ETV Bharat / bharat

କୋଲକାତାରେ ଅମାନିଆଙ୍କ ରାଜ, 24 ଘଣ୍ଟାରେ 1500 ଗରିଫ - Over 1,500 arrested for defying

ପଶ୍ଚିମବଙ୍ଗରେ ସରକାରଙ୍କ ଏହି ଗାଇଡଲାଇନକୁ ଅନେକ ଲୋକେ ଉଲ୍ଲଘଂନ କରୁଛନ୍ତି । ଏହି ଅଭିଯୋଗରେ 24 ଘଣ୍ଟାରେ 1500 ଲୋକଙ୍କୁ ଗିରଫ କରିଛି ପୋଲିସ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଲକାତାରେ ଅମାନିଆଙ୍କ ରାଜ
କୋଲକାତାରେ ଅମାନିଆଙ୍କ ରାଜ
author img

By

Published : Jul 30, 2020, 9:40 PM IST

କୋଲକାତା: କୋରୋନା ବିସ୍ତାର ରୋକିବା ପାଇଁ ସରକାର କିଛି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେପରିକି ସାମାଜିକ ଦୁରତା ରକ୍ଷା କରିବା, ଲକଡାଉନ ନିୟମ ପାଳିବା, ମାସ୍କ ପିନ୍ଧିବା, ରାସ୍ତାରେ ଛେପ ନପକାଇବା । ହେଲେ ଏହି ସବୁ ନିର୍ଦ୍ଦେଶାବଳୀକୁ ପାଳୁଛନ୍ତି କେତେ ଲୋକେ । ପଶ୍ଚିମବଙ୍ଗରେ ସରକାରଙ୍କ ଏହି ଗାଇଡଲାଇନକୁ ଅନେକ ଲୋକେ ଉଲ୍ଲଘଂନ କରୁଛନ୍ତି । ଏହି ଅଭିଯୋଗରେ 24 ଘଣ୍ଟାରେ 1500 ଜଣଙ୍କୁ ଗିରଫ କରିଛି ପୋଲିସ।

ଭାରତରେ କୋରୋନା ମାମଲା ହ୍ରାସ କରିବାକୁ ରାଜ୍ୟ ସରକାର ଅନେକ ନିଷ୍ପତ୍ତି ନେଇଥିବା ବେଳେ ଜନତାଙ୍କ ଠାରୁ ଆଶା କରାଯାଉଥିବା ସହଯୋଗ ମିଳୁନାହିଁ । ଏହି ନାଗରିକ ସରକାରଙ୍କ ଅନେକ ନିର୍ଦ୍ଦେଶାବଳୀକୁ ଅବମାନନା କରୁଛନ୍ତି ।

ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଥିବା ଅଭିଯୋହଗରେ 1500 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ପ୍ରତିବନ୍ଧକ ଆଦେଶ ଉଲ୍ଲଂଘନ କରି ଅତି କମରେ 1,054 ଜଣଙ୍କୁ ଗିରଫ କରାଯାଇଥିବା ବେଳେ 497 ଜଣଙ୍କୁ ମାସ୍କ ନପିନ୍ଧାବ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ଏଥିସହ ପ୍ରାୟ 38 ଜଣ ଲୋକ ସର୍ବସାଧାରଣରେ ଛେପ ପକାଇ ଧରାପଡିଥିଲେ । ତା ଛଡା ପୋଲିସ ଲକଡାଉନ ନିୟମ ଉଲ୍ଲଘଂନ ମାମଲାରେ 44 ଟି ଗାଡି ମଧ୍ୟ ଜବତ କରିଛି ।

ଗତ 24 ଘଣ୍ଟାରେ ପଶ୍ଚିମବଙ୍ଗ COVID-19 ରୋଗୀଙ୍କ 2294 ଟି ନୂଆ ମାମଲା ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ରାନ୍ତ ସମୁଦାୟ 65, 000 ଅତିକ୍ରମ କରିସାରିଥିବା ବେଳେ ସକ୍ରିୟ ମାମଲା 19, 652 ରେ ପହଞ୍ଚିଛି । ସେହପରି ପଶ୍ଚିମବଙ୍ଗରେ ମୃତ୍ୟୁ ସଂଖ୍ୟା 1, 490 କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.