ETV Bharat / bharat

କୁଳଭୂଷଣ ମାମଲା: ବିଭିନ୍ନ ମହଲରୁ ଆସିଲା ପ୍ରତିକ୍ରିୟା

author img

By

Published : Jul 17, 2019, 10:07 PM IST

କୁଳଭୂଷଣ ଯାଦବଙ୍କ ମାମଲାରେ ଅନ୍ତର୍ଜାତୀୟ କୋର୍ଟଙ୍କ ରାୟ ଆସିବା ପରେ ବିଭିନ୍ନ ମହଲରୁ ଏହାର ପ୍ରତିକ୍ରିୟା ଆସିଛି । ଏଥିରେ ଭାରତର ବିଜୟ ହୋଇଥିବା କୁହାଯାଉଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଆସିଛି ଅନ୍ତର୍ଜାତୀୟ କୋର୍ଟଙ୍କ(ଆଇସିଜେ) ରାୟ । ଗୁପ୍ତଚର ବୃତ୍ତି କରିବା ଅଭିଯୋଗରେ ତାଙ୍କୁ ଦେଇଥିବା ଦଣ୍ଡର ସମୀକ୍ଷା କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି ଆଇସିଜେ ।

ଏହି ମାମଲାରେ ଅନ୍ତର୍ଜାତୀୟ କୋର୍ଟର ରାୟ ଆସିବା ପରେ ବିଭିନ୍ନ ମହଲରୁ ଏନେଇ ପ୍ରତିକ୍ରିୟା ଆସିଛି । ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରଣାଳୟ ଏନେଇ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏଥିରେ ଭାରତର ବିଜୟ ହୋଇଛି ବୋଲି କୁହାଯାଇଛି ।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଅନ୍ତର୍ଜାତୀୟ କୋର୍ଟଙ୍କ ରାୟକୁ ଆମେ ସ୍ବାଗତ କରୁଛୁ । ସତ୍ୟ ଏବଂ ନ୍ୟାୟର ବିଜୟ ହୋଇଛି । ଖୁବ ଶିଘ୍ର କୁଳଭୂଷଣକୁ ନ୍ୟାୟ ମିଳିବ । ଆମ ସରକାର ପ୍ରତ୍ୟେକ ଭାରତୀୟଙ୍କ ନିରାପତ୍ତା ଏବଂ କଲ୍ୟାଣ ପାଇଁ କାମ କରୁଛି ।

ସେହିପରି ପ୍ରତିରକ୍ଷା ରାଜନାଥ ସିଂହ କହିଛନ୍ତି, ଆଇସିଜେଙ୍କ ନିର୍ଦ୍ଦେଶ ଅନୁସାରେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ ପ୍ରଦାନ କରିବ । ଏ ମାମଲାରେ ଭାରତର ବିଜୟ ହୋଇଛି ଏଥିରେ କୌଣସି ସନ୍ଦେହ ନାହିଁ । ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏ ଜୟଶଙ୍କର କହିଛନ୍ତି କୁଳଭୂଷଣଙ୍କ ପରିବାରବର୍ଗଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ।

ଭିଏନା କନଭେନସନ୍ ଅନୁସାରେ କୁଳଭୂଷଣଙ୍କୁ ପାକିସ୍ତାନ କନସୁଲାର ଆକ୍ସେସ ଯୋଗାଇବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଆଇସିଜେ । ଆମେ ଆଶାକରୁଛୁ ପାକିସ୍ତାନ ଏହାକୁ ଖୁବଶିଘ୍ର ପାଳନ କରିବ । ଅନ୍ତର୍ଜାତୀୟ କୋର୍ଟଙ୍କ ପକ୍ଷରୁ ଏ ମାମଲାରେ ଦିଆଯାଇଥିବା ରାୟକୁ ଆମେ ସ୍ବାଗତ କରୁଛୁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ।

କୁଳଭୂଷଣଙ୍କ ଦଣ୍ଡାଦେଶ ମାମଲାରେ ପ୍ରତିକ୍ରିୟା ରଖି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ କହିଛନ୍ତି ଭାରତ ପାଇଁ ଏହା ଏକ ବୃହତ୍ତ ବିଜୟ । ପାକିସ୍ତାନର କୋର୍ଟ ଲଖପତ ଜେଲରେ ପ୍ରାଣ ହରାଇଥିବା ଭାରତୀୟ କଏଦୀ ସରବଜିତ ସିଂହଙ୍କ ଭଉଣୀ ଦଲବୀର କୌର କହିଛନ୍ତି ଏଥିରେ ଭାରତର ବିଜୟ ହୋଇଛି ।

Intro:Body:

 BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.