ETV Bharat / bharat

କୋରୋନା ସହ ଲଢିବ 'ଇମ୍ୟୁନିଟି ସନ୍ଦେଶ' - Kolkata sweet shop introduces 'Sandesh' to boost immunity amid COVID-19

କୋଲକାତାର ସବୁଠାରୁ ପୁରାଣ ବଳରାମ ମଲ୍ଲିକ ଏବଂ ରାଧାରଣ ମଲ୍ଲିକ ମିଠା ଦୋକାନ 15 ପ୍ରକାର ଔଷଧ ଏବଂ ମସାଲାର ମିଶ୍ରଣରେ ଏକ ମିଠା ପ୍ରସ୍ତୁତ କରିଛନ୍ତି । ଯାହାର ନାଁ ରହିଛି 'ଇମ୍ୟୁନିଟି ସନ୍ଦେଶ' । ଅଧିକ ପଢନ୍ତୁ...

Kolkata sweet shop introduces 'Sandesh' to boost immunity amid COVID-19
କୋରୋନା ସହ ଲଢିବ 'ଇମ୍ୟୁନିଟି ସନ୍ଦେଶ'
author img

By

Published : Jun 12, 2020, 7:24 PM IST

କୋଲକାତା: ବିଶ୍ବବ୍ୟାପୀ କୋରୋନାର ତାଣ୍ଡବ ଜାରି ରହିଥିବା ବେଳେ ଏଯାବତ୍ ଏହାର ଚିକିତ୍ସା ପାଇଁ କୌଣସି ପ୍ରତିଷେଧକ କିମ୍ବା ଟୀକା ବାହାରିନାହିଁ । ହେଲେ କୁହାଯାଉଛି ଯେ ମଣିଷ ଶରୀର ରୋଗ ପ୍ରତିରୋଧକ ଶକ୍ତି କୋରୋନା ଜୀବାଣୁ ସହ ଲଢିବା ପାଇଁ ସହାୟକ ହେବ । ଏହାକୁ ଦୃଷ୍ଟିରେ ରଖି କୋଲକାତାର ସବୁଠାରୁ ପୁରାଣ ବଳରାମ ମଲ୍ଲିକ ଏବଂ ରାଧାରଣ ମଲ୍ଲିକ ମିଠା ଦୋକାନ 15 ପ୍ରକାର ଔଷଧ ଏବଂ ମସାଲାର ମିଶ୍ରଣରେ ଏକ ମିଠା ପ୍ରସ୍ତୁତି କରିଛନ୍ତି । ଯାହାର ନାଁ ରହିଛି 'ଇମ୍ୟୁନିଟି ସନ୍ଦେଶ' ।

ହଳଦୀ, ଲବଙ୍ଗ, ଗୁଜୁରାତି, ଡାଲଚିନି, କେଶର, କଳା ଜିରା, ମୁଲେଠି, ତେଜପତ୍ର, ମହୁ ଏବଂ ଅନ୍ୟ ମସାଲାକୁ ଏହି ପାରମ୍ଫରିକ ମିଠାରେ ମିଶାଇ ପ୍ରସ୍ତୁତ କରାଯାଇଛି । ଏହି ମିଠା ଲୋକଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବ । ତେବେ ପ୍ରତ୍ୟେକ ମିଠାର ଦର 25 ଟଙ୍କା ଥିବା କହିଛନ୍ତି ଦୋକାନ ମାଲିକ ସୁଦିପ୍ତା ମଲ୍ଲିକ ।

ସେ କହିଛନ୍ତି ଯେ, ଆମେ ଏହି ମିଠାର ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଇଛୁ । ସବୁଠାରୁ ବଡ କଥା ହେଉଛି ଯେ ଏହି ସନ୍ଦେଶରେ କୌଣସି ଚିନିର ବ୍ୟବହାର କରାଯାଇନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ହିମାଳୟ ମହୁରେ ପ୍ରସ୍ତୁତ ହୋଇଛି । ଏହି ମିଠାର ସ୍ବାଦକୁ ଲୋକମାନେ ପସନ୍ଦ କରିବା ସହ ଏହା ଚାହିଦା ମଧ୍ୟ ବଢୁଛି ।

କୋଭିଡ-19 ବର୍ତ୍ତମାନ ସୁଦ୍ଧା 7.5 ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ବିଶ୍ବବ୍ୟାପି 420,993 ଲୋକଙ୍କ ପ୍ରାଣ ନେଇସାରିଛି । ଏହାର ଚିକିତ୍ସା ପାଇଁ ଅନୁସନ୍ଧାନକାରୀମାନେ ଚେଷ୍ଟା ଜାରି ରଖିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.