ଶ୍ରୀନଗର: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଦେଶର ସବୁଠାରୁ ସମ୍ମାନଜନକ ପରୀକ୍ଷା ବୋଲି ବିବେଚନା କରାଯାଏ। ଜାମ୍ମୁ କାଶ୍ମୀରର ପ୍ରଥମ ଆଇଏଏସ ଅଧିକାରୀ ହେବାର ଗୌରବ ହାସଲ କରିଥିଲେ ଏଠାକାର ଅଧିବାସୀ ଶାହ ଫୈଜଲ । ଘାଟିର ପରିସ୍ଥିତି ବଦଳିବାର ଏକ ବର୍ଷ ପୂର୍ବରୁ ଫୈସଲ ପ୍ରଶାସନିକ ସେବା ଛାଡି ରାଜନୀତିରେ ପ୍ରବେଶ କରିବା ସହ ଜାମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ନାଁରେ ଏକ ରାଜନୈତିକ ଦଳ ମଧ୍ୟ ଗଠନ କରିଥିଲେ। ତେବେ ଗୋଟିଏ ବର୍ଷ ମଧ୍ୟରେ ସେ ରାଜନୀତି ଛାଡିବାକୁ ଘୋଷଣା କରିଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଧାରା 370 ଉଚ୍ଛେଦ କରି ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପରେ ଶାହ ଫୈସଲଙ୍କୁ ଘାଟିର ଅନ୍ୟ ପ୍ରମୁଖ ନେତାଙ୍କ କାରାଗାରରେ ବନ୍ଦୀ କରିଦିଆଗଲା। ଜନ ସୁରକ୍ଷା ଆଇନ (PSA) ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତେବେ 11 ମାସ ପରେ ଜୁନ 3ରେ ତାଙ୍କୁ ମୁକ୍ତ କରାଯାଇଥିଲା, କିନ୍ତୁ ଫୈସଲ ଦାବି କରିଛନ୍ତି ଯେ ସେବେଠାରୁ ତାଙ୍କୁ ନଜର ବନ୍ଦୀ କରି ରଖାଯାଇଛି।
ବର୍ତ୍ତମାନ ଫୈସଲ ରାଜନୀତି ଛାଡି ଅନ୍ୟ ବିକଳ୍ପକୁ ବିଚାର କରିବା ଆରମ୍ଭ କରିସାରିଛନ୍ତି । ଇଟିଭି ଭାରତର ସମ୍ବାଦଦାତା ମୀର ଫରହତ ତାଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ଫୈସଲ କହିଛନ୍ତି ଯେ ସେ ଆଗକୁ ବଢିବାକୁ ଚାହୁଁଛନ୍ତି ଏବଂ ବଦଳିଯାଇଥିବା ପରିସ୍ଥିତିରେ ସେ ରାଜନୈତିକ ସ୍ତରରେ ଯୋଗଦାନ କରିପାରିବେ ନାହିଁ।
ପ୍ରଶ୍ନ - ରାଜନୀତିରେ ଯୋଗଦେବା ପରେ କ’ଣ ହେଲା, ଯାହା ଆପଣଙ୍କୁ ଆପଣଙ୍କ ନିଷ୍ପତ୍ତି ବିଷୟରେ ପୁନର୍ବିଚାର କରିବାକୁ ବାଧ୍ୟ କରିଛି?
ଉତ୍ତର - 5 ଅଗଷ୍ଟ, 2019 ପରେ ସମୟ ବଦଳିଗଲା ଏବଂ ବର୍ତ୍ତମାନ ପରିସ୍ଥିତି ପୂର୍ବ ପରି ସମାନ ନୁହେଁ | ଏହି ବିଷୟରେ ଚିନ୍ତା କରିବାକୁ ମୋତେ ଏକ ବର୍ଷ ଲାଗିଗଲା । ମୁଁ ବର୍ତ୍ତମାନ ଆଗକୁ ବଢିବାକୁ ଚାହୁଁଛି |
ପ୍ରଶ୍ନ - ଆପଣ ଭାବୁଥିବେ ଅଗଷ୍ଟ 5 ପରେ ନିର୍ବାଚନ ରାଜନୀତିର କୌଣସି ପ୍ରଶ୍ନ ନାହିଁ, କାରଣ କାଶ୍ମୀରରେ ରାଜନୀତି ପ୍ରସଙ୍ଗ ଆଉ ମହତ୍ତ୍ବ ରଖେନାହିଁ, ଯାହା ଆପଣଙ୍କୁ ଆପଣଙ୍କର ପୂର୍ବ ଭୂମିକାକୁ ଫେରିବାକୁ ବାଧ୍ୟ କରୁଛି?
