ETV Bharat / bharat

ଭାରତର ବିଜୟ, କୁଳଭୂଷଣଙ୍କ ଫାଶୀ ଦଣ୍ଡ ଉପରେ ଆଇସିଜେଙ୍କ ସ୍ଥଗିତାଦେଶ

author img

By

Published : Jul 17, 2019, 7:30 PM IST

Updated : Jul 17, 2019, 10:09 PM IST

କୁଳଭୂଷଣ ମାମଲାରେ ଅନ୍ତର୍ଜାତୀୟ କୋର୍ଟରେ ରାୟ ପ୍ରକାଶିତ । କୂଳଭୁଷଣଙ୍କ ଫାଶି ଉପରେ ଲାଗିଲା ରହିତାଦେଶ । ଏହି ମାମଲାରେ ପୁନର୍ବିଚାର ପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ରେ ଭାରତର ବିଜୟ । ଆଜି ଆଇସିଜେ କୁଳଭୂଷଣ ଯାଦବ ମାମଲାରେ ଭାରତ ସପକ୍ଷରେ ରାୟ ଶୁଣାଇଛନ୍ତି । ଆଇସିଜେ ରାୟ ଶୁଣାଇ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଏହା ସହିତ ପାକିସ୍ତାନ ତା’ ନିଷ୍ପତ୍ତିର ପୁନର୍ବିଚାର କରୁ ଏବଂ କୁଳଭୂଷଣଙ୍କୁ ‘କନ୍‌ସୁଲାର ଆକ୍‌ସେସ’ ଦିଆଯିବା ଆବଶ୍ୟକ ବୋଲି ଆଇସିଜେ କହିଛି ।

୧୬ ଜଣ ବିଚାରପତିଙ୍କୁ ନେଇ ଗଠିତ ଆଇସିଜେ ନ୍ୟାୟପୀଠ କୁଲଭୂଷଣ ମାମଲାରେ ଭାରତର ମତ ସପକ୍ଷରେ ମୋହର ଲଗାଇଛନ୍ତି । ତେବେ ରାୟ ଶୁଣାଇଥିବା ନ୍ୟାୟପୀଠଙ୍କ ମଧ୍ୟରୁ ଜଣେ କୁଳଭୂଷଣଙ୍କ ବିରୋଧରେ ମତ ରଖିଥିଲେ । ଏହା ସହିତ ପାକିସ୍ତାନ ଜେଲରେ ବନ୍ଦୀଥିବା କୁଲଭୂଷଣଙ୍କୁ ଆଇନଗତ ସହାୟତା ମିଳିବା ସହ ଭାରତୀୟ ଦୂତାବାସର ଅଧିକାରୀ ତାଙ୍କୁ ଭେଟି ପାରିବେ ବୋଲି କହିଛି ଆଇସିଜେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହି ମାମଲାରେ ଭାରତକୁ ଆଇନଗତ ଲଢେଇ ପାଇଁ ଅନୁମତି ମିଳିଛି । ଅନ୍ୟପକ୍ଷରେ କୂଳଭୁଷଣଙ୍କୁ ଭେଟିବାକୁ ଭାରତୀୟ ଦୂତାବାସକୁ ମଧ୍ୟ ଅନୁମତି ମିଳିବ । ପାକିସ୍ତାନ ଭିଏନା ଚୁକ୍ତିର ଉଲଙ୍ଘନ କରିଛି ବୋଲି ଅନ୍ତର୍ଜାତୀୟ କୋର୍ଟ କହିଛନ୍ତି । ଏଥିସହ ଏହି ମାମଲାରେ ପୁନର୍ବିଚାର ପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

କୁଳଭୂଷଣ ମାମଲାର ରାୟ ପ୍ରକାଶ ପରେ ଭାରତୀୟଙ୍କ ମଧ୍ୟରେ ଖୁସିର ଲହିରି ଖେଳିଯାଇଛି ।

Intro:Body:Conclusion:
Last Updated : Jul 17, 2019, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.