ସିଂହ କହିଛନ୍ତି ।

ଏହି କାରଣରୁ କୁଳଭୂଷଣଙ୍କ ବାସଭବନ ଆଗରେ ବୁଧବାର ଏକତ୍ରିତ ହୋଇଛନ୍ତି ତାଙ୍କ ସମର୍ଥକ ଏବଂ ସାଙ୍ଗସାଥୀମାନେ । ତାଙ୍କ ସପକ୍ଷରେ ରାୟ ଆସିବା ନେଇ ସମସ୍ତେ ମିଳିମିଶି ପ୍ରାର୍ଥନା କରିବେ । ତାଙ୍କ ହିନ୍ଦୁ ସମର୍ଥକମାନେ ବିଭିନ୍ନ ପୂଜାପାଠର ଆୟୋଜନ କରୁଥିବା ବେଳେ ମୁସଲମାନ ସମର୍ଥକ ନମାଜ ପଢିବାର କାର୍ଯ୍ୟକ୍ରମ ରଖିଛନ୍ତି ।

ସୂଚନା ଯୋଗ୍ୟ ଯେ, କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଆତଙ୍କବାଦ ଓ ଗୁପ୍ତଚର ବୃତ୍ତି ଅଭିଯୋଗରେ 2016 ମାର୍ଚ୍ଚ 3 ରେ ଫାଶୀ ଦଣ୍ଡାଦେଶ ଦେଇଥିଲା । ଏହି ଦଣ୍ଡାଦେଶ ବିରୋଧରେ ଭାରତ ୨୦୧୭ ମସିହା ମେ ୮ ତାରିଖରେ ଆଇସିଜେଙ୍କ ଦ୍ବାରସ୍ଥ ହୋଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.