ଉତ୍ତର - ଆଦୌ ନୁହେଁ, ନିର୍ବାଚନ ରାଜନୀତି ସର୍ବଦା ଗୁରୁତ୍ବପୂର୍ଣ୍ଣ ରହିବ | ଏହା ଏକ ଗଣତନ୍ତ୍ର ଏବଂ ଶେଷରେ ଲୋକମାନେ ଏହାକୁ ଚଳାଇବେ, ଯଦିଓ ମୁଁ ଏହି ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ କିଛି କରିପାରିବି ନାହିଁ |
ପ୍ରଶ୍ନ- ଆପଣ ପ୍ରଶାସନିକ ସେବା ଏବଂ ରାଜନୀତିରେ ଅନେକ ଲୋକଙ୍କୁ, ବିଶେଷକରି ଯୁବକମାନଙ୍କୁ ଏକ ଆଶା ଦେଖାଇଛନ୍ତି, କିନ୍ତୁ ବର୍ତ୍ତମାନ ସେମାନଙ୍କର ଆଶା କ୍ଷୀଣ ହୋଇଥିବାର ଦେଖାଯାଉଛି, ସେମାନେ ଏହା ଦ୍ବାରା ନିରାଶ ହେବେ ନାହିଁ କି?
ଉତ୍ତର- ପ୍ରଶାସନିକ ସେବାରେ ଯୋଗଦେବାକୁ ଚାହୁଁଥିବା ଯୁବକମାନେ ମୋର ପ୍ରଶାସନିକ ସେବା ଛାଡିବାରେ ନିରାଶ ହୋଇଥିଲେ ଏବଂ ମୁଁ ବିଶ୍ବାସ କରେ ଯେ ଅନେକ ଯୁବକ ନିଶ୍ଚୟ ଅନୁଭବ କରିଛନ୍ତି କି ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି, ମୁଁ ଏଥିପାଇଁ ଦୁଃଖିତ।
ପ୍ରଶ୍ନ - ଗତ ବର୍ଷ ଅଗଷ୍ଟ 4ରେ, ଜେଲକୁ ଯାଇଥିବା ଅନେକ ରାଜନେତା କହିଥିଲେ ଯେ ଧାରା 370ରେ କଥା ନହେବା ପାଇଁ ସେମାନଙ୍କୁ ଏକ ସର୍ତ୍ତଯୁକ୍ତ ଦସ୍ତାବିଜ୍ରେ ଦସ୍ତଖତ କରିବାକୁ କୁହାଯାଇଛି? ଆପଣ ଏଥିରେ ଦସ୍ତଖତ କରିଛନ୍ତି କି?
ଉତ୍ତର- PSA (ପବ୍ଲିକ ସେଫ୍ଟି ଆକ୍ଟ)ରେ ସର୍ତ୍ତଯୁକ୍ତ ଦସ୍ତାବିଜର କୌଣସି ବ୍ୟବସ୍ଥା ନାହିଁ | ଆମକୁ ବିନା ସର୍ତ୍ତରେ ମୁକ୍ତ କରାଯାଇଛି |
ପ୍ରଶ୍ନ - ଆପଣଙ୍କର ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣୀୟ ହୋଇନାହିଁ | ଆପଣ ଭାବୁଛନ୍ତି କି ଆପଣ ପ୍ରଶାସନିକ ସେବାରେ ଯୋଗଦେବେ କିମ୍ବା ହାଭର୍ଡ ଗସ୍ତ କରିବେ?
ଉତ୍ତର- ମୁଁ ବର୍ତ୍ତମାନ କିଛି ଜାଣି ନାହିଁ | ମୁଁ ପ୍ରଥମ ପଦକ୍ଷେପ ନେଇଛି । ମୁଁ ପ୍ରଥମେ ସ୍ଥିର ହେବାକୁ ଚାହେଁ । ଜୀବନରେ ଅନେକ ପରୀକ୍ଷଣ କରିସାରିଛି ଏବଂ ସେସବୁରୁ ଅନେକ ଶିକ୍ଷା ଗ୍ରହଣ କରିଛି |