ନୂଆଦିଲ୍ଲୀ: ଆମ ଦୈନନ୍ଦିନ ଜୀବନରେ, ଅନ୍ୟ ପରିବା ଅପେକ୍ଷା ଟମାଟୋର ମଧ୍ୟ ବହୁଳ ବ୍ୟବହାର ହୋଇଥାଏ । ପ୍ରତ୍ୟେକଙ୍କ ଘରର ରୋଷେଇରେ ଟମାଟୋ ବ୍ୟବହାର କରାଯାଏ । ଏହି ବିନା ପ୍ରାୟ ସମସ୍ତ ତରକାରୀ ଯେପରି ଅଧାରୁ ଲାଗେ । ଏହା ତରକାରୀର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ଖାଲି ସ୍ବାଦ ନୁହେଁ ଏହା ଆମ ଶରୀର ଓ ତ୍ବଚା ପାଇଁ ମଧ୍ୟ ବେଶ ଉପକାରୀ ଅଟେ । ଏହାର ଅନେକ ଉତ୍ତମ ଗୁଣ ରହିଛି ।
ଟମାଟର ଏକ ନରମ ପରିବା ହୋଇଥିବାରୁ ଖୁବ ଶୀଘ୍ର ଏହା ନଷ୍ଟ ହୋଇଯାଇଥାଏ । ଯାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଥାଏ ଯେ, ଟମାଟୋକୁ ଫ୍ରିଜରେ ରଖାଯାଇପାରିବ କି ନାହିଁ ? କାରଣ ବାହାରେ ରହିବା ଦ୍ବାରା ଟମାଟୋ ଶୀଘ୍ର ନଷ୍ଟ ହୋଇଯିବ କି ? ତେବେ ଜାଣନ୍ତୁ ଏହି ସମସ୍ତ ପ୍ରଶ୍ନର ସମାଧାନ ।
ଟମାଟୋ ସୂର୍ଯ୍ୟକିରଣରେ ଫଳିଥାଏ
ବୈଜ୍ଞାନିକମାନଙ୍କ ମତରେ, ଟମାଟୋ ଏକ ପରିବା ନୁହେଁ ବରଂ ସୂର୍ଯ୍ୟ କିରଣରେ ବଢୁଥିବା ଏକ ଫଳ । ଆହୁରି ମଧ୍ୟ, ଟମାଟୋ ଗଛ ବୃଦ୍ଧି ପାଇଁ ଅଧିକ ଜଳ ଏବଂ ସୂର୍ଯ୍ୟ କିରଣ ଆବଶ୍ୟକ କରେ । ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ଆପଣ ଟମାଟୋକୁ ଫ୍ରିଜରେ ରଖନ୍ତି, ତେବେ ଟମାଟୋ ଶୀଘ୍ର ନଷ୍ଟ ହୋଇପାରେ ।
ବୈଜ୍ଞାନିକଙ୍କ ମତରେ, ଯଦି ଆପଣ ଟମାଟୋକୁ ଫ୍ରିଜରେ ରଖନ୍ତି, ତେବେ ଏହା ଶୀଘ୍ର ପଚି ଯିବ । ଯଦି ଆପଣ ଟମାଟୋକୁ ଏକ ସଫା ସ୍ଥାନରେ ଏବଂ ଫ୍ରିଜ ବାହାରେ ରଖନ୍ତି, ତେବେ ଏହା ଫ୍ରିଜ ରଖିଲେ ଯେତିକି ଦିନ ରହୁଥିଲା ତାଠାରୁ ଅଧିକ ଦିନ ରହିପାରିବ ।
ଟମାଟୋ ଖାଇବା ଦ୍ବାରା କ’ଣ ଲାଭ ହୋଇଥାଏ
ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଟମାଟୋ ରସ ଏବଂ ଟମାଟୋ ପେଟରେ କର୍କଟ ସୃଷ୍ଟି କରୁଥିବା କୋଷଗୁଡ଼ିକର ବୃଦ୍ଧି ଏବଂ କ୍ଲୋନିଂକୁ ରୋକିଥାଏ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଟମାଟୋ ଷ୍ଟୋମାକ ବା ପେଟ କର୍କଟ କୋଷକୁ ରୋକିବାରେ ସାହାଯ୍ୟ କରିଥାଏ ।
ଟମାଟୋ ଜୁସ ଖାଇବା ଦ୍ୱାରା ସୂର୍ଯ୍ୟକିରଣ ଏତେ ମାତ୍ରାରେ ଶରୀରକୁ କାଟୁ କରିନଥାଏ । କାରଣ ଏଥିରେ କୈରୋଟିନାୟଡସ ଥାଏ ଯାହା ମଣିଷର ଚର୍ମରେ ଜମା ହୋଇଥାଏ, ଯାହା ଅଲଟ୍ରା-ଭାଓଲେଟ ଆଲୋକରୁ ସୁରକ୍ଷା ଦେଇଥାଏ ।
ଖାଲି ସେତିକି ନୁହେଁ ଟମାଟ ରସକୁ ଆପଣ ମୁହଁରେ ମଧ୍ୟ ଲଗାଇ କିଛି ସମୟ ପରେ ଧୋଇଲେ, ଆପଣଙ୍କ ତ୍ବଚାରେ ନୂତନ ଚମକ ଆସିଥାଏ । ଏହାକୁ ହାତରେ ଲଗାଇଲେ ମଧ୍ୟ ସନ ଟ୍ୟାନରୁ ମୁକ୍ତି ମିଳିଥାଏ ।