ETV Bharat / bharat

ଆପଣ ଇମୋସନାଲ ସପିଂ କରୁନାହାନ୍ତି ତ? - ଇମୋସନାଲ ସପିଂର କାରଣ

ଯଦି ଆପଣ ବିନା କୌଣସି କାମରେ ବଜାରକୁ ଯାଉଛନ୍ତି, ହୋଇପାରେ ଆପଣ 'ଇମୋସନାଲ ସପିଂ'ର ଶିକାର ହୋଇଥାଇପାରନ୍ତି । ଇମୋସନାଲ ସପିଂ ପୀଡିତମାନେ ପ୍ରାୟତଃ ଅନାବଶ୍ୟକ ସାମଗ୍ରୀ କିଣିଥାଆନ୍ତି । ଅଧିକ ପଢନ୍ତୁ...

Breaking News
author img

By

Published : Jul 10, 2020, 5:54 PM IST

ହାଇଦ୍ରାବାଦ: ସପିଂ କରିବାକୁ କିଏ ବା ପସନ୍ଦ ନକରେ । କିଛି ଲୋକ ଡ୍ରେସ କିଣିବାକୁ ଭଲ ପାଅନ୍ତି ତ ଆଉ କିଛି ନୂଆ ଜୋତା କିଣିବାକୁ । ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କିଣିଥିବା ନୂଆ କଲେକ୍ସନକୁ ସଜେଇ ରଖିବା ପାଇଁ ସପିଂ କରିଥାଆନ୍ତି ।

ଆପଣ ଦରକାରଠୁ ଅଧିକ ସପିଂ କରନ୍ତି କି ? ଆମ ଭିତରେ ଏମିତି ଅନେକ ଅଛନ୍ତି ଯିଏ କୌଣସି ଅଫର ପାଇବା ମାତ୍ରେ ସପିଂ କରିବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ସପିଂ ସମ୍ପର୍କରେ କହିବୁ ଯାହା ବିଷୟରେ ଆପଣ ହୁଏତ ଆଗରୁ କେବେବି ଶୁଣିନଥିବେ । ଆଜ୍ଞା ହଁ 'ଇମୋସନାଲ ସପିଂ' ମଧ୍ୟ ଅଧିକ ସପିଙ୍ଗର ଏକ କାରଣ ହୋଇପାରେ ।

ଯେତେବେଳେ ଆମେ ଆମର ନିଜର ଇମୋସନାଲ ସମସ୍ୟାକୁ ଭୁଲିଯିବା ପାଇଁ ସପିଂ କରିବା ଆରମ୍ଭ କରିଥାଉ, ଏହାକୁ 'ଇମୋସନାଲ ସପିଂ' କୁହାଯାଏ । ତେବେ ଏହାର ଲକ୍ଷଣ କଣ, କେମିତି ଜାଣିବା ଆପଣ ଏଥିରେ ପୀଡିତ କି ନୁହେଁ । ଜାଣିବା ପାଇଁ ପଢନ୍ତୁ...

ଯଦି ଆପଣ ବିନା କୌଣସି କାମରେ ବଜାରକୁ ଯାଉଛନ୍ତି, ହୋଇପାରେ ଆପଣ 'ଇମୋସନାଲ ସପିଂ'ର ଶିକାର ହୋଇଥାଇପାରନ୍ତି । କାରଣ କାମ ବିନା ବ୍ୟକ୍ତି ଦୁଇଟି କାରଣ ପାଇଁ ବଜାର ଯାଇଥାଏ । କେବଳ ବୁଲିବାକୁ କିମ୍ବା ନିଜକୁ ବ୍ୟସ୍ତ ରଖିବା ପାଇଁ । ମାତ୍ର ଯଦି ଆପଣ ସେଠାରେ ସପିଂ ଆରମ୍ଭ କରି ଦେଉଛନ୍ତି ତେବେ ହୋଇପାରେ ଆପଣ ଏହି ସମସ୍ୟା ଦେଇ ଗତି କରୁଛନ୍ତି ।

ଇମୋସନାଲ ସପିଂ ପୀଡିତମାନେ ପ୍ରାୟତଃ ଅନାବଶ୍ୟକ ସାମଗ୍ରୀ କିଣିଥାଆନ୍ତି । ଏହିପରି ଏପରି ବ୍ୟକ୍ତି ଗୋଟିଏ ଜିନିଷ ବାରମ୍ବାର ଫେରାଇବାକୁ ଯାଇଥାଆନ୍ତି । ଏହାର ଆହୁରି ମଧ୍ୟ ଲକ୍ଷଣ ରହିଛି । ଯେମିତି ଅନ୍ୟକୁ ଦେଖାଇବା ପାଇଁ ସପିଂ କରିବା । ଏହାର ଅର୍ଥ ଆପଣ ଇମୋସନାଲ ସପିଂର ଶିକାର ହୋଇଛନ୍ତି । ଏହା ଅନେକ ଲୋକଙ୍କ ସହିତ ଘଟେ ଯେ ସେମାନେ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ସପିଂ କରିବାକୁ ଯାଇଛନ୍ତି ମାତ୍ର ସେମାନଙ୍କର କିଛି ଆବଶ୍ୟକତା ନାହିଁ । କିନ୍ତୁ ସେମାନେ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଦେଖାଇବା ପାଇଁ ସପିଂ ଆରମ୍ଭ କରନ୍ତି । ଯାହାକୁ ଇମୋସନାଲ ସପିଂ କୁହାଯାଏ ।

ଅନେକ ସମୟରେ ପରିସ୍ଥିତିକୁ ଭୁଲିବା କିମ୍ବା ଏଡାଇବା ପାଇଁ ସପିଂ କରାଯାଏ । ଏହାକୁ ମଧ୍ୟ ଇମୋସନାଲ୍ ସପିଂ କୁହାଯାଏ । ଯାହା ଏକ ଗବେଷଣ ଦ୍ବାରା ସ୍ପଷ୍ଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.