ETV Bharat / bharat

ଜାଣନ୍ତୁ, କୋଭିଡ-19 ଚିକିତ୍ସାରେ ଭିଟାମିନ-ସି ଭୂମିକା ? - କୋଭିଡ-19 ଚିକିତ୍ସାରେ ଭିଟାମିନ-ସି ଭୂମିକା

ଭିଟାମିନ-ସି ରୋଗ ପ୍ରତିରୋଧକ ଶକ୍ତି ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ । ଏହାଦ୍ବାରା ଥଣ୍ଡା ଜନିତ ରୋଗ ପ୍ରାୟ ଶୀଘ୍ର ଭର ହୋଇଥାଏ। ହେଲେ କୋଭିଡ-19 ଭଲ କରିବାରେ ଏହା କେତେ ସହାୟକ ପଢନ୍ତୁ....

ଜାଣନ୍ତୁ, କୋଭିଡ-19 ଚିକିତ୍ସାରେ ଭିଟାମିନ-ସି ଭୂମିକା ?

author img

By

Published : Jun 18, 2020, 7:08 PM IST

ହାଇଦ୍ରାବାଦ: କୋରୋନା ମହାମାରୀର ଚିକିତ୍ସା ପାଇଁ ସାରା ବିଶ୍ୱରେ ଔଷଧ କିମ୍ବା ଟିକା ପ୍ରସ୍ତୁତି ଚାଲିଛି । ଏହି ସମୟରେ, ଏହାର ଚିକିତ୍ସାରେ ଭିଟାମିନ ସିର ଭୂମିକା ଥିବା ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ଭିଟାମିନ ସିର ଉଚ୍ଚ ଡୋଜ ଇଞ୍ଜେକ୍ସନ ମାଧ୍ୟମରେ କୋରୋନା ରୋକିବା ଉପରେ ଗବେଷଣା ଜାରି ରହିଛି । କିନ୍ତୁ ଏ ବିଷୟରେ ଅନ୍ତିମ ଫଳାଫଳ ଏପର୍ଯ୍ୟନ୍ତ ଆସି ନାହିଁ ।

ମାନବ ଶରୀର ପାଇଁ ସମସ୍ତ ଭିଟାମିନ ମଧ୍ୟରେ ଭିଟାମିନ ସି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ମହିଳାମାନେ ପ୍ରତିଦିନ 75 ମିଲିଗ୍ରାମ ଭିଟାମିନ ସିର ଆବଶ୍ୟକ କରୁଥିବାବେଳେ ପୁରୁଷମାନେ 90 ମିଲିଗ୍ରାମ ଆବଶ୍ୟକ କରିଥାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଭିଟାମିନ ସି ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଏହା ରୋଗ ପ୍ରତିରୋଧକ ଶକ୍ତି ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ । ଖାଦ୍ୟ ବଦଳରେ ଭିଟାମିନ ସି ସପ୍ଲିମେଣ୍ଟସ ମିଳିବା ଉଚିତ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଅର୍ଥାତ ପନିପରିବା ଏବଂ ଫଳ ମାଧ୍ୟମରେ ଭିଟାମିନ ସି ଗ୍ରହଣ କରିବା ଅଧିକ ଲାଭଦାୟକ ଅଟେ ।

କୋଭିଡ-19 ରୋକିବାରେ ଭିଟାମିନ ସି କେତେ ପରିମାଣରେ ସହାୟକ ହୁଏ?

ଭିଟାମିନ-ସି ହେଉଛି ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଯାହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସହାୟକ ହୁଏ । ଥଣ୍ଡା ସୃଷ୍ଟି କରୁଥିବା ଜୀବାଣୁ ଉପରେ ଭିଟାମିନ-ସି ର ପ୍ରଭାବ ନେଇ ଅନୁସନ୍ଧାନ କରାଯାଇଥିଲା । ଅନୁସନ୍ଧାନ ରିପୋର୍ଟରେ ଦର୍ଶାଯାଇଛି ଯେ, ଏହା ଥଣ୍ଡା ହେବାର ଆଶଙ୍କା ହ୍ରାସ କରେ ନାହିଁ। କିନ୍ତୁ ଏହା ସମ୍ଭବତଃ ଶୀଘ୍ର ସୁସ୍ଥ ଏବଂ ଲକ୍ଷଣର ତୀବ୍ରତା ହ୍ରାସ କରିପାରେ । ଅନୁସନ୍ଧାନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଭିଟାମିନ-ସି ସ୍ୱାଇନ ଫ୍ଲୁ ସମେତ ଶ୍ବାସକ୍ରିୟା ସମ୍ବଦ୍ଧିତ ରୋଗ ଯାହା ଫୁସଫୁସରେ ହେବାକୁ ଥିବା ଭାରକୁ ହ୍ରାସ କରିଥାଏ ।

କୋରୋନା ଚିକିତ୍ସାରେ ଭିଟାମିନ-ସି ର ଅଂଶ ଥିବା ଦାବିକୁ ବିଶେଷଜ୍ଞଙ୍କ ଅସ୍ବୀକାର

ଚୀନର ଏକ ପତ୍ରିକାରେ ପ୍ରକାଶିତ ଏକ ଆର୍ଟିକିଲରେ କୋଭିଡ-19 ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଂକ୍ରମିତଙ୍କୁ ଭିଟାମିନ-ସି ର ହାଇ ଡୋଜ ଅଧିକ ଦେବା ପାଇଁ ଲେଖାଯାଇଛି । ଏହି ଡୋଜ ସାଧାରଣତଃ ଦୈନିକ ମାତ୍ରା ହିସାବରେ ବହୁତ ଅଧିକ ଥିଲା । ସେମାନଙ୍କୁ ଇଞ୍ଜେକ୍ସନ ଦେଇ ଫୁସଫୁସ କାର୍ଯ୍ୟରେ ଉନ୍ନତି କରାଯାଇଥିଲା । ଚୀନର ବିଶେଷଜ୍ଞମାନେ କହିଛନ୍ତି ଯେ, ଭିଟାମିନ ସି ଏହି ସମୟରେ କୋଭିଡ-19 ର ଚିକିତ୍ସାର ଅଂଶ ନୁହେଁ କାରଣ ଏହା ବିଷୟରେ ଅଧିକ ପ୍ରମାଣ ନାହିଁ। ତେବେ ସେ ଆଉ ଅନ୍ୟ କୌଣସି ଅନୁସନ୍ଧାନକୁ ଅସ୍ୱୀକାର କରିନାହାଁନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.