‘ତୁଳସୀ’... ନାଁରେ ହିଁ ଭରି ରହିଛି ପବିତ୍ରତା । ହିନ୍ଦୁ ଧର୍ମରେ ତୁଳସୀର ଏକ ସ୍ବତନ୍ତ୍ର ମହତ୍ବ ରହିଛି। ତେବେ ଏହି ଧର୍ମୀୟ ବୃକ୍ଷକୁ କେବଳ ପୂଜା ପାଇଁ ବ୍ୟବହାର କରାଯାଏ ନାହିଁ । ବରଂ ଏହାର ଅନେକ ଗୁଡିଏ ଔଷଧୀୟ ଗୁଣ ରହିଛି।
ପାଗ କିପରି ଥାଉ ନାଁ କାହିଁ କେଶ ସମସ୍ୟା ସବୁ ବେଳେ ଲାଗି ରହୁଛି। ଯେପରିକି ଖରାଦିନେ ମୁଣ୍ଡ ଝାଳେଇବା ଓ ଅଠା ଲାଗିବା, ଶୀତ ଦିନେ କେଶ ଶୁଷ୍କ ହେବା ଇତ୍ୟାଦି। ଏହାପରେ ବି ସବୁଠୁ ବଡ ସମସ୍ୟା ହେଉଛି କେଶ ଝଡିବା। ଯାହାଫଳରେ କେଶ ମୂଳ ଦୁର୍ବଳ ହେବାସହ କେଶ ଅଧାରୁ ଛିଣ୍ଡିଥାଏ । ଏଭଳି ପରିସ୍ଥିତିରେ ସାମ୍ପୁ ପରିବର୍ତ୍ତନ କରିବା ସହ ପାର୍ଲର ଯିବା ନିହାତୀ ଜରୁରୀ।
ହେଲେ ଏତେ ସବୁ ବ୍ୟୟବହୁଳ ପଦ୍ଧତି ଛାଡି ଆୟୁର୍ବେଦ ଉପାୟରେ ମଧ୍ୟ ଆପଣ କେଶ ସମସ୍ୟାର ସମାଧାନ କରିପାରିବେ। ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ର ବ୍ୟବହାର କରି କିପରି ଦୂର କରିବେ କେଶ ସମସ୍ୟା ...
1. ତୁଳସୀ ପତ୍ର କେଶକୁ ଶୁଷ୍କ ହେବାରୁ ରକ୍ଷା କରିବା ସହ ରୂପି ସମସ୍ୟା ଦୂରେଇଥାଏ। ଏଥିପାଇଁ ପ୍ରଥମେ ତୁଳସୀ ପତ୍ରକୁ ବାଟିକୁ ମୁଣ୍ଡରେ ଲଗାନ୍ତୁ । ଏହାର ଘଣ୍ଟାଏ ପରେ ମୁଣ୍ଡକୁ ଧୋଇଦିଅନ୍ତୁ ।
2. ତୁଳସୀ ପତ୍ର ପେଷ୍ଟ ଛଡା ଆପଣ ତୁଳସୀ ତେଲକୁ ମଧ୍ୟ ବ୍ୟବହାର କରିପାରିବେ। ଏହି ତେଲକୁ ମସାଜ କରିବା ଦ୍ବାରା କେବଳ ରକ୍ତସଂଞ୍ଚାଳନ ବଢିନଥାଏ ବରଂ କେଶ ମୂଳକୁ ଶକ୍ତ କରିଥାଏ ।
3. ତୁଳସୀ ପତ୍ରରେ ଆଣ୍ଟିବାୟୋଟିକ୍ ଗୁଣ ରହିଥାଏ। ଯାହା କେଶ ମୂଳରେ ଥିବା ଦୂଷିତ କଣିକାକୁ ବାହାର କରିଥାଏ। ଯଦି ଖରାରେ ବୁଲିବାରେ କେଶ ଖଇରିଆ ଓ ଧଳା ହୋଇଥାଏ। ତେବେ ତୁଳସୀ ପତ୍ର ଲଗାଇବା ଦ୍ବାରା କେଶ କଳା ଦିଶିବ।