ହାଇଦ୍ରାବାଦ: ଲମ୍ବା କେଶ କାହାକୁ ବା ଭଲ ନଲାଗେ । ସମସ୍ତେ ନିଜ କେଶକୁ ଘନ ସହ ମଜଭୁଦ୍ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥା’ନ୍ତି । ମାତ୍ର କେଶ ଝଡିବା ପ୍ରତିଟି ମହିଳାଙ୍କ ପାଇଁ ଏକ ସାଧାରଣ ସମସ୍ୟା ପାଲଟିଛି । ନିଜର ବ୍ୟସ୍ତବହୁଳ ଜୀବନରେ ଏହାର ଯଥାସମ୍ଭବ ଯତ୍ନନେବା ସମ୍ଭବ ହେଉନାହିଁ । ଅନେକ ଏହି ସମସ୍ୟାରେ ଅତିଷ୍ଠ ହୋଇ ଶେଷରେ ମହଙ୍ଗା ସାମଗ୍ରୀକୁ ବାଛି ନେଉଛନ୍ତି । ମାତ୍ର ଏହା କେତେ ଫଳପ୍ରଦ ତାହା ଆପଣ ମଧ୍ୟ ଜାଣିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ସମ୍ପର୍କରେ କହିବୁ ଯାହା ଆପଣଙ୍କ କେଶକୁ ଶକ୍ତ କରିବା ସହ ପକେଟକୁ ମଧ୍ୟ ଆରାମ ଦେବ । ତେବେ କ’ଣ ଏହି ଉପାୟ ଜାଣିବା ପାଇଁ ପଢନ୍ତୁ........

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ସମ୍ପର୍କରେ କହିବୁ ତାହା ସବୁ ସମୟରେ ଆପଣଙ୍କ ରୋଷେଇ ଘରେ ମହଜୁତ୍ ରହିଥାଏ । ଏହାକୁ ଆପଣ ଖାଦ୍ୟ ରୂପରେ ବ୍ୟବହାର କରିଥା’ନ୍ତି । ଏହା ହେଉଛି ଚାଉଳ । ହଁ ଆଜ୍ଞା ଠିକ୍ ଶୁଣିଲେ । ଆମେ ସମସ୍ତେ ଚାଉଳ ଧୂଆ ପାଣିକୁ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ । ମାତ୍ର କେବେ ଭାବିଛନ୍ତି ଆପଣ ଅଦରକାରୀ ଭାବୁଥିବା ଏହି ଚାଉଳ ଧୂଆ ପାଣି ଆପଣଙ୍କ କେଶ ପାଇଁ ଆର୍ଶୀବାଦ ସାବ୍ୟସ୍ତ ହୋଇପାରେ ।
ଚାଉଳ ଧୂଆ ପାଣିର ଉପକାରିତା
ଚାଉଳ ଧୂଆ ପାଣିରେ ଭିଟାମିନ୍ ବି(B), ସି(C), ଇ(E) ପ୍ରଚୁର ପରିମାଣରେ ରହିଥାଏ । ଏହା ଆପଣଙ୍କ କେଶକୁ ଶକ୍ତ କରିବା ସହ ଜଲଦି ବଢିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାର ଫାଇଦା ଉଠାଇବା ପାଇଁ ଆପଣ ଏହାକୁ ସପ୍ତାହରେ ଦୁଇରୁ ତିନିଥର ବ୍ୟବହାର କରିପାରିବେ ।

ଏହସହ ଏଥିରେ ପ୍ରୋଟିନ୍ ଏବଂ ନରିସମେଣ୍ଟର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ ଯାହା ଆପଣଙ୍କ କେଶକୁ ଏକ୍ସଟ୍ରା ସାଇନ୍ ମଧ୍ୟ ପ୍ରଦାନ କରିଥାଏ । ତେବେ ଏହାକୁ କେଶରେ ବ୍ୟବହାର କରି 30 ମିନିଟ୍ ଛାଡି ଦିଅନ୍ତୁ । ପରେ ଏହାକୁ ଥଣ୍ଡା ପାଣିରେ ଧୋଇନିଅନ୍ତୁ ।
ଏହି ଚାଉଳ ଧୂଆ ପାଣି ଆପଣ କେଶର ମୂଳକୁ ଯାଇ ତାହାକୁ ମଜଭୁତ୍ କରିଥାଏ ।